ବ୍ରାଜିଲର ରାଷ୍ଟ୍ରପତିଙ୍କୁ କୋରୋନା
Advertisement
Article Detail0/zeeodisha/odisha707684

ବ୍ରାଜିଲର ରାଷ୍ଟ୍ରପତିଙ୍କୁ କୋରୋନା

 ବିଶ୍ୱରେ କୋରୋନା ଭାଇରସ ଦ୍ୱାରା ଅଧିକ ପ୍ରଭାବିତ ଦେଶ ତାଲିକାରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଅଛି । 

ବ୍ରାଜିଲର ରାଷ୍ଟ୍ରପତିଙ୍କୁ କୋରୋନା

ବ୍ରାସିଲିଆ: ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲସୋନାରୋ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ନ୍ୟୁଜ୍ ଏଜେନ୍ସି AFP ଏହି ସୂଚନା ପ୍ରଦାନ କରିଛି । ମଙ୍ଗଳବାର ବ୍ରାଜିଲର ରାଷ୍ଟ୍ରପତି ନିଜେ ଘୋଷଣା କରିଛନ୍ତି ଯେ, ସେ କୋରୋନୋ ଭାଇରସରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । କିନ୍ତୁ ଏଥି ସହିତ ସେ କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବଂ ସାମାନ୍ୟ ଲକ୍ଷଣ ମଧ୍ୟ ଦେଖାଯାଇଛି ।

ଏଠାରେ କହି ରଖୁଛୁ ଯେ ବିଶ୍ୱରେ କୋରୋନା ଭାଇରସ ଦ୍ୱାରା ଅଧିକ ପ୍ରଭାବିତ ଦେଶ ତାଲିକାରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଅଛି । ବ୍ରାଜିଲରେ କୋରୋନା ଭାଇରସ ସଂକ୍ରମଣ ସଂଖ୍ୟା ୧୬ ଲକ୍ଷ ୨୩ ହଜାରରୁ ଅଧିକ ରହିଛି । ଏହାସହ ଏପର୍ଯ୍ୟନ୍ତ ୬୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ବ୍ରାଜିଲରେ ୪ ଲକ୍ଷ ୯୫ ହଜାରରୁ ଅଧିକ ସକ୍ରିୟ ମାମଲା ଥିବାବେଳେ ଚିକିତ୍ସା ପରେ ୧୦ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି ।

;