ବୋରିସଙ୍କ ଭାରତ ଗସ୍ତ ବାତିଲ; କିଏ ହେବ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି?
Advertisement

ବୋରିସଙ୍କ ଭାରତ ଗସ୍ତ ବାତିଲ; କିଏ ହେବ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି?

କୋରୋନା ଷ୍ଟ୍ରେନ କାରଣରୁ ପ୍ରସ୍ତାବିତ ଭାରତ ଗସ୍ତକୁ ବାତିଲ କରିଥିବା ନେଇ ଭାରତୀୟ ପ୍ରତିପକ୍ଷ ପିଏମ ମୋଦିଙ୍କୁ ଜଣାଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ।

ବୋରିସଙ୍କ ଭାରତ ଗସ୍ତ ବାତିଲ; କିଏ ହେବ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି?

ନୂଆଦିଲ୍ଲୀ: ଚଳିତ ୨୦୨୧ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଭାରତ ଗସ୍ତରେ ଆସିଥାନ୍ତେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ହେଲେ ପ୍ରସ୍ତାବିତ ଭାରତ ଗସ୍ତକୁ ରଦ୍ଦ କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ। ସଦ୍ୟ ଦେଶରେ ବ୍ୟାପିଥିବା କୋରୋନା ଷ୍ଟ୍ରେନ ଏବଂ ଏହାର ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ ଡାଉନ କାରଣରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି।

ଭାରତ ଗସ୍ତ ବାତିଲ ହୋଇଥିବା ନେଇ ସେ ତାଙ୍କର ଭାରତୀୟ ପ୍ରତିପକ୍ଷ ପିଏମ ମୋଦିଙ୍କୁ ଫୋନ କରି ଜଣାଇ ଦେଇଛନ୍ତି। ଏନେଇ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି ଦେଶରେ ବ୍ୟାପିଥିବା କୋରୋନା ସଂକ୍ରମଣର ନୂଆ ଷ୍ଟ୍ରେନ କାରଣରୁ ଦେଶରେ ପୁଣି ଥରେ ଲକ ଡାଉନ ଲାଗୁହୋଇଛି। ଏପରି କଠିନ ପରିସ୍ଥିତିରେ ଦେଶରେ ତାଙ୍କର ରହିବା ଜରୁରୀ ହୋଇପଡିଛି। ବାଧ୍ୟବାଧକତା କାରଣରୁ ମୁଁ ମୋର ଭାରତ ଗସ୍ତକୁ ବାତିଲ କରୁଛି।

ସ୍ଥିତି ସୁଧୁରିବା ପରେ ଭାରତ ଗସ୍ତରେ ପୁଣି ଥରେ ଆସିବେ ବୋଲି କହିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନ। କୋରୋନା ମହାମାରୀ ବିରୋଧରେ ଚାଲୁଥିବା ସଂଗ୍ରାମରେ ଭାରତ ସହଯୋଗ ଯୋଗାଇ ଦେବ ବୋଲି ବ୍ରିଟେନ ପ୍ରତିପକ୍ଷଙ୍କ ଉଦ୍ଦେଶ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।   

Also Read: ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଲାଗି ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନଙ୍କୁ ନିମନ୍ତ୍ରଣ କରିଥିଲେ ପିଏମ ମୋଦି। ଯାହାକୁ ସେ ଖୁସିରେ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟପଟେ ଚଳିତ ବର୍ଷ ବ୍ରିଟେନରେ ହେବାକୁ ଥିବା ଜି୭ ସମ୍ମିଳନୀରେ ଯୋଗଦେବାକୁ ପିଏମ ମୋଦିଙ୍କୁ ସ୍ୱଦେଶ ଆମନ୍ତ୍ରଣ କରିଥିଲେ। ଏହାକୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସ୍ୱୀକାର କରିଛନ୍ତି।

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏହି ନିମନ୍ତ୍ରଣକୁ ଗ୍ରହଣ ଗ୍ରହଣ କରିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହାକୁ ଦୁଇ ଦେଶ ମଧ୍ୟରେ ରହିଥିବା ସମ୍ପର୍କର ଏକ ନୂତନ ଯୁଗର ଆରମ୍ଭ ବୋଲି ବର୍ଣ୍ଣନା କରିଛନ୍ତି। ଏହାପୂର୍ବରୁ ୧୯୯୩ ମସିହାରେ ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନ୍ ମେଜର ଭାରତକୁ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବରେ ଆସିଥିଲେ। ସେବେ ଠାରୁ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ଶିଥିଳତା ପଡିଯାଇଥିଲା। ଏହା ପର ଠାରୁ ୨୭ ବର୍ଷ ପର୍ଯ୍ୟନ୍ତ କୌଣସି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଭାରତର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି କରାଯାଇନଥିଲା।