ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ (Britain Prime Minister) ବୋରିସ ଜନସନ (Boris Johnson)। ଭାରତ ପକ୍ଷରୁ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ (Republic Day) କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି (Pm Modi)। ନିମନ୍ତ୍ରଣକୁ ଗ୍ରହଣ କରିବା ସହିତ ପ୍ରଧାନମନ୍ତ୍ରୀ ଜନସନ ଭାରତକୁ ଦେଇଛନ୍ତି ରିଟର୍ଣ୍ଣ ଗିଫ୍ଟ (Return Gift)। 


COMMERCIAL BREAK
SCROLL TO CONTINUE READING

ଆସନ୍ତାବର୍ଷ ହେବାକୁ ଥିବା G-7 ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ସେ। ଗତ ୨୭ ନଭେମ୍ବରରେ ଭାରତୀୟ ପ୍ରଧାନମନ୍ତ୍ରୀ ତାଙ୍କର ବ୍ରିଟିଶ ପ୍ରତିପକ୍ଷଙ୍କୁ ନିମନ୍ତ୍ରଣ କରିଥିଲେ। ନୂଆଦିଲ୍ଲା ଗସ୍ତ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିବା ପରେ ଗଣମମାଧ୍ୟମକୁ ସୂଚନା ଦେଇଛନ୍ତି ବ୍ରିଟେନ ବୈଦେଶିକ ମନ୍ତ୍ରୀ। ଭାରତର ଆମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସ୍ୱୀକାର କରିଥିବା ସେ ପ୍ରକାଶ କରିଛନ୍ତି। 


ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ଭାରତ ଗସ୍ତରେ ଥିବା ବ୍ରିଟେନ ବୈଦେଶିକ ମନ୍ତ୍ରୀ ଡୋମିନିକ ରାଓ ଆଶାବ୍ୟକ୍ତ କରିଛନ୍ତି। ବ୍ରିଟେନ ବୈଦେଶିକ ମନ୍ତ୍ରୀ ଡୋମିନିକ ରାଓ ୧୪ ଡିସେମ୍ବରରୁ ୧୭ ଡିସେମ୍ବର ଯାଏ ଭାରତ ଗସ୍ତରେ ଅଛନ୍ତି। ଭାରତୀୟ ପ୍ରତିପକ୍ଷଙ୍କ ସହ ବ୍ରିଟେନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିକ ହେବା ସହ ଦ୍ୱିପାକ୍ଷିକ ଆଲୋଚନା ହୋଇଛି।


Also Read: ଶିବ ଭକ୍ତଙ୍କ ଲାଗି ଖୁସି ଖବର, ଚୋରି ହୋଇଥିବା ପ୍ରତିମୂର୍ତ୍ତିକୁ ଫେରାଇବ ବ୍ରିଟେନ


 


ଏହା ସହିତ ଆତଙ୍କବାଦ କୋଭିଡ୧୯ ମୁକାବିଲା ନେଇ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇବ ବୋଲି ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଗତ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି, ବ୍ରିଟେଟ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଟେଲିଫୋନରେ ସୌଜନ୍ୟ ମୂଳକ ବାର୍ତ୍ତାଳାପ କରିଥିଲେ। ଆଲୋଚନା ସମୟରେ ମୋଦି, ଜନସନଙ୍କୁ ଭାରତର ଆଗାମୀ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବାକୁ ନିମନ୍ତ୍ରଣ ଜଣାଇଥିଲେ। ପୂର୍ବରୁ ୧୯୯୩ ମସିହାରେ ବ୍ରିଟେନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜନ ମେଜର ଭାରତ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହୋଇଥିଲେ।