'ଭାରତ ବିରୋଧି ଖଲିସ୍ତାନୀଙ୍କୁ ବରଦାସ୍ତ କରିବ ନାହିଁ ବ୍ରିଟେନ '
Advertisement

'ଭାରତ ବିରୋଧି ଖଲିସ୍ତାନୀଙ୍କୁ ବରଦାସ୍ତ କରିବ ନାହିଁ ବ୍ରିଟେନ '

ଶୁକ୍ରବାର ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ମୋଦି ଆନୁଷ୍ଠାନିକ ଭାବେ ସ୍ୱାଗତ କରିବା ପରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।  

'ଭାରତ ବିରୋଧି ଖଲିସ୍ତାନୀଙ୍କୁ ବରଦାସ୍ତ କରିବ ନାହିଁ  ବ୍ରିଟେନ '

ନୂଆଦିଲ୍ଲୀ:  ଭାରତ ବିରୋଧୀ କୌଣସି ତତ୍ତ୍ୱଙ୍କୁ ସ୍ୱଦେଶ ମାଟିରେ ବରଦାସ୍ତ କରିବ ନାହିଁ  ବ୍ରିଟେନ।  ଭାରତ ଗସ୍ତରେ ଆସି ଖଲିସ୍ତାନୀ ଗୋଷ୍ଠୀ ଉଦ୍ଦେଶ୍ୟରେ ଏଭଳି ଚେତାବନୀ ଦେଇଛନ୍ତି ବ୍ରିଟେନ  ପ୍ରଧାନମନ୍ତ୍ରୀ ବୋରିସ ଜନସନ୍।  ଏନେଇ ସେ କହିଛନ୍ତି ବ୍ରିଟେନ ମାଟିରେ ଉପସ୍ଥିତ ରହି ଅନ୍ୟ ଦେଶକୁ ଟାର୍ଗେଟ କରୁଥିବା କୌଣସି ଶକ୍ତିଙ୍କୁ ସ୍ୱୀକାର କରାଯିବ ନାହିଁ।    

ଭାରତୀୟ ପ୍ରତିପକ୍ଷ  ନରେନ୍ଦ୍ର ମୋଦିଙ୍କ  ସହ  ପାରଲସ୍ପରିକ କଥାବାର୍ତ୍ତା କରିବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ସହଯୋଗ ଏକ ଉଚ୍ଚସ୍ତରକୁ ଯିବାର ସମ୍ଭାବନା ରହିଛି। ୟୁକ୍ରେନ ବିରୋଧି ଯୁଦ୍ଧରେ  ଋଷିଆ ପକ୍ଷରୁ କରାଯାଇଥିବା ଆକ୍ରମଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ବୁଚା ଠାରେ  ଘଟିଥିବା ଘଟଣା ବିରୋଧରେ  ଭାରତ ଦୃଢ ଭାବେ  ଆଗକୁ ଆସିଛି। 

ୟୁକ୍ରେନ  ବିରୋଧରେ ଋଷିଆ ପକ୍ଷରୁ କରାଯାଇଥିବା ଆକ୍ରମଣ  ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ଜନସନ୍ କହିଛନ୍ତି ଭାରତ-ଋଷିଆ ମଧ୍ୟରେ ଐତିହାସିକ ସମ୍ବନ୍ଧ ରହିଛି  ଏବଂ ସମସ୍ତେ ଏହାକୁ ସମର୍ଥନ କରିଥାନ୍ତି।  ଭାରତରେ ହେଉଥିବା ଅଧିକାର ଉଲଂଘନ  ପ୍ରସଙ୍ଗରେ ପ୍ରତିକିୟା ରଖି ସେ କହିଛନ୍ତି ଭାରତ ହେଉଛି ଏକ ମହାନ ଗଣତନ୍ତ୍ର ଏବଂ ଏଠାରେ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥା ରହିଛି। ଭାରତ ସହ ଦୁଇ ବୃହତ୍ତ ଗଣତାନ୍ତ୍ରିକ  ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ୱର ଏହା ଏକ ବଡ଼ ମୁହୂର୍ତ୍ତ।  

Also Read: କୋରୋନା ପ୍ରକୋପ କମିବା ପରେ ଆରମ୍ଭ ହେବ ପିଏମ ମୋଦିଙ୍କ ବିଦେଶ ଯାତ୍ରା! ପ୍ରଥମ ଗସ୍ତରେ ଯିବେ ଏହି ଦେଶ

ଶୁକ୍ରବାର ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ମୋଦି ଆନୁଷ୍ଠାନିକ ଭାବେ ସ୍ୱାଗତ କରିବା ପରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।  ଏହି ଅବସରରେ ସେ କହିଥିଲେ  ଭାରତ ସହ ସମର୍କ ପୂର୍ବରୁ କେବେ ଏଭଳି ମଜବୁତ ହୋଇନଥିଲା। ଏହା ପୂର୍ବରୁ ଗୁରୁବାର ଅହମ୍ମଦାବାଦ ଠାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ଏକ  ସ୍ୱାଗତ ସମାରୋହ ଆୟୋଜନ କରିଥିବାରୁ ଗୁଜରାଟ ସରକାର ଏବଂ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ।  ଶୁକ୍ରବାର ମହାତ୍ମା ଗାନ୍ଧୀଙ୍କ ସମାଧିରେ ମାଲ୍ୟର୍ପଣ କରିବା ପାଇଁ ରାଜଘାଟ ଠାରେ ପହଞ୍ଚିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ।