Advertisement
Article Detail0/zeeodisha/odisha697568
Zee OdishaOdisha National-Internationalମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ବୁଧବାର ବ୍ରିଟେନ ସଂସଦ ନିକଟରେ ତାଙ୍କ କାରଟି ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା। ତେବେ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି। ଏହି ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ସୂଚନା ଦେଇଛି।  ପୋଲିସ ମୁତାବକ ପ୍ରଧାନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ବୁଧବାର ବ୍ରିଟେନ ସଂସଦ ନିକଟରେ ତାଙ୍କ କାରଟି ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା। ତେବେ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି। ଏହି ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ସୂଚନା ଦେଇଛି। 

ପୋଲିସ ମୁତାବକ ପ୍ରଧାନମନ୍ତ୍ରୀଙ୍କ କାରକେଡ ବାହାରିବା ସମୟରେ ସଂସଦ ନିକଟରେ ଜଣେ ବିକ୍ଷୋଭକାରୀ ତାଙ୍କ ଗାଡ଼ି ନିକଟକୁ ଦୌଡ଼ ଆସିଥିଲା। ଫଳରେ ଗାଡ଼ି ଗୁଡ଼ିକ ହଠାତ ବ୍ରେକ ଲଗାଇବା ଦ୍ୱାରା ଗାଡ଼ି ଗୁଡ଼ିକ ପଛକୁପଛ ପିଟି ହୋଇଥିଲା। ମାତ୍ର ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାର ଲାଗିଛି। ସେପଟେ ଉକ୍ତ ବିକ୍ଷୋବକାରୀଙ୍କୁ ପୋଲିସ ଗିରଫ କରିଥିବା ସୂଚନା ରହିଛି। 

ସୂଚନାଯୋଗ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋରେ ବୋରିସ ଜନସନ ବ୍ୟବହାର କରୁଥିବା ଏକ ସିଲଭର ରଙ୍ଗର ଜାଗୁଆର କାରକୁ ପଛପଟୁ ଆସୁଥିବା ଏକ କାର ଧକ୍କା ଦେଇଥିଲା। ଏହି ଧକ୍କା ଫଳରେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ପଛପଟେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ତେବେ ଡାଉନି ଷ୍ଟ୍ରିଟର ଜଣେ ମୁଖପାତ୍ର କହିଛନ୍ତି, ଭାଇରାଲ ଭିଡ଼ିଓରେ ଦୁର୍ଘଟଣା ସମ୍ପର୍କରେ ଦେଖିବାକୁ ମିଳିଛି। ଏଥିରେ ସ୍ପଷ୍ଟ ଜଣା ପଡ଼ୁଛି ଯେ ଦୁର୍ଘଟଣାଟି କିପରି ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଗାଡି ସାମ୍ନାକୁ ଆସିଥିବା ଉକ୍ତ ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ କରିଛି ବୋଲି ସେ ସୂଚନା ଦେଇଥିଲେ। 

Add Zee News as a Preferred Source
About the Author