ଚକୋଲେଟ୍ କିଣିବା ପାଇଁ ସୀମା ପାର କରି ଭାରତରେ ପ୍ରବେଶ କଲା ନାବାଳକ, ଗିରଫ କଲା BSF
Advertisement

ଚକୋଲେଟ୍ କିଣିବା ପାଇଁ ସୀମା ପାର କରି ଭାରତରେ ପ୍ରବେଶ କଲା ନାବାଳକ, ଗିରଫ କଲା BSF

ହୁସେନ୍‌ଙ୍କ ଏହି  ଦୁଃସାହସିକ ପଦକ୍ଷେପ ଏପ୍ରିଲ ୧୩ ରେ କାମ କରିନଥିଲା ଯେତେବେଳେ ବିଏସ୍ଏଫ୍ ତାଙ୍କୁ ଚକୋଲେଟ୍ କିଣିବାକୁ ଆସିବା ସମୟରେ ଗିରଫ କରିଥିଲା । 

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ଚକୋଲେଟ୍ କିଣିବା ପାଇଁ ବେଆଇନ ଭାବେ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଜଣେ ବାଂଲାଦେଶୀ ନାବାଳକଙ୍କୁ ଗିରଫ କରାଯାଇଛି । ଏହି ବିଷୟରେ ସୂଚନା ଦେଇ ସୀମା ସୁରକ୍ଷା ବଳ (BSF) ଶୁକ୍ରବାର ଦିନ କହିଛି ଯେ ଇମାମ ହୁସେନ୍ ନାମକ ଜଣେ ନାବାଳକ ବାଂଲାଦେଶର ଶାଲଦା ନଦୀ କୂଳରେ ଅବସ୍ଥିତ ଏକ ଗାଁର ବାସିନ୍ଦା ଏବଂ ସେ ନିୟମିତ ଭାବେ ସିପାହିଜଲା ଜିଲ୍ଲାରେ ନିଜର ପ୍ରିୟ ଚକୋଲେଟ୍ କିଣିବା ପାଇଁ ନଦୀ ପାର ହୋଇଥାନ୍ତି । ତ୍ରିପୁରାର ସିପାହିଜଲା ଜିଲ୍ଲାରେ ଥିବା ଶାଲଦା ନଦୀ ଉଭୟ ଦେଶର ଆନ୍ତର୍ଜାତୀୟ ସୀମା ନିର୍ଣ୍ଣୟ କରେ ।

ବିଏସଏଫ କହିଛି ଯେ ନାବାଳିକ ଜଣକ ସୁରକ୍ଷା ପାଇଁ ନିର୍ମିତ ଏକ କଣ୍ଟା ତାରର ବାଡ଼ ଦେଇ ଭାରତରେ ପ୍ରବେଶ କରୁଥିଲା ଏବଂ କଲାମଚୋଡା ଗ୍ରାମ ଦୋକାନରେ ଚକୋଲେଟ୍ କିଣିବାକୁ ଆସୁଥିଲା ଏବଂ ପରେ ସେହି ମାର୍ଗ ଦେଇ ଫେରୁଥିଲା । କହି ରଖୁଛୁ ଯେ ହୁସେନ୍‌ଙ୍କ ଏହି  ଦୁଃସାହସିକ ପଦକ୍ଷେପ ଏପ୍ରିଲ ୧୩ ରେ ଶେଷ ହୋଇଥିଲା ଯେତେବେଳେ ବିଏସ୍ଏଫ୍ ତାଙ୍କୁ ଚକୋଲେଟ୍ କିଣିବାକୁ ଆସିବା ସମୟରେ ଗିରଫ କରିଥିଲା । ସୋନାମୁରା ଏସଡିପିଓ ବନୋଜ ବିପ୍ଳବ ଦାସ କହିଛନ୍ତି ଯେ ନାବାଳକଟିକୁ କୋର୍ଟରେ ହାଜର କରି ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି । ଏହା ସହ ବାଳକ ଜଣକୁ ୧୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ଦାସ କହିଛନ୍ତି, “ପଚରାଉଚରା ବେଳେ ଏହା ଜଣାପଡିଥିଲା ​​ଯେ ବାଳକ ବାଂଲାଦେଶର କୋମିଲା ଜିଲ୍ଲାର ବାସିନ୍ଦା ଏବଂ ସେ ଚକୋଲେଟ୍ କିଣିବା ପାଇଁ ଭାରତୀୟ ସୀମାରେ ପ୍ରବେଶ କରୁଥିଲେ । ତାଙ୍କଠାରୁ କେବଳ ୧୦୦ ବାଂଲାଦେଶୀ ଟାକା ମିଳିଛି, କିନ୍ତୁ କୌଣସି ବେଆଇନ ଜିନିଷ ମିଳିନାହିଁ । ବୈଧ ଦଲିଲ ବିନା ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଅଧିକ ଯାଞ୍ଚ ଚାଲିଛି । ତାଙ୍କୁ ପୁନର୍ବାର କୋର୍ଟରେ ହାଜର କରାଯିବ ଯାହା ତାଙ୍କ ଭାଗ୍ୟ ସ୍ଥିର କରିବ ।"

ଅଧିକାରୀଙ୍କ ଅନୁଯାୟୀ ତାଙ୍କ ପରିବାରର କୌଣସି ସଦସ୍ୟ ଏପର୍ଯ୍ୟନ୍ତ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିନାହାଁନ୍ତି । ବିଏସଏଫ ସୂତ୍ରରୁ ପ୍ରକାଶ, “ସୋନାମୁରା ସବ-ଡିଭିଜନ ଦେଇ ଯାଉଥିବା ଆନ୍ତର୍ଜାତୀୟ ସୀମା କଣ୍ଟାବାଡ଼ ତାରର ବାଡ଼ ସତ୍ତ୍ୱେ ସମ୍ପୂର୍ଣ୍ଣ ବନ୍ଦ ନୁହେଁ । କଲାମଚୋଡା ଗ୍ରାମ ପଞ୍ଚାୟତରେ ଅନେକ ଘର ଅଛି ଯେଉଁଠାରେ ଶୋଇବା ଘର ସୀମାର ଏହି ପାର୍ଶ୍ୱରେ ଏବଂ ଡ୍ରଇଂ ରୁମ୍ ଅନ୍ୟ ପାର୍ଶ୍ୱରେ ଅଛି । ଅନେକ ସ୍ଥାନର ଭୌଗୋଳିକ ଅବସ୍ଥିତି ଯୋଗୁଁ ଘର ଫେନସିଂ ମଧ୍ୟ ହୋଇପାରି ନାହିଁ ।"

କଲାମଚୌଡା ନିବାସୀ ଇଲିୟାସ ହୁସେନ୍ କହିଛନ୍ତି, “ବାଂଲାଦେଶୀ ଖାଦ୍ୟ ସାମଗ୍ରୀ କିଣିବା କିମ୍ବା ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନେକ ସମୟରେ ଭାରତୀୟ ସୀମାରେ ପ୍ରବେଶ କରିଥାଏ । ବିଏସଏଫ ସାଧାରଣତ ମାନବିକତା ଭିତ୍ତିରେ ଏହାକୁ ଅଣଦେଖା କରେ ଏବଂ ଚୋରା ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ । ମୁଁ ଯେତେ ଜାଣେ ପିଲାଟି କେବଳ ଚକୋଲେଟ୍ କିଣିବାକୁ ଆସିଥିଲା ​।​"

ଏହା ବି ପଢ଼ନ୍ତୁ: ବିନା ପରୀକ୍ଷାରେ ରେଳବାଇରେ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ଏହା ବି ପଢ଼ନ୍ତୁ: ଚତୁର୍ଥ ଲହର ଅଭାସ; ପୁଣି ବଢ଼ିଲା କୋରୋନା ସଂକ୍ରମଣ, ସ୍କୁଲ୍ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି