IRCTC ୱେବସାଇଟ୍ ଖୋଲିବା ମାତ୍ରେ ବମ୍ପର ବୁକିଂ, ଅଢ଼େଇ ଘଣ୍ଟାରେ ବିକ୍ରି ହେଲା ୪ ଲକ୍ଷ ଟିକେଟ
Advertisement
Article Detail0/zeeodisha/odisha684467

IRCTC ୱେବସାଇଟ୍ ଖୋଲିବା ମାତ୍ରେ ବମ୍ପର ବୁକିଂ, ଅଢ଼େଇ ଘଣ୍ଟାରେ ବିକ୍ରି ହେଲା ୪ ଲକ୍ଷ ଟିକେଟ

ଆଗାମୀ ଦିନରେ ରେଳବାଇ ଟ୍ରେନ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ପୀୟୁଷ ଗୋୟଲ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ରେଳ ୱେବସାଇଟ୍ ଏବଂ ଆପ୍ ବ୍ୟତୀତ ୧.୭ ଲକ୍ଷ ସେବା କେନ୍ଦ୍ରରୁ ଏହି ୨୦୦ ଟ୍ରେନ୍ ପାଇଁ ଟିକେଟ୍ ବୁକ୍ କରାଯାଇ ହେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ସୁବିଧା ପାଇଁ ଜୁନ ୧ରୁ ୨୦୦ ଟ୍ରେନ୍ ଚଳାଇବାକୁ ଭାରତୀୟ ରେଲୱେ ଘୋଷଣା କରିଛି । ଏହି ଟ୍ରେନ୍ ଗୁଡିକ ପାଇଁ ଗୁରୁବାର ଅର୍ଥାତ୍ ଆଜି ସକାଳ ୧୦ଟାରୁ ଠାରୁ ବୁକିଂ ଆରମ୍ଭ ହୋଇଛି  । ଏକ ଘଣ୍ଟା ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଟିକେଟ୍ ବୁକ୍ କରାଯାଇଥିଲା । ଏସି ସ୍ପେଶାଲ ଓ ଶ୍ରମିକ ସ୍ପେଶାଲ ଟ୍ରେନ୍ ବ୍ୟତୀତ ରେଳବାଇ ଏହି ୨୦୦ ଟ୍ରେନ୍ ଚଳାଇବାକୁ ଘୋଷଣା କରିଥିଲା । ଏହି ଟ୍ରେନ୍ ଗୁଡିକରେ ସାଧାରଣ ବଗି ପାଇଁ ଟିକେଟ୍ ମଧ୍ୟ ବୁକ୍ କରାଯାଇପାରିବ । ବିନା କନଫର୍ମ ଟିକେଟରେ ଏହି ଟ୍ରେନରେ ଯାତ୍ରା ଅନୁମତି ଦିଆଯିବ ନାହିଁ ।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ରେଲୱେ ଜୁନ୍ ୧ରୁ ଚାଲିବାକୁ ଥିବା ୨୦୦ ଟ୍ରେନ ପାଇଁ ଆଜି ସକାଳ ୧୦ଟାରୁ ୱେବସାଇଟରେ ବୁକିଂ ଆରମ୍ଭ ହୋଇଛି । ଆଉ ଦେଖୁ ଦେଖୁ ପ୍ରାୟ ଦେଢ଼ ଲକ୍ଷ ଟିକେଟ୍ ବୁକ୍ କରାଯାଇଥିଲା । ରେଳବାଇରୁ ମିଳିଥିବା ସୂଚନା ଅନୁଯାୟୀ, ଯାତ୍ରୀମାନେ ଜୁନ୍ ୧ରୁ ଚାଲିବାକୁ ଥିବା ୭୩ ଟ୍ରେନ ପାଇଁ ମାତ୍ର ଏକ ଘଣ୍ଟା ମଧ୍ୟରେ ୧,୪୯,୦୨୫ ଟିକେଟ୍ ବୁକ୍ କରିଥିଲା । ଏହା ବ୍ୟତୀତ ଏହା ଅନ୍ତର୍ଗତ ୨,୯୦,୫୧୦ ଲୋକଙ୍କ ପାଇଁ ଟିକେଟ ବୁକ୍ କରାଯାଇଛି ।

ପୀୟୁଷ ଗୋୟଲ କହିଛନ୍ତି ଯେ, ଜୁନ ୧ରୁ ଚାଲୁଥିବା ଟ୍ରେନ୍ ପାଇଁ ଅଢ଼େଇ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଶ୍ରେଣୀ ଯାତ୍ରୀବାହୀ ଟ୍ରେନ୍ ପାଇଁ ୪ ଲକ୍ଷରୁ ଅଧିକ ଟିକେଟ୍ ବୁକ୍ କରାଯାଇଛି । ଟିକେଟ୍ ବୁକିଂକୁ ଦେଖିଲେ ଜଣାପଡୁଛି ଯେ ବହୁ ସଂଖ୍ୟାରେ ଲୋକ ନିଜ ଘରକୁ ଯିବାକୁ ଚାହୁଁଛନ୍ତି । ଆହୁରି ମଧ୍ୟ ଅନେକ ଲୋକ କାମକୁ ଫେରିବାକୁ ଚାହାଁନ୍ତି ।

ଆଗାମୀ ଦିନରେ ରେଳବାଇ ଟ୍ରେନ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ପୀୟୁଷ ଗୋୟଲ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ରେଳ ୱେବସାଇଟ୍ ଏବଂ ଆପ୍ ବ୍ୟତୀତ ୧.୭ ଲକ୍ଷ ସେବା କେନ୍ଦ୍ରରୁ ଏହି ୨୦୦ ଟ୍ରେନ୍ ପାଇଁ ଟିକେଟ୍ ବୁକ୍ କରାଯାଇ ହେବ ।

;