Advertisement
Article Detail0/zeeodisha/odisha2758595
Zee OdishaOdisha National-InternationalAccident News: ଦିଲ୍ଲୀ ଯାଉଥିବା ବସରେ ଲାଗିଗଲା ନିଆଁ, ଜଳିଗଲେ ୫

Accident News: ଦିଲ୍ଲୀ ଯାଉଥିବା ବସରେ ଲାଗିଗଲା ନିଆଁ, ଜଳିଗଲେ ୫

ନୂଆଦିଲ୍ଲୀ: ରାତି ଅଧରେ ଚଳନ୍ତା ବସରେ ଲାଗିଲା ନିଆଁ। ଫଳରେ ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଜୀବନ୍ତ ଜଳିଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ବିହାରର ବେଗୁସରାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। ଉତ୍ତରପ୍ରଦେଶର ଲକ୍ଷ୍ନୌ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ରାତିରେ ସମସ୍ତ ଯାତ୍ରୀମାନେ ଶୋଇଯାଇଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ

Accident News: ଦିଲ୍ଲୀ ଯାଉଥିବା ବସରେ ଲାଗିଗଲା ନିଆଁ, ଜଳିଗଲେ ୫

Accident News: ନୂଆଦିଲ୍ଲୀ: ରାତି ଅଧରେ ଚଳନ୍ତା ବସରେ ଲାଗିଲା ନିଆଁ। ଫଳରେ ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଜୀବନ୍ତ ଜଳିଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ବିହାରର ବେଗୁସରାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। ଉତ୍ତରପ୍ରଦେଶର ଲକ୍ଷ୍ନୌ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ରାତିରେ ସମସ୍ତ ଯାତ୍ରୀମାନେ ଶୋଇଯାଇଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ ଅଧିକାଂଶ ଯାତ୍ରୀ ଜାଣିପାରିନଥିଲେ। ସେପଟେ ନିଆଁ ଲାଗିଥିବା ଅବସ୍ଥାରେ ଗାଡ଼ି ଛାଡି ବସର ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଥିବା ସୂଚନା ରହିଛି। 

ମିଳିଥିବା ସୂଚନା ଅନୁସାରେ ବେଗୁସରାୟରୁ ଏକ ଘରୋଇ ବସ ଯାହାର ନମ୍ବର UP 17 AT 6372 ଦିଲ୍ଲୀକୁ ଆସୁଥିଲା। ଉତ୍ତରପ୍ରଦେଶର ଲକ୍ଷ୍ନୌ-ରାୟବରେଲି ନିକଟ ମୋହନଲାଲଗଞ୍ଜ ନିକଟରେ ଗାଡିରେ ନିଆଁ ଲାଗିଯାଇଥିଲା। ଫଳରେ ଘଟଣା ସମ୍ପର୍କରେ ଜାଣିବା ପରେ ବସର ଚାଳକ ଓ କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବସରେ ଥିବା ପୋଲିସ ଓ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଏହି ବସରେ ପ୍ରାୟ ୮୦ ଜଣ ଯାତ୍ରୀ ଥିବା ନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। 

ଘଟଣା ସମ୍ପର୍କରେ ସୂଚନା ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ତେବେ ଗାଡିଟିରେ ନିଆଁ ଲିଭିଯିବା ପରେ ୫ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ମଧ୍ୟରେ ୫୫ ବର୍ଷୀୟ ଲକ୍ଷ୍ମୀ ଦେବୀ, ୨୬ ବର୍ଷୀୟ ଅଶୋକ ମେହେତ୍ତା, ରାମଲାଲଙ୍କ ୩ ବର୍ଷୀୟ ଦେବରାଜ ଓ ଝିଅ ସାକ୍ଷୀ କୁମାରୀଙ୍କ ମୃତଦେହ ମିଳିଛି। ସେହିପରି ଆଉ ଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ। 

Add Zee News as a Preferred Source
About the Author