)
Bus Fire Tagedy: ନୂଆଦିଲ୍ଲୀ: ଜୟପୁର-ଦିଲ୍ଲୀ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କୁ ନେଇ ପିଲିଭୀଟରୁ ଜୟପୁର ଯାଉଥିବା ଏକ ବସ୍ ଉଡାୱାଲା ନିକଟରେ ନିଆଁ ଲାଗି ଜଳି ଯାଇଛି। ଫଳରେ ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ସେହିପରି ୧୦ ରୁ ଅଧିକ ଆହତ ହୋଇଥିଲେ, ଯେଉଁମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୁହାଯାଉଛି ଯେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ବସ୍ରୁ ଡେଇଁ ପଡ଼ିଥିଲେ ଏବଂ ବସ୍ଟି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ନିଆଁ ଲାଗିଥିଲା। ଆହତମାନେ ଶାହପୁରାର ଏକ ଇଟା ଭାଟିରେ କାମ କରୁଥିବା ଶ୍ରମିକ ଥିଲେ ବୋଲି ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
ରିପୋର୍ଟ ଅନୁସାରେ, ମନୋହରପୁର ପୋଲିସ ଷ୍ଟେସନ ଅଞ୍ଚଳର ଟୋଡି ଗାଁରେ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ଟି ଏକ ଉଚ୍ଚକ୍ଷମତା ସମ୍ପନ୍ନ ଲାଇନ ସଂସ୍ପର୍ଶରେ ଆସି ବିଦ୍ୟୁତ୍ ଆଘାତ ପାଇ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଯେତେବେଳେ ବାକି ଶ୍ରମିକ ଆହତ ହୋଇଥିଲେ। ଉତ୍ତର ପ୍ରଦେଶର ପିଲିଭୀତରୁ ଜୟପୁର ଯାଉଥିବା ବସଟି ମନୋହରପୁରର ଟୋଡିରେ ଏକ ଇଟା ଭାଟିରେ ଅଟକିଥିଲା। ଏହି ଠାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଯାଇଥିବା ନେଇ କିଛି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଚନ୍ତି।
ବସଟି ଯେଉଁ ରାସ୍ତା ଦେଇ ଗତି କରୁଥିଲା ସେହି ରାସ୍ତା ଉପରେ ୧୧ ହଜାର ଭୋଲ୍ଟର ବିଦ୍ୟୁତ ତାର ଯାଇଥିଲା। ବିଦ୍ୟୁତ ସଂସ୍ପର୍ଷରେ ଆସିବା ପରେ ବସଟିରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମନୋହରପୁର ପୋଲିସ ଷ୍ଟେସନର ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଶାହପୁରା ଉପ-ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲେ। ଗୁରୁତର ପୋଡ଼ିଯାଇଥିବା ୫ ଜଣ ଶ୍ରମିକଙ୍କୁ ଜୟପୁରକୁ ପଠାଯାଇଛି।