ଜମ୍ମୁ-କଶ୍ମୀରରେ ବିଜେପି-ପିଡିପି ସରକାରରେ ହୋଇଛି ୧୦ ହଜାର କୋଟି ଟଙ୍କାର ହେରଫେର ! CAG ରିପୋର୍ଟରେ ଖୁଲାସା
ଜମ୍ମୁ-କଶ୍ମୀରର ଆର୍ଥିକ ସଞ୍ଚାଳନର ଯାଞ୍ଚ କରିବା ପରେ ସଂସଦରେ ଉପସ୍ଥାପନ କରାଯାଇଥିବା CAG ରିପୋର୍ଟ ହେଉଛି ଆର୍ଥିକ ବର୍ଷ ୨୦୧୭-୧୮ର, ଏହି ସମୟରେ ବିଜେପି-ପିଡିପିର ମିଳିତ ମେଣ୍ଟ ସରକାର ରାଜ୍ୟରେ ଶାସନ କରୁଥିଲେ ।
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର (Jammu And Kashmir) ରେ ଦୁର୍ନୀତି ଉପରେ ଜିରୋ ଟାଲରେନ୍ସର ଦାବି କରୁଥିବା ବିଜେପି (BJP) ଓ ମେହବୁବା ମୁଫ୍ତିଙ୍କ ଦଳ ପିଡିପି (PDP) ର ମେଣ୍ଟ ସରକାରର କାର୍ଯ୍ୟକାଳ ସମୟରେ ୧୦ ହଜାର କୋଟି ଟଙ୍କାର ହେରଫେର ହୋଇଛି ବୋଲି ଭାରତୀୟ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (CAG) ର ରିପୋର୍ଟରୁ ଖୁଲାସା ହୋଇଛି । ସଂସଦରେ ଉପସ୍ଥାପିତ CAG ର ଏକ ରିପୋର୍ଟରେ କୁହାଯାଇଛି ଯେ, ଜମ୍ମୁ ଓ କଶ୍ମୀର ସରକାରଙ୍କ କିଛି ଅଣ-ପାରଦର୍ଶିତା ଖର୍ଚ୍ଚ ହେତୁ ଏହାର ଆକାଉଣ୍ଟର ସଠିକ୍ ସୂଚନା ମିଳି ନାହିଁ । CAG କହିଛି ଯେ ସେ ୧୦ ହଜାର କୋଟିରୁ ଅଧିକ ଟଙ୍କାର ହେରଫେର ହୋଇଥିବାର ସୂଚନା ରହିଛି ।
ଜମ୍ମୁ-କଶ୍ମୀରର ଆର୍ଥିକ ସଞ୍ଚାଳନର ଯାଞ୍ଚ କରିବା ପରେ ସଂସଦରେ ଉପସ୍ଥାପନ କରାଯାଇଥିବା CAG ରିପୋର୍ଟ ହେଉଛି ଆର୍ଥିକ ବର୍ଷ ୨୦୧୭-୧୮ର, ଏହି ସମୟରେ ବିଜେପି-ପିଡିପିର ମିଳିତ ମେଣ୍ଟ ସରକାର ରାଜ୍ୟରେ ଶାସନ କରୁଥିଲେ । ଏଠାରେ କହି ରଖୁଛୁ ଯେ, ଆର୍ଥିକ ରିପୋର୍ଟିଂରେ ଗୋଟିଏ ପ୍ରାବଧାନ ମାଇନର ହେଡ ୮୦୦-ଅନ୍ୟାନ୍ୟ ଖର୍ଚ୍ଚ ଏବଂ ମାଇନର ହେଡ ୮୦୦-ଅନ୍ୟାନ୍ୟ ରସିଦ ହୋଇଥାଏ । ଏହା ଅନ୍ତର୍ଗତ ହୋଇଥିବା ଖର୍ଚ୍ଚକୁ ଚିହ୍ନଟ କରାଯାଇହୁଏ ନାହିଁ କିମ୍ବା ଖର୍ଚ୍ଚ ରସିଦ କେଉଁଠୁ ଆସୁଛି ତାହା ମଧ୍ୟ ଜଣାପଡ଼େ ନାହିଁ । ରିପୋର୍ଟରେ କୁହାଯାଇଛି ଯେ ମାଇନର ହେଡ୍ ୮୦୦ ଅଧୀନରେ ବଜେଟ୍ ଏବଂ ଆକାଉଣ୍ଟିଂ ପରିଚାଳନା ରସିଦ, ଖର୍ଚ୍ଚ ଏବଂ ରାଜସ୍ୱ ଚିହ୍ନଟ କରିବା କଷ୍ଟସାଧ୍ୟ ହୋଇଥାଏ । ଯାହାଫଳରେ ଆକାଉଣ୍ଟଗୁଡିକ ସ୍ୱଚ୍ଛ ରହି ନଥାଏ ।
୨୦୧୭-୧୮ ରେ ରାଜ୍ୟ ସରକାର ଖର୍ଚ୍ଚ ପାଇଁ କେନ୍ଦ୍ରର ସହାୟତା ଉପରେ ନିର୍ଭର କରିଥିଲେ । ଏହି ନିର୍ଭରଶୀଳତା ଏତେ ଅଧିକ ଥିଲା ଯେ ଜମ୍ମୁ-କଶ୍ମୀର ସରକାରଙ୍କ ମୋଟ ରାଜସ୍ୱର ୪୭ ପ୍ରତିଶତ କେନ୍ଦ୍ର ଅନୁଦାନରୁ ମିଳୁଥିଲା । ରିପୋର୍ଟ ହୋଇଛି ଯେ ୨୦୧୬-୧୭ରେ ୨୦ ହଜାର ୫୯୮ କୋଟିରୁ ୨୦୧୭-୧୮ରେ ଏହି ଅନୁଦାନ ବୃଦ୍ଧି କରି ୨୨ ହଜାର ୭୦୨ କୋଟି କରିଦିଆଯାଇଥିଲା । ଅର୍ଥାତ୍ ଏହି ଅନୁଦାନରେ ମୋଟ ୨,୧୦୪ କୋଟି ଟଙ୍କା ବୃଦ୍ଧି କରାଯାଇଛି ।
ଅଧିକ ପଢ଼ନ୍ତୁ:-ରାଫେଲ ଚୁକ୍ତିକୁ ନେଇ ଅଡୁଆରେ ମୋଦି ସରକାର, CAG କଲା ଏହି ଖୁଲାସା
CAG ସମୀକ୍ଷାରେ କୁହାଯାଇଛି ଯେ, ୨୦୧୬-୧୭ ରେ ରାଜ୍ୟର ୪୮ ହଜାର ୧୭୪ କୋଟି ବ୍ୟୟ ତୁଳନାରେ ୨୦୧୭-୧୮ରେ ଏହା ବୃଦ୍ଧି ପାଇଁ ୫୧ ହଜାର ୨୯୪ କୋଟି ହୋଇଯାଇଛି। ଅର୍ଥାତ ୨୦୧୭-୧୮ରେ ରାଜ୍ୟର ନିଜର ୧୩ ହଜାର ୮୯୮ କୋଟି ସମ୍ବଳ ଏହାର ଖର୍ଚ୍ଚ ପୂରଣ ପାଇଁ ପର୍ଯ୍ୟାପ୍ତ ନଥିଲା । ତତ୍କାଳୀନ ଜମ୍ମୁ-କଶ୍ମୀର ସରକାର ଦରମା, ଦେୟ, ପେନସନ ଏବଂ ସବସିଡି ପାଇଁ ୨୭ ହଜାର ୫୦୦ କୋଟି ଖର୍ଚ୍ଚ କରୁଥିଲେ ।
ଅଧିକ ପଢ଼ନ୍ତୁ:-କଂଗ୍ରେସକୁ ୪ ଦିନରେ ଲାଗିଲା ୩ଟି ଝଟକା, ବିଜେପିରେ ସାମିଲ ହେଲେ ଆଉ ୨ ବଡ଼ ନେତା
CAG ରିପୋର୍ଟରେ କୁହାଯାଇଛି ଯେ, ବଜେଟ୍ ଫିକ୍ସିଂ, ସଞ୍ଚୟ ଏବଂ ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ପ୍ରମୁଖ ତ୍ରୁଟି ଥିଲା । ମାର୍ଚ୍ଚ ୩୧, ୨୦୧୮ରେ ରାଜ୍ୟ ବିଧାନସଭା ଦ୍ୱାରା ପ୍ରସ୍ତୁତ ୧ ଲକ୍ଷ ୧୪ ହଜାର କୋଟିର ଅତିରିକ୍ତ ଖର୍ଚ୍ଚ ନିୟମିତକରଣ କରାଯିବାର ଥିଲା ।
ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରେ ବିଜେପି ଏବଂ ପିଡିପି ମିଳିତ ମେଣ୍ଟ ଭାଙ୍ଗିବା ପରେ ଜୁନ୍ ୨୦୧୮ରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଥିଲା । ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ମୋଦି ସରକାର ଦ୍ୱିତୀୟ କାର୍ଯ୍ୟକାଳ ଆସିବା ମାତ୍ରେ କାଶ୍ମୀରରୁ ଧାରା ୩୭୦କୁ ହଟାଇ ଦେଇଥିଲେ । ଜମ୍ମୁ-କଶ୍ମୀରକୁ ବର୍ତ୍ତମାନ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇ- ଜମ୍ମୁ କଶ୍ମୀର ଏବଂ ଲଦାଖ କରାଯାଇଛି ।