ଦଶହରା ଭସାଣୀ ବେଳେ ଅଘଟଣ; ୨୦ ଲୋକଙ୍କ ଉପରେ ଚଢିଗଲା ଗଞ୍ଜେଇ ବୋଝେଇ ଗାଡି
Advertisement

ଦଶହରା ଭସାଣୀ ବେଳେ ଅଘଟଣ; ୨୦ ଲୋକଙ୍କ ଉପରେ ଚଢିଗଲା ଗଞ୍ଜେଇ ବୋଝେଇ ଗାଡି

ଦୁର୍ଘଟଣା ଘଟାଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ଏହି ଗାଡିର ପିଛା କରି ଏହାକୁ ଏହାର ଚାଳକ ସହ ଧରି ନେଇଛନ୍ତି।

ଦଶହରା ଭସାଣୀ ବେଳେ ଅଘଟଣ; ୨୦ ଲୋକଙ୍କ ଉପରେ ଚଢିଗଲା ଗଞ୍ଜେଇ ବୋଝେଇ ଗାଡି

ରାୟପୁର: ବିଜୟା ଦଶମୀ ପାଳନ ପାଇଁ ଗାଁ ଠାରୁ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ଛତିଶଗଡରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା। ଦଶହରା ଉତ୍ସବ ଚାଲିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଗଞ୍ଜେଇ ବୋଝେଇ ଗାଡି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲୋକଙ୍କ ଉପରେ ଚଢିଯିବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟର ଜସପୁରସ୍ଥିତ ପତଥଲଗାଓଁ ଠାରେ ଥିବା ରାୟଗଡ ରୋଡରେ ଘଟିଯାଇଛି ଏଭଳି ଘଟଣା।

ଏଭଳି ଘଟଣା ଘଟିବା କ୍ଷଣି ଲୋକେ ଦୁର୍ଘଟଣା ଘଟାଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ଏହି ଗାଡିର ପିଛା କରି ଏହାକୁ ଏହାର ଚାଳକ ସହ ଧରି ନେଇଛନ୍ତି। ଏଭଳି ଘଟଣା ଘଟିବା ପରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରସ୍ଥିତି ସୃଷ୍ଟି ହୋଇଛି। ଏନେଇ ଖବର ପାଇବା ପରେ ସେଠାରେ ପହଞ୍ଚିଛି ପୋଲିସ। ଅନ୍ୟପଟେ ଜିଲ୍ଲାପାଳ ଏବଂ ଏସପି ସେଠାରେ ପହଞ୍ଚିବାକୁ ଯାତ୍ରା ଆରମ୍ଭ କରିଛନ୍ତି।

 

ଦ୍ରୁତ ଗତିରେ ଆସୁଥିବା ଏହି ଗଞ୍ଜେଇ ବୋଝେଇ ଗାଡି ୨୦ ଜଣ ଲୋକଙ୍କ ଉପରେ ଚଢିଯାଇଥିଲା। ଏହି ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ପତଥଲଗାଓଁସ୍ଥିତ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠି ସେମାନଙ୍କ ଚିକିତ୍ସା ଜାରି ରହିଛି।