ସୋସିଆଲ ମିଡିଆରେ ଗୁଜୁବ ପ୍ରଚାର କରିବା ଅଭିଯୋଗରେ ବିଜେପି ସାଂସଦଙ୍କ ବିରୋଧରେ ମାମଲା ରୁଜୁ
Advertisement
Article Detail0/zeeodisha/odisha669087

ସୋସିଆଲ ମିଡିଆରେ ଗୁଜୁବ ପ୍ରଚାର କରିବା ଅଭିଯୋଗରେ ବିଜେପି ସାଂସଦଙ୍କ ବିରୋଧରେ ମାମଲା ରୁଜୁ

ବିଜେପି ସାଂସଦ ସୋସିଆଲ ମିଡିଆରେ କହିଥିଲେ ଯେ, ଦୁଇ ମୃତଦେହର ଅନ୍ତିମ ସଂସ୍କାର କରିବାରେ ଅଧିକାରୀମାନେ ଭୁଲ କରିଛନ୍ତି । ଆଉ ଦାବି କରିଛନ୍ତି ଯେ ଏହି ୨ ମୃତ ବ୍ୟକ୍ତିଙ୍କ ମୃତ୍ୟୁ କୋରୋନା ଭାଇରସ ଯୋଗୁଁ ହୋଇଥିଲା ।

ସୋସିଆଲ ମିଡିଆରେ ଗୁଜୁବ ପ୍ରଚାର କରିବା ଅଭିଯୋଗରେ ବିଜେପି ସାଂସଦଙ୍କ ବିରୋଧରେ ମାମଲା ରୁଜୁ

ବାଙ୍କୁରା: ଦୁଇ ମୃତଦେହର ଅନ୍ତିମ ସଂସ୍କାର କରିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଗୁଜବ ପ୍ରଚାର କରିଥିବାରୁ ବିଜେପି ସାଂସଦ ସୁଭାଷ ସରକାରଙ୍କ ବିରୋଧରେ ମାମଲା ଏଫଆଇଆର ଦାଖଲ କରାଯାଇଛି । ଏହି ଘଟଣାଟି ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରେ ଘଟିଛି । ପୋଲିସର ସୂତ୍ରରୁ ପ୍ରକାଶ ଯେ ତୃଣମୂଳ କଂଗ୍ରେସ(ଟିଏମସି) ନେତା ଜୟଦୀପ ଚଟ୍ଟୋପାଧ୍ୟାୟ ବାଙ୍କୁରା ସଦର ପୋଲିସ ଥାନାରେ ସାଂସଦଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଯାହା ପରେ ଗୁରୁବାର ବାଙ୍କୁରା ସାଂସଦଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା । 

ବିଜେପି ସାଂସଦ ସୋସିଆଲ ମିଡିଆରେ କହିଥିଲେ ଯେ, ଦୁଇ ମୃତଦେହର ଅନ୍ତିମ ସଂସ୍କାର କରିବାରେ ଅଧିକାରୀମାନେ ଭୁଲ କରିଛନ୍ତି । ଆଉ ଦାବି କରିଛନ୍ତି ଯେ ଏହି ୨ ମୃତ ବ୍ୟକ୍ତିଙ୍କ ମୃତ୍ୟୁ କୋରୋନା ଭାଇରସ ଯୋଗୁଁ ହୋଇଥିଲା ।

ଟିଏମସି ନେତା କହିଛନ୍ତି, 'ସାଂସଦମାନେ ନିଜେ  ଜଣେ ଡାକ୍ତର । ଦୁର୍ଭାଗ୍ୟପୂର୍ଣ୍ଣ ଯେ ମୃତକଙ୍କ କୌଣସି ରିପୋର୍ଟ ନ ଦେଖି କୋଭିଡ-19 ବୈଶ୍ୱିକ ମହାମାରୀ ସମୟରେ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବାକୁ ଚେଷ୍ଟା କରିଛନ୍ତି । ଅନ୍ୟପଟେ ବିଜେପି ସାଂସଦ କହିଛନ୍ତି ଯେ ପ୍ରଶାସନ ଯାଞ୍ଚର ରିପୋର୍ଟ ଆସିବ ପୂର୍ବରୁ କିପରି ମୃତଦେହକୁ ଅନ୍ତିମ ସଂସ୍କାର କରିଛି ?

ଏପ୍ରିଲ ୧୨ର ମଧ୍ୟରାତ୍ରିରେ ଅଧିକାରୀମାନେ ଶବଦାହ କରିଥିଲେ । ସରକାରୀ ଡାକ୍ତରଖାନାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । କିଛି ଲୋକ ପ୍ରଦର୍ଶନ କରି ଦାବି କରିଥିଲେ ଯେ କୋରୋନା ଭୂତାଣୁ ଯୋଗୁଁ ଉଭୟଙ୍କର ମୃତ୍ୟୁ ଘଟିଛି ।

;