Advertisement
Article Detail0/zeeodisha/odisha669087
Zee OdishaOdisha National-Internationalସୋସିଆଲ ମିଡିଆରେ ଗୁଜୁବ ପ୍ରଚାର କରିବା ଅଭିଯୋଗରେ ବିଜେପି ସାଂସଦଙ୍କ ବିରୋଧରେ ମାମଲା ରୁଜୁ

ସୋସିଆଲ ମିଡିଆରେ ଗୁଜୁବ ପ୍ରଚାର କରିବା ଅଭିଯୋଗରେ ବିଜେପି ସାଂସଦଙ୍କ ବିରୋଧରେ ମାମଲା ରୁଜୁ

ବିଜେପି ସାଂସଦ ସୋସିଆଲ ମିଡିଆରେ କହିଥିଲେ ଯେ, ଦୁଇ ମୃତଦେହର ଅନ୍ତିମ ସଂସ୍କାର କରିବାରେ ଅଧିକାରୀମାନେ ଭୁଲ କରିଛନ୍ତି । ଆଉ ଦାବି କରିଛନ୍ତି ଯେ ଏହି ୨ ମୃତ ବ୍ୟକ୍ତିଙ୍କ ମୃତ୍ୟୁ କୋରୋନା ଭାଇରସ ଯୋଗୁଁ ହୋଇଥିଲା ।

ସୋସିଆଲ ମିଡିଆରେ ଗୁଜୁବ ପ୍ରଚାର କରିବା ଅଭିଯୋଗରେ ବିଜେପି ସାଂସଦଙ୍କ ବିରୋଧରେ ମାମଲା ରୁଜୁ

ବାଙ୍କୁରା: ଦୁଇ ମୃତଦେହର ଅନ୍ତିମ ସଂସ୍କାର କରିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଗୁଜବ ପ୍ରଚାର କରିଥିବାରୁ ବିଜେପି ସାଂସଦ ସୁଭାଷ ସରକାରଙ୍କ ବିରୋଧରେ ମାମଲା ଏଫଆଇଆର ଦାଖଲ କରାଯାଇଛି । ଏହି ଘଟଣାଟି ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରେ ଘଟିଛି । ପୋଲିସର ସୂତ୍ରରୁ ପ୍ରକାଶ ଯେ ତୃଣମୂଳ କଂଗ୍ରେସ(ଟିଏମସି) ନେତା ଜୟଦୀପ ଚଟ୍ଟୋପାଧ୍ୟାୟ ବାଙ୍କୁରା ସଦର ପୋଲିସ ଥାନାରେ ସାଂସଦଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଯାହା ପରେ ଗୁରୁବାର ବାଙ୍କୁରା ସାଂସଦଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା । 

ବିଜେପି ସାଂସଦ ସୋସିଆଲ ମିଡିଆରେ କହିଥିଲେ ଯେ, ଦୁଇ ମୃତଦେହର ଅନ୍ତିମ ସଂସ୍କାର କରିବାରେ ଅଧିକାରୀମାନେ ଭୁଲ କରିଛନ୍ତି । ଆଉ ଦାବି କରିଛନ୍ତି ଯେ ଏହି ୨ ମୃତ ବ୍ୟକ୍ତିଙ୍କ ମୃତ୍ୟୁ କୋରୋନା ଭାଇରସ ଯୋଗୁଁ ହୋଇଥିଲା ।

ଟିଏମସି ନେତା କହିଛନ୍ତି, 'ସାଂସଦମାନେ ନିଜେ  ଜଣେ ଡାକ୍ତର । ଦୁର୍ଭାଗ୍ୟପୂର୍ଣ୍ଣ ଯେ ମୃତକଙ୍କ କୌଣସି ରିପୋର୍ଟ ନ ଦେଖି କୋଭିଡ-19 ବୈଶ୍ୱିକ ମହାମାରୀ ସମୟରେ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବାକୁ ଚେଷ୍ଟା କରିଛନ୍ତି । ଅନ୍ୟପଟେ ବିଜେପି ସାଂସଦ କହିଛନ୍ତି ଯେ ପ୍ରଶାସନ ଯାଞ୍ଚର ରିପୋର୍ଟ ଆସିବ ପୂର୍ବରୁ କିପରି ମୃତଦେହକୁ ଅନ୍ତିମ ସଂସ୍କାର କରିଛି ?

Add Zee News as a Preferred Source

ଏପ୍ରିଲ ୧୨ର ମଧ୍ୟରାତ୍ରିରେ ଅଧିକାରୀମାନେ ଶବଦାହ କରିଥିଲେ । ସରକାରୀ ଡାକ୍ତରଖାନାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । କିଛି ଲୋକ ପ୍ରଦର୍ଶନ କରି ଦାବି କରିଥିଲେ ଯେ କୋରୋନା ଭୂତାଣୁ ଯୋଗୁଁ ଉଭୟଙ୍କର ମୃତ୍ୟୁ ଘଟିଛି ।

About the Author