ମୁସଲିମଙ୍କ ଚିକିତ୍ସା ଉପରେ ପ୍ରତିବନ୍ଧକ ଲଗାଇଥିବା ହସ୍ପିଟାଲ ବିରୋଧରେ ମାମଲା ରୁଜୁ
Advertisement

ମୁସଲିମଙ୍କ ଚିକିତ୍ସା ଉପରେ ପ୍ରତିବନ୍ଧକ ଲଗାଇଥିବା ହସ୍ପିଟାଲ ବିରୋଧରେ ମାମଲା ରୁଜୁ

ଉତ୍ତରପ୍ରଦେଶର ଏକ ହସ୍ପିଟାଲରେ ମୁସଲିମଙ୍କ ଚିକିତ୍ସା ପାଇଁ କିଛି ନିୟମ କରାଯାଇଥିଲା । ଯାହା ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।

ମୁସଲିମଙ୍କ ଚିକିତ୍ସା ଉପରେ ପ୍ରତିବନ୍ଧକ ଲଗାଇଥିବା ହସ୍ପିଟାଲ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ: ସମଗ୍ର ବିଶ୍ୱ ସମେତ ଭାରତରେ କୋରୋନା ସଙ୍କଟ ଦେଖାଦେଇଛି । ଫଳରେ ସାରା ଦେଶରେ ମେ ୩ ଯାଏ ଲକଡାଉନ କରାଯାଇଛି । ଏହି ପରିସ୍ଥିତିରେ ଲୋକ ପରସ୍ପର ସହାୟତା ପାଇଁ ଆଗେଇ ଆସୁଛନ୍ତି । ଅନ୍ୟପକ୍ଷେ ଉତ୍ତରପ୍ରଦେଶର ଏକ ହସ୍ପିଟାଲରେ ମୁସଲିମଙ୍କ ଚିକିତ୍ସା ପାଇଁ କିଛି ନିୟମ କରାଯାଇଥିଲା । ଯାହା ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଘଟଣା ରାଜ୍ୟକର  ମେରଟରେ ଘଟିଛି । ଏଠାରେ ଥିବା ଏକ ଡାକ୍ତରଖାନା ବିଜ୍ଞାପନ ଛପାଇ  ମୁସଲମାନ ରୋଗୀଙ୍କୁ କହିଥିଲେ ଯେ ସେମାନେ ସେମାନଙ୍କର କୋରୋନା ନେଗେଟିଭ ପ୍ରମାଣପତ୍ର ଆଣିଲେ ହିଁ  ଚିକିତ୍ସା କରାଯିବ । ଏଥିପାଇଁ ଡାକ୍ତରଖାନା ବିରୋଧରେ ଏକ ମାମଲା ରୁଜୁ ହୋଇଛି । 

ଏଠାରେ କ ହି ରଖୁଛୁ ଯେ, ସୋସିଆଲ ମିଡିଆରେ ବିରୋଧ  ହେବା ପରେ ହସ୍ପିଟାଲ ଆଜି ଦ୍ୱିତୀୟ ବିଜ୍ଞାପନ ମୁଦ୍ରଣ କରି କହିଛି ଯେ, ଏହା ସେ ପ୍ରଥମ ବିଜ୍ଞାପନ ପାଇଁ ଦୁଃଖିତ । ଏପ୍ରିଲ ୧୭ରେ ଏକ ଖବରକାଗଜରେ ବିଜ୍ଞାପନ ଦିଆଯାଇଥିଲା । ବର୍ତ୍ତମାନ ଗତକାଲି ଅର୍ଥାତ  ଏପ୍ରିଲ୧୮ରେ ଅନ୍ୟ ଏକ ବିଜ୍ଞାପନ ଦେଇ କ୍ଷମା ମାଗିଛି ।