କୋରୋନା ନେଲା ଆଉ ଜଣେ ଯବାନଙ୍କ ଜୀବନ
Advertisement

କୋରୋନା ନେଲା ଆଉ ଜଣେ ଯବାନଙ୍କ ଜୀବନ

ସିଆଇଏସ୍ଏଫ୍ କର୍ମଚାରୀଙ୍କ ମୃତ୍ୟୁ ପରେ ଅର୍ଦ୍ଧସାମରିକ ବଳରେ କୋରୋନା କାରଣରୁ ମୃତ୍ୟୁବରଣ କରିଥିବା ଯବାନଙ୍କ ସଂଖ୍ୟା ୪ ପହଞ୍ଚିଛି । ଏହାପୂର୍ବରୁ କୋରୋନା ଯୋଗୁଁ ସିଆରପିଏଫରେ ଜଣେ ଓ ବିଏସ୍ଏଫରେ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସରେ କେରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏପର୍ଯ୍ୟନ୍ତ କେରୋନା ସଂକ୍ରମିତଙ୍କ ସଂଖ୍ୟା ୭୮୧କୁ ବୃଦ୍ଧି ପାଇଛି । କୋଲକାତାରେ ମୁତୟନ ଜଣେ ସିଆଇଏସ୍ଏଫ୍ ଯବାନ କୋରୋନା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି । ୫୫ ବର୍ଷୀୟ ଆସିଷ୍ଟେଣ୍ଟ ସବ-ଇନ୍ସପେକ୍ଟର କୋଲକାତାର ଜିଆରଏସଏଲରେ ମୁତୟନ ହୋଇଥିଲେ । ତାଙ୍କୁ ମେ ୫ରେ କୋରୋନା ପଜିଟିଭ୍ ମିଳିଥିଲା । ଚିକିତ୍ସା ସମୟରେ ମେ ୧୧ରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଏଏସଆଇ ପୂର୍ବରୁ ମଧୁମେହ ଏବଂ ରକ୍ତଚାପର ରୋଗୀ ଥିଲା । ସିଆଇଏସ୍ଏଫ୍ କର୍ମୀ ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁରର ଥିଲେ ।

ଏଠାରେ କହି ରଖୁଛୁ ଯେ, କୋରୋନା ଦ୍ୱାରା CISFରେ ୬୮ ଜଣ ଯବାନ ସଂକ୍ରମିତ ହୋଇଛନ୍ତି । ଏଥି ସହିତ ବିଏସଏଫରେ ୯ଟି ନୂତନ ମାମଲା ରିପୋର୍ଟ ହୋଇଛି । ବିଏସଏଫରେ ଏପର୍ଯ୍ୟନ୍ତ ୨୯୦ ଜଣ ଯବାନଙ୍କୁ କୋରୋନା ପଜିଟିଭ ମିଳିଛି । ୨ଟି ନୂତନ ମାମଲା ପରେ ସିଆରପିଏଫରେ ୨୪୩ କୋରୋନା ମାମଲା ହୋଇଛି । ଆଇଟିବିପିରେ ୨ଟି ନୂତନ ମାମଲା ପରେ ଏଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି । ଏସସିବିରେ ଏକ ନୂତନ ଘଟଣାରୁ ମୋଟ କୋରୋନା ସଂକ୍ରମଣର ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।

ସିଆଇଏସ୍ଏଫ୍ କର୍ମଚାରୀଙ୍କ ମୃତ୍ୟୁ ପରେ ଅର୍ଦ୍ଧସାମରିକ ବଳରେ କୋରୋନା କାରଣରୁ ମୃତ୍ୟୁବରଣ କରିଥିବା ଯବାନଙ୍କ ସଂଖ୍ୟା ୪ ପହଞ୍ଚିଛି । ଏହାପୂର୍ବରୁ କୋରୋନା ଯୋଗୁଁ ସିଆରପିଏଫରେ ଜଣେ ଓ ବିଏସ୍ଏଫରେ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା ।