)
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି। ସମାନ୍ତରାଳ ଭାବେ ଏନସିବି ଓ ଇଡ଼ି ତଦନ୍ତ ଜାରି ରଖିଛି। ଏନସିବି ଡ୍ରଗ୍ସ ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଇଡ଼ି ସୁଶାନ୍ତଙ୍କ ଅର୍ଥ ହେରଫେର ମାମଲାରେ ତଦନ୍ତ ଜାରି ରଖିଛି। ସେପଟେ ଶୁକ୍ରବାର ସନ୍ଧ୍ୟାରେ ଏନସିବି ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତ ସିଂହଙ୍କ ବନ୍ଧୁ ସାମୁଏଲ ମିରିଣ୍ଡାଙ୍କୁ ଗିରଫ କରିଛି ପୋଲିସ।
ସେପଟେ ସିବିଆଇ ପୁଣି ଥରେ ସୁଶାନ୍ତ ସିଂହଙ୍କ ଘରେ ପହଞ୍ଚିଛି। ଏହି ଟିମ ସହିତ ସୁଶାନ୍ତଙ୍କ ଭଉଣୀ ଓ AIIMSର ଡାକ୍ତର ମଧ୍ୟ ରହିଛନ୍ତି। ସିବିଆଇ ଟିମ୍ ସହିତ ସୁଶାନ୍ତ ସିଂଙ୍କ ଭଉଣୀ ମିତୁ ସିଂ ମଧ୍ୟ ଅଛନ୍ତି। ଏହି ଦଳରେ ଦିଲ୍ଲୀରେ AIIMS ଡାକ୍ତର ମଧ୍ୟ ଅଛନ୍ତି। ସିଦ୍ଧାର୍ଥ ପିଠାନୀ ଓ ନୀରଜ ମଧ୍ୟ ସୁଶାନ୍ତଙ୍କ ଘରେ ଉପସ୍ଥିତ ଅଛନ୍ତି। କ୍ରାଇମସିନର ରିକ୍ରିଏସନ ପାଇଁ ସିବିଆଇ ଟିମ୍ ସୁଶାନ୍ତଙ୍କ ଘରେ ପହଞ୍ଚିଥିବା କୁହାଯାଉଛି। ସେଦିନର ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପୁନର୍ବାର ଘଟଣାର ରିକ୍ରିଏସନ କରିବାକୁ ସିବିଆଇ ଉଦ୍ୟମ କରିବ ବୋଲି ଆଲୋଚନା ହେଉଛି।
ଏଠାରେ କହି ରଖୁଛୁ କି, ସିବିଆଇ ପୂର୍ବରୁ ଦୁଇ ଦୁଇ ଥର ଏହି ରିକ୍ରିଏସନ କାର୍ଯ୍ୟ କରିସାରିଛି। ଏହି ସମୟରେ ସିବିଆଇର ଫରେନସିକ ଏକ୍ସପର୍ଟ ମଧ୍ୟ ଉପସ୍ଥିତ ରହି ସାରିଛନ୍ତି। ତୃତୀୟ ଥର ରିକ୍ରିଏସନ ସେଟରେ ଏମସ ଡାକ୍ତର ମଧ୍ୟ ରହିବେ ବୋଲି ସୂଚନା ମିଳିଛି। ଏଥିରୁ ସ୍ପଷ୍ଟ ଯେ, ଉକ୍ତ ରିକ୍ରିଏସନ ସମୟରେ କିଛି ନୂଆ ତଥ୍ୟ ସିବିଆଇ ହାସଲ କରିପାରେ। ସିଦ୍ଧାର୍ଥ, କେସବ ଓ ନୀରଜ ଘଟଣା ସମୟରେ ଘରେ ରହିଥିଲେ। ସେମାନେ ରିକ୍ରିଏସନ ସମୟରେ ଘରେ ରହି ସମସ୍ତ ତଥ୍ୟ ପ୍ରଦାନ କରିବେ। ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ସଙ୍ଗେ ସଙ୍ଗେ ଭଉଣୀ ମିତୁ ସିଂହ ସେଠାରେ ପହଞ୍ଚିଥିଲେ।