ଦେଶର ସବୁଠୁ ବଡ଼ ଘୋଟାଲା, ୨୮ଟି ବ୍ୟାଙ୍କକୁ ଲୁଟିଛି ଏହି କମ୍ପାନୀ
Advertisement

ଦେଶର ସବୁଠୁ ବଡ଼ ଘୋଟାଲା, ୨୮ଟି ବ୍ୟାଙ୍କକୁ ଲୁଟିଛି ଏହି କମ୍ପାନୀ

ଏମାନଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ରଚିବା, ଠକେଇ, ବିଶ୍ୱାସର ଅପରାଧିକ ଭାବେ ଭାଙ୍ଗିବା ଓ ପଦର ଦୁରୂପଯୋଗ କୁ ନେଇ ମାମଲା ରୁଜୁ କରାଯାଇଛି। 

ଦେଶର ସବୁଠୁ ବଡ଼ ଘୋଟାଲା, ୨୮ଟି ବ୍ୟାଙ୍କକୁ ଲୁଟିଛି ଏହି କମ୍ପାନୀ

ନୂଆଦିଲ୍ଲୀ: ସିବିଆଇ ବ୍ୟାଙ୍କିଂ ଫ୍ରଡ କେସରେ ABG Shipyard Ltd ଓ ଏହାର ତତ୍କାଳିନ ଚେୟାରମ୍ୟାନ , ମ୍ୟାନେଜିଂ ଡାଇରେକ୍ଟର ଋଷି କମଲେଶ ଅଗ୍ରୱାଲ ଓ ଅନ୍ୟ ଜଣେ ସହଯୋଗୀଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରାଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଅନୁସରଣରେ ୨୮ ଟି ବ୍ୟାଙ୍କରୁ କଥିତ ରୂପେ ୨୨ ହଜାର ୮୪୨ କୋଟି ର ଠକେଇକୁ ନେଇ FIR ଦାୟର କରିଛନ୍ତି। ସିବିଆଇ ଦ୍ୱାରା ଦାୟର କରାଯାଇଥିବା ସବୁ ମାମଲାରୁ ଏହି ବ୍ୟାଙ୍କ୍ ଠକେଇ ମାମଲା ସବୁଠାରୁ ବଡ଼ ବୋଲି କୁହାଯାଉଛି।

ଅଗ୍ରୱାଲଙ୍କୁ ଛାଡ଼ିଦେଲେ ଏଜେନ୍ସି ତତ୍କାଳିନ ଏକଜ୍ୟୁକିଟିଭ୍ ଡାଇରେକ୍ଟର ସନ୍ଥାନମ ମୁଥୁସ୍ୱାମୀ, ଡାଇରେକ୍ଟର୍ସ ଅଶ୍ୱିନୀ କୁମାର, ସୁଶୀଲ କୁମାର ଅଗ୍ରୱାଲ ଓ ରବି ବିମଲ ନେବୋତିଆ ଏବଂ ଅନ୍ୟ ଏକ କମ୍ପାନୀ ABG International Pvt Ltd ବିରୋଧରେ ମାମଲା ଦାୟର କରାଯାଇଛି। ଏମାନଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ରଚିବା, ଠକେଇ, ବିଶ୍ୱାସର ଅପରାଧିକ ଭାବେ ଭାଙ୍ଗିବା ଓ ପଦର ଦୁରୂପଯୋଗ କୁ ନେଇ ମାମଲା ରୁଜୁ କରାଯାଇଛି। 

Also Read: ପୁତୁରାଙ୍କ ସହ ବଢ଼ିଲା ମମତାଙ୍କ ବିବାଦ; CM ଡାକିଲେ ଜରୁରୀ ବୈଠକ, ଜାଣନ୍ତୁ ପୂରା ମାମଲା

ବ୍ୟାଙ୍କ ୮ ନଭେମ୍ବର, ୨୦୧୯ କୁ ପ୍ରଥମ ଥର ମାମଲା ରୁଜୁ କରିଥିଲା। ଏହା ଉପରେ ସିବିଆଇ ୧୨ ମାର୍ଚ୍ଚ ୨୦୨୦ ରେ ସ୍ପଷ୍ଟିକରଣ ମାଗିଥିଲେ। ଏହାବାଦ୍ ସେହିବର୍ଷ ଅଗଷ୍ଟରେ ପୁଣିଥରେ ମାମଲା ଦାୟର କରିଥିଲା। ପାଖାପାଖି ଦେଢବର୍ଷ ଧରି ଯାଞ୍ଚ ସହ ଛାନଭିନ୍ ପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ୭ ଫେବୃଆରୀ ୨୦୨୨ରେ ମାମଲା ଦାୟର କରିଥିଲା। 

Also Read: ଏହି ସରକାରୀ ବ୍ୟାଙ୍କ Fixed Deposits ର ସୁଧରେ ଆଣିଲା ପରିବର୍ତ୍ତନ, ଜାଣନ୍ତୁ ପୁରା ଖବର

ସୂଚନାନୁଯାୟୀ, କମ୍ପାନୀ ୨୮ ଟି ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥାଠାରୁ  ଋଣ ନେଇଛି। ଏସବିଆଇର ପାଖାପାଖ୍ ୨,୪୬୮.୫୧ କୋଟି ଟଙ୍କାର ଏକ୍ସପୋଜର ରହିଛି। ଫ୍ଲୋରସିଂ ଅଡ଼ିଟରେ ଏହି ସାଂଘାତିକ କଥା ଏବେ ସାମ୍ନାକୁ ଆସିଛି। ତେବେ ଏହି ଠକେଅ କାରବାର କମ୍ପାନୀ ୨୦୧୨ ରୁ ନେଇ ୨୦୧୭ ଯାଏଁ ଜାରି ରଖିଥିଲା। ଏଫଆଇଆରରେ କୁହାଯାଇଛି ଯେ, ବ୍ୟାଙ୍କ ଗୁଡିକ ଯେଉଁ ଉଦ୍ଦେଶ୍ୟରେ ଫଣ୍ଡ ରିଲିଜ କରିଥିଲେ ଟଙ୍କା ସେହି କାମରେ ଲାଗିନାହିଁ। ତେବେ ABG Shipyard Ltd ହେଉଛି ଜାହାଜ ନିର୍ମାଣ ଓ ମରାମତି କରୁଥିବା କମ୍ପାନୀ। ଏହି କମ୍ପାନୀ ଗୁଜୁରାଟର ସୁରତରେ ଅବସ୍ଥିତ।