• ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଆଜି ୟୁଏସ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ କଥାହେବେ
  • ଆଜି ବିଭିନ୍ନ କମ୍ପାନୀର ସିଇଓମାନଙ୍କୁ ସାକ୍ଷାତ କରିବେ
  • ୫ଟି କମ୍ପାନୀର ସିଇଓମାନଙ୍କୁ ମୋଦିଙ୍କ ସାକ୍ଷାତ କାର୍ଯ୍ୟକ୍ରମ
  • ଆସନ୍ତାକାଲି ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ
  • ଆସନ୍ତା ୨୬ରେ ବସିବ ମାଓ ଦମନ ବୈଠକ
  • କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
  • ଯୋଗଦେବେ ଓଡ଼ିଶା ସମେତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ରାଜ୍ୟର ସିଏସ, ପୋଲିସ ଡିଜି, ବରିଷ୍ଠ ଅଧିକାରୀ ଯୋଗଦେବେ
  • ଯୋଗଦେବାକୁ ଦିଲ୍ଲୀ ଗସ୍ତ କରିପାରନ୍ତି ମୁଖ୍ୟମନ୍ତ୍ରୀ

CBSE ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ; ଭୁବନେଶ୍ୱରରେ ୯୯.୬୨% ପାସ୍, ଏମିତି ଦେଖନ୍ତୁ Results

CBSE ଦଶମର ପ୍ରାୟ ସାଢେ ୨୧ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୬୮୪୧ ପ୍ରାଇଭେଟ୍ ମୋଡରେ ନାମ ଲେଖାଇଛନ୍ତି ଯେଉଁମାନଙ୍କ ଫଳାଫଳ ବାହାରିନାହିଁ। ୧୬୬୩୯ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରକ୍ରିୟା ଚାଲିଛି ଏବଂ ପରେ ଘୋଷଣା କରାଯିବ।

CBSE ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ; ଭୁବନେଶ୍ୱରରେ ୯୯.୬୨% ପାସ୍, ଏମିତି ଦେଖନ୍ତୁ Results
ଡିଜାଇନ ଫଟୋ

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ଦଶମ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଛି। ଏଥର ପାସ୍ ହାସ ସର୍ବକାଳୀନ ରେକର୍ଡ ଭାଙ୍ଗିଛି। କାରଣ ପ୍ରାୟ ସମସ୍ତ ଛାତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରାୟ ସାଢେ ୨୧ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୯.୦୪% ପାସ୍ କରିଛନ୍ତି। ଗତ ବର୍ଷ ତୁଳନାରେ ଏହା ୮ ପ୍ରତିଶତରୁ ଅଧିକ।

CBSE ଦଶମର ପ୍ରାୟ ସାଢେ ୨୧ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୬୮୪୧ ପ୍ରାଇଭେଟ୍ ମୋଡରେ ନାମ ଲେଖାଇଛନ୍ତି ଯେଉଁମାନଙ୍କ ଫଳାଫଳ ବାହାରିନାହିଁ। ୧୬୬୩୯ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରକ୍ରିୟା ଚାଲିଛି ଏବଂ ପରେ ଘୋଷଣା କରାଯିବ। ଅଞ୍ଚଳ ଅନୁଯାୟୀ, ତ୍ରିଭେନ୍ଦ୍ରମ୍ ଅପରାଜିତ ଚାମ୍ପିଅନ୍ ହୋଇ ରହିଛନ୍ତି। କାରଣ ଏହା କେବଳ ଅଞ୍ଚଳ ମଧ୍ୟରେ ଶ୍ରେଷ୍ଠ ନୁହେଁ ବରଂ ସର୍ବାଧିକ ପାସ୍ ପ୍ରତିଶତ ରହିଛି। ଏହି ଅଞ୍ଚଳର ୯୯.୯୯% ଛାତ୍ରଛାତ୍ରୀ ପରୀକ୍ଷାରେ ପାସ ହୋଇଛନ୍ତି। ଏହା ପରେ ବେଙ୍ଗାଲୁରୁରେ ୯୯.୯୬% ପ୍ରତିଶତ ପାସ୍ ହାର ରହିଛି। 

Also Read: Tokyo Olympics 2020: ଭାରତୀୟ ପୁରୁଷ ହକି ଦଳର ସ୍ୱପ୍ନ ଚୁରମାର୍, ଏବେ ବି ମିଳିପାରେ କାଂସ୍ୟ ପଦକ

ସହିପରି ଭୁବନେଶ୍ୱର ରିଜନରେ ୯୯.୬୨% ଛାତ୍ରଛାତ୍ରୀ CBSE ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦିଲ୍ଲୀ ୱେଷ୍ଟରେ ୯୮.୭୪% ଓ ଦିଲ୍ଲୀ ଇଷ୍ଟରେ ୯୭.୮୦%  ପାସ୍ ହାର ରହିଛି। ୯୦.୫୪% ସହ ଗୌହାଟି ରିଜନ ସବୁଠୁ ତଳେ ରହିଛି। ଅନ୍ୟପଟେ ୯୯.୨୪% ଛାତ୍ରୀ ଓ ୯୮.୮୯% ଛାତ୍ର ପାସ ହୋଇଥିବା ବେଳେ ରେଜିଷ୍ଟ୍ରେସନ କରିଥିବା ସମସ୍ତ ଟ୍ରାନ୍ସଜେଣ୍ଡର ପାସ ହୋଇଛନ୍ତି। ୫୭୮୨୪ ଜଣ ୯୫%ରୁ ଅଧିକ ଓ ୨ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି।

cbse.nic.in, cbse results.nic.inରୁ ଛାତ୍ରଛାତ୍ରୀମାନେ ମାର୍କସିଟ୍ ଡାଉନଲୋଡ୍ କରିପାରିବେ। digilocker.gov.nରେ ମଧ୍ୟ CBSE ଦଶମର ଫଳାଫଳ ଯାଞ୍ଚ କରିପାରିବେ। SMS ଜରିଆରେ ବି ଛାତ୍ରଛାତ୍ରୀ ପରୀକ୍ଷା ଫଳ ପାଇପାରିବେ। cbse10 <space> Roll number ଲେଖି 7738299899କୁ SMS କରନ୍ତୁ। 

Also Read: ରାହୁଲ ଗାନ୍ଧୀଙ୍କ Breakfast Meeting; ଏକାଠି ହେଲେ ୧୪ ବିରୋଧି, ମୁହଁ ମୋଡିଲେ AAP-BSP

କୋରୋନା ପାଇଁ CBSE ଦଶମ ବୋର୍ଡ ପରୀକ୍ଷା ବାତିଲ ହୋଇଛି। ସ୍ୱତନ୍ତ୍ର ମୂଲ୍ୟାଙ୍କନ ପଦ୍ଧତିରେ ଫଳାଫଳ ପ୍ରକାଶ କରାଯାଉଛି। ଯେଉଁ ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଳକୁ ନେଇ ସନ୍ତୁଷ୍ଟ ନୁ଼ହନ୍ତି, ସେମାନେ ସ୍ୱତନ୍ତ୍ର ପରୀକ୍ଷା ଦେଇପାରିବେ। ଖୁବଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ହେବ।