• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ସିବିଏସଇ ମାଟ୍ରିକ ପରୀକ୍ଷା ଫଳ: ବାଜି ମାରିଲେ ଛାତ୍ରୀ

ସିବିଏସଇ ମାଟ୍ରିକ ପରୀକ୍ଷା ଫଳ: ବାଜି ମାରିଲେ ଛାତ୍ରୀ

ଜୋନ ଅନୁଯାୟୀ ଶ୍ରେଷ୍ଠ ସ୍ଥାନରେ ତ୍ରିଭେନ୍ଦ୍ରମ...

Edited ByZee Odisha Desk
Published: Jul 15, 2020, 01:37 PM IST|Updated: Jul 15, 2020, 01:37 PM IST
joinshare
ସିବିଏସଇ ମାଟ୍ରିକ ପରୀକ୍ଷା ଫଳ: ବାଜି ମାରିଲେ ଛାତ୍ରୀ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Entertainment News: ମାଳିପୁଟ ମେଲୋଡିଜ୍"ର ହେଲା ସ୍ପେସିଆଲ ସ୍କ୍ରିନିଂ,ସେପ୍ଟେମ୍ବର ୧୮ ରେ ମୁକ୍

    Entertainment News: ମାଳିପୁଟ ମେଲୋଡିଜ୍"ର ହେଲା ସ୍ପେସିଆଲ ସ୍କ୍ରିନିଂ,ସେପ୍ଟେମ୍ବର ୧୮ ରେ ମୁକ୍

    2

    Top 10 News Today: ରାଜଧାନୀ ଦିଲ୍ଲୀରେ ୫ ମହଲା କୋଠା ଭୁଶୁଡ଼ି ୨ ଜଣଙ୍କର ମୃତ୍ୟୁ, ମଧ୍ୟପ୍ରଦେଶର

    3

    Delhi Building Collapse: ରାଜଧାନୀ ଦିଲ୍ଲୀରେ ବଡ଼ ଅଘଟଣ, ୫ ମହଲା କୋଠା ଭୁଶୁଡ଼ି ୨ ମୃତ

    4

    Hirakud Dam: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୭.୯୩ ଫୁଟକୁ ବୃଦ୍ଧି,ନାହିଁ ବନ୍ୟା ଆଶଙ୍କା

    5

    Odisha Governor: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଓଡିଶାର ରାଜ୍ୟପାଳ

    ନୂଆଦିଲ୍ଲୀ: ପ୍ରକାଶ ପାଇଛି ସିବିଏସଇ ମାଟ୍ରିକ ପରୀକ୍ଷା ଫଳ। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ସୂଚନା ଦେଇଛନ୍ତି। ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟ୍ୱିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ପୁଣିଥରେ ଛାତ୍ରୀମାନେ ବାଜିମାତ କରିଛନ୍ତି। ଛାତ୍ରଛାତ୍ରୀମାନେ CBSE Board 10th Results ଓ୍ୱେବସାଇଟରେ ସେମାନଙ୍କର ପରୀକ୍ଷା ଫଳ ଦେଖିପାରିବେ। 

    ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ମୋଟ ୯୧.୪୬ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ଉନ୍ନୀତ ହୋଇଥିବା ଜଣାପଡ଼ିଛି। ମୋଟ ୧୮,୮୫,୮୮୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ନାଁ ଦାଖଲ କରିଥିଲେ। ମାତ୍ର ସେଥି ମଧ୍ୟରୁ ୧୮,୭୩,୯୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ୧୭,୧୩,୧୨୧ ପିଲା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। 

    ତେବେ ମୋଟ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୩.୩୧ ପ୍ରତିଶତ ଝିଅ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯୦.୧୪ ପ୍ରତିଶତ ପୁଅ ପରୀକ୍ଷାରେ ସଫଳତା ହାତେଇଛନ୍ତି। ତେବେ ଦିଲ୍ଲୀ ଜୋନରେ ୮୫.୮୬ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ସୂଚନା ରହିଛି। ଜୋନ ଅନୁଯାୟୀ ଶ୍ରେଷ୍ଠ ୩ଟି ସ୍ଥାନରେ ଯଥାକ୍ରମେ ତ୍ରିଭେନ୍ଦ୍ରମ, ଚେନ୍ନାଇ ଓ ବେଙ୍ଗାଲୁରୁ ରହିଛନ୍ତି। 

    ବୋର୍ଡ ଅଧିକାରୀଙ୍କ କହିବା ମୁତାବକ ପରୀକ୍ଷା ଫଳ ଜାଣିବା ପାଇଁ ଛାତ୍ରଛାତ୍ର ତଥା ଅଭିଭାବକମାନେ cbse।nic।in, cvseresults।nic।in ଓ୍ୱେବସାଇଟରେ ଜାଣିପାରିବେ। ଏହା ବ୍ୟତୀତ ଉମଙ୍ଗ ଆପ ଓ ଡିଗିଲକର ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀମାନେ ସେମାନଙ୍କର ପରୀକ୍ଷା ଫଳ ଜାଣିପାରିବେ। 

    Add Zee News as a Preferred Source
    TAGS:
    CBSE
    Matric
    Result
    girls
    boys
    student