ସିବିଏସଇ ମାଟ୍ରିକ ପରୀକ୍ଷା ଫଳ: ବାଜି ମାରିଲେ ଛାତ୍ରୀ
Advertisement

ସିବିଏସଇ ମାଟ୍ରିକ ପରୀକ୍ଷା ଫଳ: ବାଜି ମାରିଲେ ଛାତ୍ରୀ

ଜୋନ ଅନୁଯାୟୀ ଶ୍ରେଷ୍ଠ ସ୍ଥାନରେ ତ୍ରିଭେନ୍ଦ୍ରମ...

ସିବିଏସଇ ମାଟ୍ରିକ ପରୀକ୍ଷା ଫଳ: ବାଜି ମାରିଲେ ଛାତ୍ରୀ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ସିବିଏସଇ ମାଟ୍ରିକ ପରୀକ୍ଷା ଫଳ। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ସୂଚନା ଦେଇଛନ୍ତି। ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟ୍ୱିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ପୁଣିଥରେ ଛାତ୍ରୀମାନେ ବାଜିମାତ କରିଛନ୍ତି। ଛାତ୍ରଛାତ୍ରୀମାନେ CBSE Board 10th Results ଓ୍ୱେବସାଇଟରେ ସେମାନଙ୍କର ପରୀକ୍ଷା ଫଳ ଦେଖିପାରିବେ। 

ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ମୋଟ ୯୧.୪୬ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ଉନ୍ନୀତ ହୋଇଥିବା ଜଣାପଡ଼ିଛି। ମୋଟ ୧୮,୮୫,୮୮୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ନାଁ ଦାଖଲ କରିଥିଲେ। ମାତ୍ର ସେଥି ମଧ୍ୟରୁ ୧୮,୭୩,୯୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ୧୭,୧୩,୧୨୧ ପିଲା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। 

ତେବେ ମୋଟ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୩.୩୧ ପ୍ରତିଶତ ଝିଅ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯୦.୧୪ ପ୍ରତିଶତ ପୁଅ ପରୀକ୍ଷାରେ ସଫଳତା ହାତେଇଛନ୍ତି। ତେବେ ଦିଲ୍ଲୀ ଜୋନରେ ୮୫.୮୬ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ସୂଚନା ରହିଛି। ଜୋନ ଅନୁଯାୟୀ ଶ୍ରେଷ୍ଠ ୩ଟି ସ୍ଥାନରେ ଯଥାକ୍ରମେ ତ୍ରିଭେନ୍ଦ୍ରମ, ଚେନ୍ନାଇ ଓ ବେଙ୍ଗାଲୁରୁ ରହିଛନ୍ତି। 

ବୋର୍ଡ ଅଧିକାରୀଙ୍କ କହିବା ମୁତାବକ ପରୀକ୍ଷା ଫଳ ଜାଣିବା ପାଇଁ ଛାତ୍ରଛାତ୍ର ତଥା ଅଭିଭାବକମାନେ cbse।nic।in, cvseresults।nic।in ଓ୍ୱେବସାଇଟରେ ଜାଣିପାରିବେ। ଏହା ବ୍ୟତୀତ ଉମଙ୍ଗ ଆପ ଓ ଡିଗିଲକର ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀମାନେ ସେମାନଙ୍କର ପରୀକ୍ଷା ଫଳ ଜାଣିପାରିବେ।