ଦଶମ-ଦ୍ୱାଦଶ ଶ୍ରେଣୀ ଟର୍ମ-୧ ବୋର୍ଡ ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ ତାରିଖ ଘୋଷଣା
X

ଦଶମ-ଦ୍ୱାଦଶ ଶ୍ରେଣୀ ଟର୍ମ-୧ ବୋର୍ଡ ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ ତାରିଖ ଘୋଷଣା

ଟର୍ମ-୧ ବୋର୍ଡ ପରୀକ୍ଷାରେ କେବଳ Objective ପ୍ରଶ୍ନ ପରୀକ୍ଷାର୍ଥୀଙ୍କୁ ପଚରାଯିବ।

 

ଦଶମ-ଦ୍ୱାଦଶ ଶ୍ରେଣୀ ଟର୍ମ-୧ ବୋର୍ଡ ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ ତାରିଖ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ ପକ୍ଷରୁ ଦଶମ-ଦ୍ୱାଦଶ ଶ୍ରେଣୀ ପାଇଁ ଟର୍ମ-୧ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ଏନେଇ ସିବିଏସଇ ପକ୍ଷରୁ ଅଧିକାରିକ  ୱେବସାଇଟ୍ cbse.gov.in ଜରିଆରେ ପରୀକ୍ଷା ତାରିଖ ପ୍ରକାଶ ପାଇଛି। ସିବିଏସଇ ଦ୍ୱାରା ପରିଚାଳିତ ଦଶମ-ଦ୍ୱାଦଶ ଟର୍ମ-୧ ବୋର୍ଡ ପରୀକ୍ଷା ନଭେମ୍ବର-ଡିସେମ୍ବର ମାସରେ, ଟର୍ମ-୨ ବୋର୍ଡ ପରୀକ୍ଷା ଆସନ୍ତା ୨୦୨୨ ମାର୍ଚ୍ଚ-ଏପ୍ରିଲ ମାସର ଅନୁଷ୍ଠିତ ହେବ।

ଟର୍ମ-୧ ବୋର୍ଡ ପରୀକ୍ଷାରେ (Term-1 Board Exam) କେବଳ Objective ଏବଂ ଟର୍ମ-୨ ପରୀଯାରେ ଉଭୟ Objective-Subjective ପ୍ରଶ୍ନ ପରୀକ୍ଷାର୍ଥୀଙ୍କୁ ପଚରାଯିବ। ଦଶମ ଶ୍ରେଣୀର ଟର୍ମ-୧ ବୋର୍ଡ ପରୀକ୍ଷା (CBSE 10th Class Term-1 Board Exam) ଆସନ୍ତା ନଭେମ୍ବର ୩୦  ତାରିଖରୁ ଆରମ୍ଭ ହୋଇ ୧୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ।

ଦଶମ ଶ୍ରେଣୀ ଟର୍ମ-୧ ବୋର୍ଡ ପରୀକ୍ଷା ସୂଚୀ

  • ୩୦ ନଭେମ୍ବର: ସାମାଜିକ ବିଜ୍ଞାନ
  • ୨ ଡିସେମ୍ବର: ବିଜ୍ଞାନ
  • ୩ ଡିସେମ୍ବର: ଗୃହ ବିଜ୍ଞାନ
  • ୪ ଡିସେମ୍ବର: ଗଣିତ
  • ୮ ଡିସେମ୍ବର: Computer Application 
  • ୯ ଡିସେମ୍ବର: ହିନ୍ଦୀ 
  • ୧୧ ଡିସେମ୍ବର: ଇଂରାଜୀ 

ଦ୍ୱାଦଶ ଶ୍ରେଣୀର ଟର୍ମ-୧ ବୋର୍ଡ ପରୀକ୍ଷା (CBSE 12th Class Term-1 Board Exam) ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୨୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ।

ଦ୍ୱାଦଶ ଶ୍ରେଣୀ ଟର୍ମ-୧ ବୋର୍ଡ ପରୀକ୍ଷା ସୂଚୀ

  • ୧ ଡିସେମ୍ବର: ସମାଜବିଜ୍ଞାନ 
  • ୩ ଡିସେମ୍ବର: ଇଂରାଜୀ 
  • ୬ ଡିସେମ୍ବର: ଗଣିତ 
  • ୭ ଡିସେମ୍ବର: Physical Education
  • ୮ ଡିସେମ୍ବର:  Business Studies
  • ୯ ଡିସେମ୍ବର: ଭୂଗୋଳ 
  • ୧୦ ଡିସେମ୍ବର: ପଦାର୍ଥ ବିଜ୍ଞାନ 
  • ୧୧ ଡିସେମ୍ବର: ମନୋବିଜ୍ଞାନ 
  • ୧୩ ଡିସେମ୍ବର:  Accountancy
  • ୧୪ ଡିସେମ୍ବର: ରସାୟନ ବିଜ୍ଞାନ
  • ୧୫ ଡିସେମ୍ବର: ଅର୍ଥନୀତି
  • ୧୬ ଡିସେମ୍ବର: ହିନ୍ଦୀ
  • ୧୭ ଡିସେମ୍ବର: ରାଜନୀତି ବିଜ୍ଞାନ 
  • ୧୮ ଡିସେମ୍ବର: ଜୀବବିଜ୍ଞାନ
  • ୨୦ ଡିସେମ୍ବର: ଇତିହାସ 
  • ୨୧ ଡିସେମ୍ବର: Computer Application/Information Practice
  • ୨୨ ଡିସେମ୍ବର: ଗୃହ ବିଜ୍ଞାନ 

ଚଳିତ ବର୍ଷ ସିବିଏସଇ ଦ୍ୱାରା ପରିଚାଳିତ ଦଶମ-ଦ୍ୱାଦଶ ଶ୍ରେଣୀ ପାଇଁ ଟର୍ମ-୧ ବୋର୍ଡ ପରୀକ୍ଷା  Multiple Choice Question ଆଧାରିତ ହେବ। ଏଥିରେ Objective ପ୍ରକାରର ପ୍ରଶ୍ନ ପଚରାଯିବ। ଏହି ପରୀକ୍ଷା କେବଳ ୯୦ ମିନିଟ ଅବଧି ବିଶିଷ୍ଟ ହେବ। ସେହିପରି ଟର୍ମ-୨ ବୋର୍ଡ ପରୀକ୍ଷା ୨ ଘଣ୍ଟା ଅବଧି ବିଶିଷ୍ଟ ହେବ। ଯଦି ଏହି ୨ ପରୀକ୍ଷା Off Line ମାଧ୍ୟମରେ ହୁଏ, ତାହେଲେ ଉଭୟ ପରୀକ୍ଷାର ୫୦-୫୦ ପ୍ରତିଶତ ଫଳକୁ ନେଇ Exam Result ପ୍ରସ୍ତୁତ କରାଯିବ। 

Trending news