ଏଣିକି ସବୁ ଥାନାରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ
Advertisement

ଏଣିକି ସବୁ ଥାନାରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ

ସୁପ୍ରିମକୋର୍ଟ କହିଛନ୍ତି, ଥାନା ଭିତରେ କ'ଣ ଚାଲିଛି ତାହା ଜାଣିବାର ଅଧିକାର ସାଧାରଣ ଲୋକଙ୍କ ରହିଛି

ଏଣିକି ସବୁ ଥାନାରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଣିକି ସବୁ ଥାନାରେ (Police Station) ଲାଗିବ ସିସିଟିଭ (CCTV)। ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଛୋଟ ହେଉ କି ବଡ଼, ସବୁ ଥାନାରେ ସିସିଟିଭି କ୍ୟାମେରା ଲଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସର୍ବୋଚ୍ଚ ନ୍ୟାୟାଳୟ (Supreme Court) ସମସ୍ତ ରାଜ୍ୟ (State) ଓ କେନ୍ଦ୍ରଶାସିତ ଅଞ୍ଚଳକୁ (Union Territory) ନୋଟିସ୍ ଜାରି କରିଛନ୍ତି। ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ କୋର୍ଟ ନୋଟିସ୍ ପଠାଇଛନ୍ତି।

ଏନେଇ ସୁପ୍ରିମକୋର୍ଟ କହିଛନ୍ତି, ଥାନା ଭିତରେ କ'ଣ ଚାଲିଛି ତାହା ଜାଣିବାର ଅଧିକାର ସାଧାରଣ ଲୋକଙ୍କ ରହିଛି। ପୂର୍ବରୁ ଥାନା ଭିତରେ ସିସିଟିଭି କ୍ୟାମେରା (CCTV Camera) ଲାଗିଥିଲେ ସୁଦ୍ଧା ତାହାର ଫୁଟେଜ୍ (Footage) ଲୋକଙ୍କୁ ଦେଖିବାର ଅଧିକାର ନଥିଲା । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ଥାନାରେ କ୍ୟାମେରା ଲାଗିବା ଆବଶ୍ୟକ । କାରଣ ଏହା ସହ ସାଧାରଣ ଜନତାଙ୍କ ମୌଳିକ ଅଧିକାର ଯୋଡ଼ି ହୋଇଛି।

ଏକ ରିପୋର୍ଟ ମୁତାବକ, ସାରା ଦେଶରେ ଥିବା ସମସ୍ତ ପୋଲିସ ଷ୍ଟେସନରେ ୨୦୧୯ ସୁଦ୍ଧା ମୋଟି ୪ଲକ୍ଷ ୨୭ ହଜାର ସିସିଟିଭି କ୍ୟାମେରା ଲାଗିଥିଲା । ଆଉ ସେଥି ମଧ୍ୟରୁ କେବଳ ତେଲେଙ୍ଗନାର ବିଭିନ୍ନ ପୋଲିସ ଷ୍ଟେସନରେ ୬୪ ପ୍ରତିଶତ ଅର୍ଥାତ୍ ୨ଲକ୍ଷ ୭୫ ହଜାର ୫୨୮ଟି ସିସିଟିଭି କ୍ୟାମେରା ଲାଗିଛି । ସିସିଟିଭି କ୍ୟାମେରା ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆକଳନ କଲେ ନାନା ପ୍ରଶ୍ନ ଉଠୁଛି । ଯେମିତି ସିସିଟିଭି କ୍ୟାମେରା ଲାଗିବାଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି ତାହା ଠିକ ଭାବେ କାମ କରିବା । ଏକ ରିପୋର୍ଟ ମୁତାବକ, ଦେଶର ଅଧିକାଂଶ ଥାନାରେ ସିସିଟିଭି କ୍ୟାମେରା ଲାଗିଥିଲେ ସୁଦ୍ଧା ପ୍ରାୟ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ ।