)
ନୂଆଦିଲ୍ଲୀ: ଶୁକ୍ରବାର ପଞ୍ଚଭୂତରେ ବିଲୀନ ହୋଇସାରିଛନ୍ତି ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ। ଗତ ବୁଧବାର ତାମିଲନାଡ଼ୁର ପାହାଡ଼ିଆ ଜିଲ୍ଲା ନୀଳଗିରିର କୁନ୍ନୁର ଠାରେ ଏକ ସେନା ହେଲିକ୍ୟାପ୍ଟର Mi-17 V5 ଦୁର୍ଘଟଣାଗ୍ରସ୍ତ ହେବା ପରେ ଏ ଘଟଣାରେ ଜେନେରାଲ ରାୱତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା।
ଏଭଳି ଦୁଃଖଦ ଦୁର୍ଘଟଣାର ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଯାହା ସୋସିଆଲ ମିଡିଆରେ ବିଶେଷ ଦୃଷ୍ଟି ଆକର୍ଷଣ କରିଛି। ଏହିକ୍ରମରେ ଗୁଜୁରାଟ ଅହମ୍ମଦାବାଦସ୍ଥିତ ନାଭ୍ରାଙ୍ଗପୁରା ପୋଲିସ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଏଠାରେ ଜଣେ ଜୋତା ତିଆରି କରୁଥିବା ଲୋକ ଶହୀଦଙ୍କ ଉଦ୍ଦେଶ୍ୟରେ ଏକ ଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଚଳି ପ୍ରଦାନ କରିଛନ୍ତି।

@Righteous_monk ନାମକ ଜଣେ ଟ୍ୱିଟର ୟୁଜର ଅହମ୍ମଦାବାଦ ରାସ୍ତାରେ ଜଣେ ଜଣେ ଜୋତା ତିଆରି ମରାମତି କରୁଥିବା ଜଣେ ବ୍ୟକ୍ତିଙ୍କ ଫଟୋ ସେୟାର କରିଛନ୍ତି। ଯିଏ ଦୋକାନ ପାଖରେ ଶହୀଦ ସିଡିଏସ୍ ବିପିନ ରାୱତଙ୍କ ଛବିକୁ ଏକ ନାରଙ୍ଗୀ ରଙ୍ଗର କପଡ଼ାରେ ଆଚ୍ଛାଦିତ କରି ଚେୟାରରେ ରଖିଥିଲେ। ଏହାର ଚାରି ପାଖରେ ଏକ ଫୁଲମାଳ ଲଗାଯାଇଥିଲା। ଏହି ଫଟୋ ସାମ୍ନାରେ ସେହି ବ୍ୟକ୍ତି ଶହୀଦ ଅନ୍ୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କିଛି ଫୁଲ ଏବଂ ଅଗରବତୀ ସେଠାରେ ରଖିଛନ୍ତି।

ଟ୍ୱିଟର ୟୁଜରଙ୍କ କହିବା ଅନୁସାରେ ତାଙ୍କ ଭାଇ ଏହା ଦେଖି ସେହି ବ୍ୟକ୍ତିଙ୍କୁ ପଚାରିଥିଲେ ଯେ ସେ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି? ହେଲେ ସେ ଏହାର ଜବାବ ଦେବାକୁ ମନା କରିଦେଇଛନ୍ତି। ଏନେଇ ସେ ମୁଁ ଯଥେଷ୍ଟ ରୋଜଗାର କରୁଛି ଏବଂ ଦେଶର ଏହି ବୀର ଯବାନଙ୍କ ପାଇଁ କିଛି ଖର୍ଚ୍ଚ କରିପାରିବ ନାହିଁ। ତାଙ୍କର ଏହି କାର୍ଯ୍ୟ ସୋସିଆଲ ମିଡିଆରେ ପ୍ରଶଂସାର ପାତ୍ର ପାଲଟିଛି।

Yes i definately come from two India, one where a roadside shoemaker pays tribute to late CDS with his hard earn money and second where some anti national elements rejoice demise of CDS. My brother @Nagetive_Jordan spotted this on a footpath near navrangpura police station(1/2) pic.twitter.com/ALnM1ilpof
— आंगिरस (@righteous_monk_) December 9, 2021
ଗୁଜୁରାଟର ଏହି ଜୋତା କାରିଗରଙ୍କୁ ଛାଡି ଦେଶରେ ଏପରି ଅନେକ ଲୋକ କହିଛନ୍ତି ଯିଏ ହେଲିକ୍ୟାପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶହୀଦଙ୍କୁ ନିଜ ନିଜ ସ୍ତରରେ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି। ହେଲେ ଅନ୍ୟ ପଟେ ଏପରି କିଛି ବିକୃତ ମସ୍ତିଷ୍କଧାରୀ ଅଛନ୍ତି ଯିଏ ଏଭଳି ଏକ ଘଟଣାରେ ଆପତ୍ତିଜନକ ଟିପ୍ପଣୀ କରିବାକୁ ପଛାଉନାହାଁନ୍ତି।


ହେଲିକ୍ୟାପ୍ଟର ଦୁର୍ଘଟଣାରେ ଆହତ କିମ୍ବା ମୃତକଙ୍କ ଉପରେ କୌଣସି ନିଶ୍ଚିତତା ନଥିବା ବେଳେ ଅନେକ ବ୍ୟକ୍ତି ଯଥା ପୂର୍ବତନ ସେନା ଅଧିକାରୀ ପନାଗ, କର୍ଣ୍ଣେଲ ବଲଜିତ ବକ୍ସି, ନ୍ୟାସନାଲ ହେରାଲ୍ଡ ସମ୍ପାଦକ ଅଶଲିନ୍ ମାଥ୍ୟୁ ପ୍ରମୁଖ ଏ ଘଟଣାରେ ବିଭିନ୍ନ ସମ୍ବେଦନଶୀଳ ଟ୍ୱିଟ୍ କରିଛନ୍ତି।