Advertisement
Article Detail0/zeeodisha/odisha685027
Zee OdishaOdisha National-Internationalଲକଡାଉନରେ ନିୟମକୁ ଅଣଦେଖା କରି ପାଳିଲେ ଜନ୍ମଦିନ, ବିଧାୟକଙ୍କ ବିରୋଧରେ ମାମଲା ରୁଜୁ

ଲକଡାଉନରେ ନିୟମକୁ ଅଣଦେଖା କରି ପାଳିଲେ ଜନ୍ମଦିନ, ବିଧାୟକଙ୍କ ବିରୋଧରେ ମାମଲା ରୁଜୁ

ଲକଡାଉନ୍ ନିୟମକୁ ଅବମାନନା କରି ତେଲେଙ୍ଗାନାର ଶାସକ ଦଳ(ଟିଆରଏସ)ର ବିଧାୟକ ଏନ ନରେନ୍ଦ୍ର ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ନରେନ୍ଦ୍ର କେବଳ କେକ୍ କାଟି ନାହାଁନ୍ତି, ବରଂ ତାଙ୍କ ନିର୍ବାଚନମଣ୍ଡଳୀର ୨୫ଟି ଡିଭିଜନରେ ଥିବା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ମଧ୍ୟ ବଣ୍ଟନ କରିଥିଲେ । ଖାଦ୍ୟ ସାମଗ୍ରୀ ବଣ୍ଟନରେ ବେଳେ ଲକଡାଉନ୍ ନିୟମ ଓ ସାମାଜିକ ଦୂରତା ନିୟମକୁ ମଧ୍ୟ ଅଣଦେଖା କରାଯାଇଥିଲା । ଏହି ଘଟଣା ମେ ୨୦ରେ ଘଟିଥିଲା ।

ଲକଡାଉନରେ ନିୟମକୁ ଅଣଦେଖା କରି ପାଳିଲେ ଜନ୍ମଦିନ, ବିଧାୟକଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: କୋରୋନା ଭୂତାଣୁ ମହାମାରୀ ଯୋଗୁଁ ଦେଶରେ ଲକଡାଉନ୍ ଜାରି ରହିଛି । ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ସରକାର କିଛି ନିୟମକୁ କୋହଳ କରିଛନ୍ତି । କିନ୍ତୁ ରେଡ୍ ଜୋନକୁ ଏଥିରୁ ଦୂରେଇ ରଖାଯାଇଛି । ରେଡ୍ ଜୋନରେ କୌଣସି ପ୍ରକାରର ଆୟୋଜନ ଉପରେ ନିଷେଧାଦେଶ ଲଗାଯାଇଛି । କିନ୍ତୁ କ୍ଷମତାର ନିଶାରେ ଥିବା କିଛି ନେତାଙ୍କ ପାଇଁ ନିୟମ ଭାଙ୍ଗିବା ପାଇଁ ହୋଇଥାଏ । 

ଲକଡାଉନ୍ ନିୟମକୁ ଅବମାନନା କରି ତେଲେଙ୍ଗାନାର ଶାସକ ଦଳ(ଟିଆରଏସ)ର ବିଧାୟକ ଏନ ନରେନ୍ଦ୍ର ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ନରେନ୍ଦ୍ର କେବଳ କେକ୍ କାଟି ନାହାଁନ୍ତି, ବରଂ ତାଙ୍କ ନିର୍ବାଚନମଣ୍ଡଳୀର ୨୫ଟି ଡିଭିଜନରେ ଥିବା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ମଧ୍ୟ ବଣ୍ଟନ କରିଥିଲେ । ଖାଦ୍ୟ ସାମଗ୍ରୀ ବଣ୍ଟନରେ ବେଳେ ଲକଡାଉନ୍ ନିୟମ ଓ ସାମାଜିକ ଦୂରତା ନିୟମକୁ ମଧ୍ୟ ଅଣଦେଖା କରାଯାଇଥିଲା । ଏହି ଘଟଣା ମେ ୨୦ରେ ଘଟିଥିଲା ।

ଏବେ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି)ର ନେତାଙ୍କ ଅଭିଯୋଗ ଉପରେ ପୋଲିସ ବିଧାୟକ ନରେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୋଗ ହୋଇଛି ଯେ, ବିଧାୟକ ନରେନ୍ଦ୍ରଙ୍କ ଜନ୍ମଦିନରେ ଆୟୋଜିତ ପାର୍ଟିରେ ପ୍ରାୟ ୩୦୦୦ ଲୋକ ଏକାଠି ହୋଇଥିଲେ । ଏହା ସେତେବେଳେ ହେଉଛି ଯେତେବେଳେ ୱାରଙ୍ଗାଲର ସହରାଞ୍ଚଳକୁ ଏକ ରେଡ୍ ଜୋନ୍ ଭାବରେ ଚିହ୍ନିତ କରାଯାଇଛି ।

Add Zee News as a Preferred Source

ପୋଲିସର ଉପସ୍ଥିତିରେ ଏହା ଘଟିଛି । ଯେଉଁଠାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିଜେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଲକଡାଉନକୁ କଡାକଡି ଭାବେ ପାଳନ କରାଯାଉ । ଏବେ ଏହି ଘଟଣା ପରେ ବିରୋଧୀ ବିଜେପି ସରକାର ଉପରେ ଆକ୍ରମଣ କରୁଛି । ଶାସକ ଦଳର ବିଧାୟକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି କହିଛି ଯେ, ଏହା କରିବା ଦ୍ୱାରା ସେ ଅନେକ ଲୋକଙ୍କ ଜୀବନକୁ ବିପଦରେ ପକାଇ ଦେଇଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ରାଜ୍ୟରେ କୋରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ।

About the Author