• ବଣାଇ ସହର ଭିତରେ ପଶିଲେ 2ଟି ଦନ୍ତା ହାତୀ
  • ଗତ ୮ ଦିନ ଧରି ୨ଟି ଦନ୍ତାଙ୍କ ଉତ୍ପାତ ପାଇଁ ଲୋକେ ଭୟଭୀତ
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କିଲର ଭାଇରସ
  • ରାଜ୍ୟରେ ଦିନକରେ ଆଉ ୪୪୭ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର ବିନ୍ଦୁସାଗରକୁ ଡେଇଁ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା
  • ମୃତ ଛାତ୍ର ସାଇ ଶ୍ରୀ ଜ୍ୟୋତି ପ୍ରକାଶ
  • ଦେଶରେ ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର
  • ଭୁବନେଶ୍ବରରେ ପେଟ୍ରୋଲ ୩୫ ପଇସା ବୃଦ୍ଧି
  • ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲା
  • ଆଜି ସରୁଛି ଗୋବିନ୍ଦ ସାହୁର ୫ ଦିନିଆ ରିମାଣ୍ଡ ଅବଧି

Census 2021: ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ପକ୍ଷ ରଖିଲେ କେନ୍ଦ୍ର ସରକାର

ଚଳିତ ଥର ହେବାକୁ ଥିବା ଜନଗଣନାରେ ମଧ୍ୟ ପୂର୍ବ ପରି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବ୍ୟତୀତ କୌଣସି ଜାତିଭିତ୍ତିକ ଜନଗଣନା ହେବ ନାହିଁ ବୋଲି ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଛି। 

 Census 2021: ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ପକ୍ଷ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଏର କରାଯାଇଥିବା ଆବେଦନ ଉପରେ ନିଜର ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର। ଚଳିତ ବର୍ଷ ହେବାକୁ ଥିବା ଜନଗଣନାକୁ ଜାତି ଆଧାରିତ ଜନଗଣନା କରିବାକୁ ଦେଶର ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ ତଥା ବିଭିନ୍ନ ମହଲରୁ ଦାବି ହେଉଛି। 

ଦେଶରେ ଜାତିଭିତ୍ତିକ ଜନଗଣନା (Caste based Census) କରିବା ପ୍ରସଙ୍ଗରେ ମହାରାଷ୍ଟ୍ର (Maharashtra Govt) ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ (Supreme Court) ଦାଏର କରାଯାଇଥିବା ଆବେଦନ ଉପରେ ପକ୍ଷ ରଖି କେନ୍ଦ୍ର ସରକାରଙ୍କ (Govt of India) ପକ୍ଷରୁ କୁହାଯାଇଛି ଜାତିଭିତ୍ତିକ ଜନଗଣନା ଖାସ୍ କରି ପଛୁଆ ବର୍ଗର (Backward Class) ଲୋକଙ୍କ ପାଇଁ ସ୍ୱତନ୍ତ୍ର ଜନଗଣନା ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ପ୍ରଶାସନିକ ଦୃଷ୍ଟିକୋଣରୁ କଷ୍ଟକର। ଦେଶରେ ଏପରି ଜନଗଣନା କରିବା ଏକ ସତର୍କ ନୀତି ନିର୍ଣ୍ଣୟ ବୋଲି କହିଛନ୍ତି କେନ୍ଦ୍ର ସରକାର।   

ଏନେଇ କୋର୍ଟରେ ଦାଏର କରାଯାଇଥିବା ଆବେଦନରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ସାମାଜିକ-ଅର୍ଥନୈତିକ ଭିତ୍ତିକ ଜନଗଣନା ୨୦୧୧ (Socio Economic & Caste Census 2011) ଏସଇସିସି ୨୦୧୧ (SECC 2011) ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ସମ୍ବୋଧିତ ପ୍ରାଧିକରଣ ନିକଟରେ ଦାବି କରାଯାଇଛି। ମାତ୍ର ଏହି ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରିନାହିଁ। ନିକଟ ଅତୀତରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ (Bihar CM Nitish Kumar) ନେତୃତ୍ୱରେ ୧୦ ଜଣିଆ ପ୍ରତିନିଧିମଣ୍ଡଳ ଦେଶରେ ଜାତିଭିତ୍ତିକ ଜନଗଣନା କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ (PM Modi) ଭେଟି ଦାବି କରିଥିଲା।

Also Read: ଦେଶର ଧର୍ମିଭିତ୍ତିକ ଜନସଂଖ୍ୟାକୁ ନେଇ ଆସିଲା ଏପରି ତଥ୍ୟ

ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପକ୍ଷ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଗତ ୨୦୧୧ ବର୍ଷରେ ହୋଇଥିବା ସାମାଜିକ-ଅର୍ଥନୈତିକ ଭିତ୍ତିକ ଜନଗଣନାରେ ଅନେକ ତ୍ରୁଟି ବିଚ୍ୟୁତି ରହିଛି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ସଚିବଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ସତ୍ୟପାଠରେ କୁହାଯାଇଛି ୨୦୨୧ ଜନଗଣନା ପାଇଁ ସଂଗ୍ରହ କରାଯିବାକୁ ଥିବା ତଥ୍ୟର ବିବରଣୀ ସ୍ଥିର କରିବାକୁ ଗତ ବର୍ଷ ଜାନୁଆରୀରେ କେନ୍ଦ୍ର ବିଜ୍ଞପ୍ତି ଜାରି କରିଥିଲା। ଯେଉଁଥିରେ ଅନୁସୂଚିତ ଜାତି ସହ ଅନୁସୂଚିତ ଜନଜାତି ସମ୍ବନ୍ଧୀୟ ସୂଚନା ସମେତ ବିଭିନ୍ନ କ୍ଷେତ୍ରକୁ ସାମିଲ କରାଯାଇଥିଲା। ହେଲେ ଏଥିରେ ଅନ୍ୟ କୌଣସି ବର୍ଗ ବାବଦରେ ଉଲ୍ଲେଖ କରାଯାଇ ନାହିଁ।   

ଚଳିତ ୨୦୨୧ ବର୍ଷରେ ହେବାକୁ ଥିବା ଜନଗଣନାକୁ ଜାତିଭିତ୍ତିକ ନକରିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ସୁଚିନ୍ତିତ। ଚଳିତ ଥର ହେବାକୁ ଥିବା ଜନଗଣନାରେ ମଧ୍ୟ ପୂର୍ବ ପରି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବ୍ୟତୀତ କୌଣସି ଜାତିଭିତ୍ତିକ ଜନଗଣନା ହେବ ନାହିଁ। ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଛି ପଛୁଆ ବର୍ଗର ଲୋକସଂଖ୍ୟା ଗଣନା କରିବା ପ୍ରଶାସନ ପାଇଁ ଏକ କଷ୍ଟକର ବ୍ୟାପାର ବୋଲି ବିବେଚନା କରାଯାଏ। ଦେଶ ସ୍ୱାଧିନ ହେବା ପୂର୍ବରୁ ଏପରି ଜନଗଣନା କରାଯାଇଥିଲେ ମଧ୍ୟ ଏ ସମ୍ପର୍କିତ ତଥ୍ୟର ସଠିକତା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏଏମ ଖାନବିଲକରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଜାତିଭିତ୍ତିକ ଜନଗଣନା କରିବା ପାଇଁ ଦାଏର କରାଯାଇଥିବା ଆବେଦନ ଉପରେ ଆସନ୍ତା ଅକ୍ଟୋବର ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି କରିବେ।