MP Salary Hike: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭା ଏବଂ ରାଜ୍ୟସଭା ସାଂସଦଙ୍କ ଦରମା, ଭତ୍ତା ଏବଂ ପେନସନ ବୃଦ୍ଧି କରାଯାଇଛି । ସାଂସଦଙ୍କ ଦରମା ପ୍ରତିମାସ ୧ ଲକ୍ଷ ଟଙ୍କାରୁ ୧.୨୪ ଲକ୍ଷ ଟଙ୍କାକୁ ଏବଂ ଦୈନିକ ଭତ୍ତା ୨୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୧ ଏପ୍ରିଲ୍ ୨୦୨୩ ରୁ ପିଛିଲା ଭାବେ ଏହା ଲାଗୁ ହେବ ।
Trending Photos
MP Salary Hike: ଲୋକସଭା ଏବଂ ରାଜ୍ୟସଭା ସାଂସଦଙ୍କ ଦରମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ସାଂସଦଙ୍କ ଦରମା ବ୍ୟତୀତ ପୂର୍ବତନ ସାଂସଦଙ୍କ ଭତ୍ତା ଏବଂ ପେନସନ ରାଶିକୁ ମଧ୍ୟ ବଢାଇଦିଆଯାଇଛି । ଏହି ବଦ୍ଧିତ ଦରମା ଏବଂ ଭତ୍ତା ପିଛିଲା ଭାବେ ୧ ଏପ୍ରିଲ୍ ୨୦୨୩ ରୁ ଲାଗୁ ହେବ । ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଦିନ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କ ଦରମା ପ୍ରତିମାସ ୧ ଲକ୍ଷ ଟଙ୍କାରୁ ୧.୨୪ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହ ଦୈନିକ ଭତ୍ତା ୨ ହଜାର ଟଙ୍କାରୁ ୨୫୦୦ ଟଙ୍କା କରାଯାଇଛି ।
କେବଳ ସେତିକି ନୁହେଁ, ପୂର୍ବତନ ସାଂସଦଙ୍କ ପେନସନ ପ୍ରତିମାସ ୨୫,୦୦୦ ଟଙ୍କାରୁ ୩୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ, ପାଞ୍ଚ ବର୍ଷରୁ ଅଧିକ ସମୟ ପାଇଁ ଅତିରିକ୍ତ ପେନସନ ୨ ହଜାର ଟଙ୍କାରୁ ୨,୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ସଂସଦର ବଜେଟ ଅଧିବେଶନର ମଧ୍ୟଭାଗରେ ଆସିଛି। ପୂର୍ବରୁ, ୨୦୧୮ ମସିହା ଏପ୍ରିଲ ମାସରେ ସାଂସଦମାନଙ୍କ ଦରମା ଏବଂ ଭତ୍ତାରେ ପରିବର୍ତ୍ତନ କରାଯାଇଥିଲା।