କେନ୍ଦ୍ର ସରକାର ଦେଉଛନ୍ତି ଲକ୍ଷପତି ହେବାର ସୁଯୋଗ, ୩୦ ଜୁନ୍ ପୂର୍ବରୁ କରନ୍ତୁ ଏହି କାମ

How to Earn Money: ସରକାର ଲୋକଙ୍କୁ ଘରେ ବସି ୨ ଲକ୍ଷ ଟଙ୍କା ରୋଜଗାର କରିବାର ସୁଯୋଗ ଦେଉଛନ୍ତି । ଯଦି ଆପଣ ମଧ୍ୟ ଏହି ରାଶି ଜିତିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ୩୦ ଜୁନ୍ ପୂର୍ବରୁ ଏହି କାମ କରିବାକୁ ପଡିବ ।  

କେନ୍ଦ୍ର ସରକାର ଦେଉଛନ୍ତି ଲକ୍ଷପତି ହେବାର ସୁଯୋଗ, ୩୦ ଜୁନ୍ ପୂର୍ବରୁ କରନ୍ତୁ ଏହି କାମ
ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ :କେନ୍ଦ୍ର ସରକାର (Central Govt) ଲୋକମାନଙ୍କୁ, ବିଶେଷ କରି ଯୁବକମାନଙ୍କୁ ୨ ଲକ୍ଷ ଟଙ୍କା ଜିତିବାକୁ ସୁଯୋଗ ଦେଉଛନ୍ତି । ଏହି ପୁରସ୍କାର ରାଶି ପାଇବାକୁ ହେଲେ ଆପଣଙ୍କୁ ଏକ ପ୍ରତିଯୋଗିତାରେ ଭାଗ ନେବାକୁ ପଡିବ । ବାସ୍ତବରେ ତମାଖୁର (Tobacco) ଖରାପ ପ୍ରଭାବ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ସରକାର ଏହି ପ୍ରତିଯୋଗିତା ଆୟୋଜନ କରିଛନ୍ତି । ସରକାର ପ୍ରାୟତଃ ଏହିପରି ପ୍ରତିଯୋଗିତା ଆୟୋଜନ କରିଥାନ୍ତି ।

ଜାଣନ୍ତୁ କିପରି ଜିତିପାରିବେ ୨ ଲକ୍ଷ ଟଙ୍କା 

ସରକାର ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିବା ପାଇଁ ଆପଣଙ୍କୁ ଦୁଇଟି ପ୍ରତିଯୋଗିତାରେ ଭାଗ ନେବାକୁ ପଡିବ । ଜାଣନ୍ତୁ ଏହା ବିଷୟରେ ସବୁକିଛି ...

୧. ବନାଇବାକୁ ପଡିବ ସର୍ଟ ଫିଲ୍ମ

ଯଦି ଆପଣ ସର୍ଟ ଫିଲ୍ମ ନିର୍ମାଣ ବନାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ତମାଖୁର ଖରାପ ପ୍ରଭାବ ଉପରେ ବିଶ୍ୱ ନୋ-ତମାଖୁ ଦିବସ (World No-Tobacco Day 2021) ଉପରେ ଏକ ଫିଲ୍ମ କରିପାରିବେ । ଏହି ଛୋଟ ଫିଲ୍ମ ଅତି କମରେ ୩୦ ସେକେଣ୍ଡ ଓ ସର୍ବାଧିକ ୬୦ ସେକେଣ୍ଡ ହେବା ଉଚିତ୍ ।

ଅଧିକ ପଢ଼ନ୍ତୁ: କେବେ ଆସିବ କୋରୋନାର ତୃତୀୟ ଲହର; ପିଲାମାନଙ୍କ ଉପରେ ଏହାର କ’ଣ ରହିବ ପ୍ରଭାବ, ଜାଣନ୍ତୁ ସବୁକିଛି

ଏହି ଲୋକମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ
୧୮ ବର୍ଷରୁ ଅଧିକ ସମସ୍ତ ନାଗରିକ / ଭାରତୀୟ ନାଗରିକ, (୩୧ ମେ' ୨୦୦୩ ରେ ପୂର୍ବରୁ ଜନ୍ମ ହୋଇଥିଲେ) କେବେଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କର୍ମଚାରୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ବ୍ୟତୀତ ଏହି ପ୍ରତିଯୋଗିତାରେ ସମସ୍ତେ ଅଂଶଗ୍ରହଣ କରିପାରିବେ ।

ପୁରସ୍କାର ରାଶି:
ପ୍ରଥମ ପୁରସ୍କାର: ୨,୦୦,୦୦୦ / -
ଦ୍ୱିତୀୟ ପୁରସ୍କାର: ୧,୫୦,୦୦୦ / -
ତୃତୀୟ ପୁରସ୍କାର: ୧,୦୦,୦୦୦/ -

ଅଧିକ ପଢ଼ନ୍ତୁ: ରାଜଧାନୀରେ କଅଁଳ ଶିଶୁପୁତ୍ରର ମୂଲ୍ୟ ୧୦ ହଜାର!

ସାନ୍ତ୍ୱନାମୂଳକ ପୁରସ୍କାର: ୧୦ ଜଣ ଲୋକଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ସାନ୍ତ୍ୱନାମୂଳକ ପୁରସ୍କାର ଦିଆଯିବ ।

ଏହି ଲିଙ୍କରେ କ୍ଲିକ୍ କରନ୍ତୁ
ଅଧିକ ବିବରଣୀ ପାଇଁ https://www.mygov.in/task/short-film-making-contest ଭିଜିଟ କରନ୍ତୁ ।
ଗୁରୁତ୍ୱପୂର୍ଣ୍ଣ ତାରିଖ |
ଆରମ୍ଭ ତାରିଖ: ୩୧ ମେ' ୨୦୨୧
ଦାଖଲ ପାଇଁ ଶେଷ ତାରିଖ: ୩୦ ଜୁନ୍, ୨୦୨୧