LPG ସିଲିଣ୍ଡର ଓ ରାସନ କାର୍ଡକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ସରକାର
Advertisement

LPG ସିଲିଣ୍ଡର ଓ ରାସନ କାର୍ଡକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ସରକାର

ଏହାକୁ ନେଇ ସରକାରୀ ଫ୍ୟାକ୍ଟ ଚେକର୍ ପିଆଇବି ଫ୍ୟାକ୍ଟ ଚେକ୍ (PIB Fact Check) ଏକ ଟ୍ୱିଟ୍ ମାଧ୍ୟମରେ ସୂଚନା ସେୟାର କରିଛି ।

LPG ସିଲିଣ୍ଡର ଓ ରାସନ କାର୍ଡକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ସରକାର

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡର (LPG Gas Cylinder) ର ମୂଲ୍ୟ ସମ୍ପର୍କରେ ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ସରକାର ଦ୍ୱାରା ସେହି ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରାଯାଇଛି, ଯେଉଁଥିରେ ଏହା କୁହାଯାଇଛି ଯେ ଏଲପିଜି ସିଲିଣ୍ଡରର ମୂଲ୍ୟରେ ସାପ୍ତାହିକ ଓ ଦୈନିକ ଆଧାରରେ ବଦଳିବ ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବିଜେପିକୁ ଲାଗିଲା ଝଟକା, କଂଗ୍ରେସ ପାଇଁ ଭଲ ଖବର

ଏହାକୁ ନେଇ ସରକାରୀ ଫ୍ୟାକ୍ଟ ଚେକର୍ ପିଆଇବି ଫ୍ୟାକ୍ଟ ଚେକ୍ (PIB Fact Check) ଏକ ଟ୍ୱିଟ୍ ମାଧ୍ୟମରେ ସୂଚନା ସେୟାର କରିଛି । ଏହି ଟ୍ୱିଟ୍‌ରେ କୁହାଯାଇଛି ଯେ କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ତୈଳ କମ୍ପାନୀଗୁଡ଼ିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ଦୈନିକ କିମ୍ବା ସାପ୍ତାହିକ ଭାବେ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି । ଏହି ଦାବି ମିଥ୍ୟା ଅଟେ । ଭାରତ ସରକାର (Central Govt) ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ସମ୍ୱନ୍ଧୀୟ  କୌଣସି ଘୋଷଣା କରିନାହାଁନ୍ତି ।

ଅଧିକ ପଢ଼ନ୍ତୁ:-ଭାଙ୍ଗିଯିବ ନୀତିଶ ସରକାର, ଆରଜେଡିରେ ସାମିଲ ହେବେ ୧୭ ଜେଡିୟୁ ବିଧାୟକ?

PIB ଭାଇରାଲ୍ ନ୍ୟୁଜର କଟିଙ୍ଗ୍ ମଧ୍ୟ ସେୟାର କରିଛି । ଏଥିରେ ଦାବି କରାଯାଉଛି ଯେ ଡିସେମ୍ବରରେ ଦୁଇଥର ମୂଲ୍ୟ ବୃଦ୍ଧି କରିବା ପରେ ଏଲପିଜି ବିତରକମାନେ ବର୍ତ୍ତମାନ ପ୍ରତି ସପ୍ତାହରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରିବେ । ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ ଏହି ପରିବର୍ତ୍ତନ ପ୍ରତିଦିନ ମଧ୍ୟ ହୋଇପାରେ । ତେବେ ସରକାର ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ:-'ମୋ ପାଖରେ ଅଛି ବିଜେପିର ଫାଇଲ, ଏଥିରେ ରହିଛି ୧୨୧ ଜଣଙ୍କ ନାଁ'

ଏଥି ସହିତ ପୂର୍ବରୁ PIB ଫ୍ୟାକ୍ଟ ଚେକ୍  ସେହି ଦାବିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ଯଦି ତିନିମାସ ପର୍ଯ୍ୟନ୍ତ ରାସନ କାର୍ଡ (Ration Card) ବ୍ୟବହାର ନକରାଯାଏ ତେବେ ଏହାକୁ ରଦ୍ଦ କରାଯିବ । PIB ଫ୍ୟାକ୍ଟ ଚେକ୍ ଦର୍ଶାଇଛି ଯେ ଏହି ଦାବି ସଂପୂର୍ଣ୍ଣ ରୂପେ ନିରାଧାର ଅଟେ ।

ପିଆଇବି ଫ୍ୟାକ୍ଟ ଚେକ୍ ଟ୍ୱିଟ କରିଛି, "କିଛି ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଉଛି ଯେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ତିନି ମାସ ଧରି ରାସନ ନନେବା ସ୍ଥିତିରେ ରାସନ କାର୍ଡ ରଦ୍ଦ କରାଯାଇପାରେ । ଏହି ଦାବି ମିଛ ଅଟେ । କେନ୍ଦ୍ର ସରକାର ଏଭଳି ନିର୍ଦ୍ଦେଶନାମା ଦେଇନାହାଁନ୍ତି ।"