ମନରେଗା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଦେଲେ ୩୬ ହଜାର କୋଟି ଟଙ୍କା
Advertisement
Article Detail0/zeeodisha/odisha672171

ମନରେଗା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଦେଲେ ୩୬ ହଜାର କୋଟି ଟଙ୍କା

ସେ ଆହୁରି ମଧ୍ୟ କହିଛନ୍ତି ଯେ ମନରେଗା ଅଧୀନରେ ଜଳ ସଂରକ୍ଷଣ, ଜଳ ପୁର୍ନଭରଣ ଏବଂ ଜଳସେଚନ କାର୍ଯ୍ୟ ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ  ଭୂ-ସମ୍ବଳ ବିଭାଗର ଯୋଜନା ସହିତ ସମ୍ମିଶ୍ରଣ ଉପରେ ଧ୍ୟାନ ଦେବା ଉଚିତ୍ ।

ମନରେଗା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଦେଲେ ୩୬ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: ରାଜ୍ୟର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା କେନ୍ଦ୍ରଶାସିତ ଅଞ୍ଚଳର ସମ୍ପୃକ୍ତ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ କୃଷି ଏବଂ କୃଷକ କଲ୍ୟାଣ ତଥା ପଞ୍ଚାୟତ ରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଶୁକ୍ରବାର ଦିନ ଏକ ବୈଠକ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ରାଜ୍ୟଗୁଡିକୁ ୩୬,୦୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରଣାଳୟ ମନରେଗା (MNREGA) ଅଧୀନରେ ୩୩,୩୦୦ କୋଟି ଟଙ୍କା ମଞ୍ଜୁର କରିଛି । ସେଥିମଧ୍ୟରୁ ୨୦,୨୨୫ କୋଟି ଟଙ୍କା ପୂର୍ବ ବର୍ଷର ବେତନ ଏବଂ ସାମଗ୍ରୀର ବକେୟା ସମାପ୍ତ କରିବାକୁ ଛାଡି ଦିଆଯାଇଛି । ଅନୁମୋଦିତ ଧନରାଶି ପରିମାଣ ମନରେଗା ଅଧୀନରେ ଜୁନ୍ ୨୦୨୦ ପର୍ଯ୍ୟନ୍ତ ଖର୍ଚ୍ଚ ପୂରଣ ପାଇଁ ଯଥେଷ୍ଟ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମନରେଗା ଅଧୀନରେ ଜଳ ସଂରକ୍ଷଣ, ଜଳ ପୁର୍ନଭରଣ ଏବଂ ଜଳସେଚନ କାର୍ଯ୍ୟ ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ  ଭୂ-ସମ୍ବଳ ବିଭାଗର ଯୋଜନା ସହିତ ସମ୍ମିଶ୍ରଣ ଉପରେ ଧ୍ୟାନ ଦେବା ଉଚିତ୍ ।

ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ଗ୍ରାମୀଣ) ଅଧୀନରେ ସେହି ୪୮ ଲକ୍ଷ ଆବାସ ଗୃହ ନିର୍ମାଣକୁ ପ୍ରାଥମିକତା ଦିଆଯିବା ଉଚିତ । ଯେଉଁଠାରେ ହିତାଧିକାରୀଙ୍କୁ ତୃତୀୟ ଏବଂ ଚତୁର୍ଥ କିସ୍ତି ପ୍ରଦାନ କରାଯାଇଛି । PMGSY ଅଧୀନରେ ଅନୁମୋଦିତ ସଡକ ପ୍ରକଳ୍ପ ପାଇଁ ତୁରନ୍ତ ଟେଣ୍ଡର ପ୍ରଦାନ ସହିତ ବିଚାରାଧୀନ ସଡକ ପ୍ରକଳ୍ପ ଆରମ୍ଭ କରିବାକୁ ପ୍ରାଥମିକତା ଦିଆଯିବା ଉଚିତ୍ । 

;