• ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୧ ଲକ୍ଷ ୨୧ ହଜାର ୩୧୧ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪ ହଜାର ୨ଜଣଙ୍କ ଜୀବନ
  • ଦିନକରେ ନୂଆ ୮୪ ହଜାର ୩୩୨ ନୂଆ ପଜିଟିଭ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭ ଜଣଙ୍କ ଜୀବନ ନେଲା କିଲର କୋରୋନା
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୫୨ ପଜିଟିଭ ଚିହ୍ନଟ
  • UG/PG ପରୀକ୍ଷା ହେବ, ପୁଣି ୧୮ରେ ବୈଠକ
  • ଆଜି ଅତିପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି
  • ଦିଲ୍ଲୀ ଲାଜପତ ନଗର କପଡା ସୋରୁମରେ ଅଗ୍ନିକାଣ୍ଡ, ୧୬ ଦମକଳ ନିୟୋଜିତ
  • ଇସ୍ତଫା ଦେଲେ ତେଲେଙ୍ଗାନା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଇ. ରାଜେନ୍ଦ୍ର
  • କୃଷକ ଆନ୍ଦୋଳନ: ୨୬ରେ ରାଜଭବନ ଘେରାଓ

କୋରୋନା ଟିକାକରଣ: ଅଭାବ ପାଇଁ ଅବଧି ବଢିଲା !

SII ଦ୍ୱାରା ନିର୍ମିତ କୋଭିସିଲ୍ଡ ଟିକାର ଡୋଜ୍ ମଧ୍ୟରେ ଅବଧି ବଢାଇବାକୁ ସରକାରଙ୍କୁ NTAGI ପ୍ରସ୍ତାବ ଦେଇଥିଲା। ଯହାକୁ ସରକାର ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନୂଆ ଗାଇଡଲାନ (Guidelines) ଜାରି କରିଛନ୍ତି। 

କୋରୋନା ଟିକାକରଣ: ଅଭାବ ପାଇଁ ଅବଧି ବଢିଲା !
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା ଟିକାକରଣକୁ ନେଇ ଗୁରୁବାର କେନ୍ଦ୍ର ସରକାର ଆଉ ଏକ ଗାଇଡଲାଇନ ଜାରି କରିଛନ୍ତି। ତେବେ ଏହା କେବଳ SIIର ଦ୍ୱାରା ନିର୍ମିତ କୋଭିସିଲ୍ଡ ଟିକା ଠାରେ ଲାଗୁ ହେବ। ଏପରି କି ୫ ମାସରୁ ଟିକା ନେବାକୁ ବଞ୍ଝିତ ଗର୍ଭବତ୍ତୀ ଓ ପ୍ରସୂତିମାନେ ମଧ୍ୟ ଏଥର ଟିକା ନିଆଯାଇଛି। ସେପଟେ ଗତ ୩ ମାସରେ ୨ ଥର ଟିକା ଗାଇଡଲାଇନ୍ ବଦଳାଇବାକୁ ନେଇ ଅନେକ ପ୍ରଶ୍ନ ଉଠୁଛି।

SII ଦ୍ୱାରା ନିର୍ମିତ କୋଭିସିଲ୍ଡ ଟିକାର ଡୋଜ୍ ମଧ୍ୟରେ ଅବଧି ବଢାଇବାକୁ ସରକାରଙ୍କୁ NTAGI ପ୍ରସ୍ତାବ ଦେଇଥିଲା। ଯହାକୁ ସରକାର ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନୂଆ ଗାଇଡଲାନ (Guidelines) ଜାରି କରିଛନ୍ତି। ନୂଆ ଗାଇଡଲାଇନ ଅନୁସାରେ ଏଣିକି କୋଭିସିଲ୍ଡ ଟିକାର ଦୁଇଟି ଡୋଜ ମଧ୍ୟରେ ୧୨ରୁ ୧୬ ସପ୍ତାହ ବ୍ୟବଧାନ ରହିବ। ଅର୍ଥିତ ଆଜି ଯଦି ଜଣେ ପ୍ରଥମ ଡୋଜ୍ ଟିକା ନେଉଛନ୍ତି, ତେବେ ତାଙ୍କୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଟିକା ମିଳିବ ନାହିଁ।

Also Read: ଗୁହାଳ ପାଲଟିଲା କୋଭିଡ୍ ହସ୍ପିଟାଲ୍; ଗୋମୂତ୍ର, ଗୋବରରେ ହେଉଛି ଚିକିତ୍ସା

 

ସେହିପରି କୋରୋନାରୁ ଆରୋଗ୍ୟଙ୍କୁ ଟିକାକରଣରେ ଏକ ଶକ୍ତ ଝଟକା ଲାଗିଛି। କାରଣ ସେମାନ ସୁସ୍ଥ ହେବାର ୬ ମାସ ପରେ ହିଁ କୋରୋନା ଟିକା ନେଇପାରିବେ। ଅନ୍ୟପଟେ ଗର୍ଭବତ୍ତୀ ଓ ପ୍ରସୂତିଙ୍କୁ ଟିକା ଦେବା ନେଇ ନୂଆ ଗାଇଡଲାଇନରେ କୁହାଯାଇଛି। ଟିକାକରଣ ଅଭିଯାନ ଆରମ୍ଭରୁ ଏହି ବର୍ଗର ମହିଳାଙ୍କୁ ବଞ୍ଝିତ କରି ରଖାଯାଇଥିଲା। କିନ୍ତୁ ଏବେ ସେମାନେ ନିଜ ଇଚ୍ଛା ମୁତାବକ ଯେକୌଣସି ଟିକା ବାଛି ପାରିବେ ବୋଲି ସରକାର କହିଛନ୍ତି।

ସୂତ୍ରାନୁସାରେ ଆଷ୍ଟ୍ରାଜେନେକା ଟିକାର ଟ୍ରାଏଲର ଫଳାଫଳ ଅନୁସାରେ କୋଭିସିଲଡ୍ ଡୋଜ୍ ମଧ୍ୟରେ ଅବଧି ବୃଦ୍ଧି କରାଯାଇଛି। ବିଶ୍ଳେଷଣ ପରେ NTAGI କେବଳ SII ଦ୍ୱାରା ନିର୍ମିତ ଟିକା ଅବଧି ବଢାଇବାକୁ ପରାମର୍ଶ ଦେଇଛି। କିନ୍ତୁ ଭାରତ ବାୟୋଟେକର କୋଭାକ୍ସିନରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବପରି ଏହାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ୪ରୁ ୬ ସପ୍ତାହ ବ୍ୟବଧାନ ରହିଛି।

Also Read: କୋରୋନା ବିରୁଦ୍ଧରେ କମିତି ଲଢେଇ କରେ DRDOର 2-DG?

ତେବେ ଏହା ପ୍ରଥମ ଥର ଟିକା (Corona vaccine) ର ଅବଧି ବୃଦ୍ଧି କରାଯାଇ ନାହିଁ। ବିଗତ ୩ ସପ୍ତାହ ମଧ୍ୟରେ ୨ ଥର ଟିକାକରଣ ଗାଇଡଲାଇନରେ ପରିବର୍ତ୍ତନ କରାଯାଇଛି। କୋଭିସିଲ୍ଡ ଓ କୋଭାକ୍ସିନକୁ ନେଇ ଦେଶରେ ଟିକା ଅଭିଯାନ (Vaccination Drive) ଆରମ୍ଭ କରାଯାଇଛି। ପ୍ରଥମେ ଦୁଇଟି ଜୋଡ୍ ମଧ୍ୟରେ ୨୮ ଦିନର ଅବଧି ଥିଲା। କିନ୍ତୁ ପରେ ତାକୁ ୬ରୁ ୮ ସପ୍ତାହକୁ ବୃଦ୍ଧି କରାଗଲା। ପୁଣିଥରେ ସେଥିରେ ପରିବର୍ତ୍ତନ ଆଣି ଏବେ ୧୨ରୁ ୧୬ ମସ କରାଯାଇଛି। 

ସେପଟେ ଏହି କୋରୋନା (Coronavirius) ଟିକାର ଦୁଇଟି ଡୋଜ୍ ମଧ୍ୟରେ ହୋଇଥିବା ଅବଧି ବୃଦ୍ଧିକୁ ନେଇ ନାନା ପ୍ରଶ୍ନ ଉଠୁଛି। ଦେଶରେ ବର୍ତ୍ତମାନ ଟିକା ସଂକଟ ଦେଖାଦେଇଛି। ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ନଥିବାକୁ ଅନେକ ରାଜ୍ୟରେ ୧୮ ବର୍ଷରୁ ଊଦ୍ଧ୍ୱଙ୍କ ଟିକାକରଣ ଆରମ୍ଭ ହୋଇ ପାରୁ ନାହିଁ। ଏପରି କି ଟିକା ନଥିବାରୁ କିଛି ଟିକାକରଣ କେନ୍ଦ୍ର ବନ୍ଦ ହୋଇଛି। ଦ୍ୱିତୀୟ ଡୋଜ୍ ପାଇଁ ମଧ୍ୟ ଟିକା ନଥିବା ନେଇ କିଛି ରାଜ୍ୟ ଅଭିଯୋଗ କରୁଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଟିକା ଅବଧିକୁ ବୃଦ୍ଧି କରିଛନ୍ତି। ଆଉ ଏହି ଅବଧି ମଧ୍ୟରେ ସରକାରଙ୍କୁ ଟିକା ଯୋଗାଡ କରିବାକୁ ସମୟ ମିଳିଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। 

Also Read: କୋରୋନା ରୋଗୀଙ୍କୁ ହେଉଛି ଏହି ମାରାତ୍ମକ ସଂକ୍ରମଣ

ଦେଶରେ ଲୋକଙ୍କୁ କୋଭାକ୍ସିନ (Covaxin) ଅପେକ୍ଷା କୋଭିସିଲ୍ଡ (Covishield) ଅଧିକ ଦିଆଯାଇଛି। ଗତ କିଛି ମାସ ହେବ ଏହି କୋଭିସିଲ୍ଡ ତିଆରି କରୁଥିବା SIIରେ ଉତ୍ପାନଦନ ହ୍ରାସ ପାଇଛି। ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ପୁଣେ ଗସ୍ତ କରିଥିଲେ। ଏହା ପରେ ମାସିକ ୧୦ କୋଟି ଜୋଡ୍ ଟିକା ଉତ୍ପାଦନ ନେଇ ଆଦର ପୁନାୱାଲା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ଏହାର ଉତ୍ପାଦନ କ୍ଷମତା ମାସିକ ୭ କୋଟି ଉପରକୁ ଡେଉଁ ନାହିଁ।

ସପରିବାର ବିଟ୍ରେନ ପଳାୟନ କରିଥିବା SII ମୁଖ୍ୟ ଆଦର ପୁନାୱାଲା (Adar Poonawalla) ଙ୍କ କହିବାନୁସାରେ, ଫେବୃଆରୀରେ ପୁନେସ୍ଥିତ କମ୍ପାନୀରେ ଅଗ୍ନକାଣ୍ଡ ଘଟିଥିଲା। ଯେଉଁଥିରେ ଅନେକ କ୍ଷୟକ୍ଷତି ହୋଇଥିଲାଷ ସେଥିପାଇଁ କୋଭିସିଲ୍ଡର ଉତ୍ପାଦନ ପ୍ରଭାବିତ ହୋଇଛି। ଏହାବ୍ୟତୀତ ସେ ଗତ ୩ ତାରିଖରେ କହିଛନ୍ତି ଯେ, ଟିକା ନିର୍ମାଣର ଏକ ପ୍ରକ୍ରିୟା ଅଛି। ରାତାରାତି ଉତ୍ପାଦନକୁ ବୃଦ୍ଧି କରାଯାଇ ପାରିବ ନାହିଁ, ଏଥିପାଇଁ ନିର୍ଦ୍ଧିଷ୍ଟ ସମୟ ଲାଗିବ।

Also Read: କୋରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକସନ ଦେବା ନେଇ ନୂଆ SOP ଜାରି

ସେପଟେ କୋରୋନା ଟିକା ଉତ୍ପାଦନ ପାଇଁ ଆଦର ପୁନାୱାଲାଙ୍କ SIIକୁ  କେନ୍ଦ୍ର ସରକାର ବିନା ଗ୍ୟାରେଣ୍ଟିରେ ୩ ହଜାର କୋଟି ଟଙ୍କା଼ର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ପୁନାୱାଲାଙ୍କୁ Y ସ୍ତରୀୟ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଉଥିଲା। କିନ୍ତୁ ସେ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣି ଭାରତ ଛାଡି ପରିବାର ସହ ବ୍ରିଟେନରେ ରହୁଛନ୍ତି। ସେଠାରେ ସେ ୨୪୦୦ କୋଟି ଟଙ୍କା ବିନିଯୋଗ କରି ଟିକା ଉପରେ କାମ କରିବାକୁ ଯୋଜନା ଚଳାଇଛନ୍ତି।