Advertisement
Article Detail0/zeeodisha/odisha701426
Zee OdishaOdisha National-Internationalକୋରୋନା ମାମଲାରେ ବୃଦ୍ଧି ମଧ୍ୟରେ ଏହି ୩ଟି ରାଜ୍ୟକୁ ପଠାଯିବ କେନ୍ଦ୍ରୀୟ ଟିମ୍

କୋରୋନା ମାମଲାରେ ବୃଦ୍ଧି ମଧ୍ୟରେ ଏହି ୩ଟି ରାଜ୍ୟକୁ ପଠାଯିବ କେନ୍ଦ୍ରୀୟ ଟିମ୍

ଗୁରୁବାର ଦେଶରେ ସର୍ବାଧିକ ୧୬,୦୦୦ ଅଧିକ କୋଭିଡ-19 ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪.୭୩ ଲକ୍ଷରେ ପହଞ୍ଚିଛି । 

କୋରୋନା ମାମଲାରେ ବୃଦ୍ଧି ମଧ୍ୟରେ ଏହି ୩ଟି ରାଜ୍ୟକୁ ପଠାଯିବ କେନ୍ଦ୍ରୀୟ ଟିମ୍

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସର ସ୍ଥିତି ଅତ୍ୟନ୍ତ ଭୟାବହ ରହିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହି ସମୟରେ  
ମହାରାଷ୍ଟ୍ର, ଗୁଜୁରାଟ ଏବଂ ତେଲେଙ୍ଗାନାରେ କୋରୋନା ସଂକ୍ରମିତ ମାମଲାରେ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦିଲ୍ଲୀରୁ ଦଳ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲଙ୍କ ନେତୃତ୍ୱରେ ଏହି ଦଳ ଏହି ୩ଟି ରାଜ୍ୟ ଗସ୍ତରେ ଯିବ । ଜୁନ୍ ୨୬ରୁ ଜୁନ୍ ୨୯ ପର୍ଯ୍ୟନ୍ତ ଏହି ଦଳ ରାଜ୍ୟର ଅଧିକାରୀଙ୍କ ସହ ଆଲୋଚନା, ସହଯୋଗ ଓ  କୋରୋନା ସହିତ ମୁକାବିଲା ପାଇଁ ପ୍ରୟାସ ଉପରେ ଧ୍ୟାନ ଦେବ ।

ଅନ୍ୟପକ୍ଷେ, ଗୁରୁବାର ଦେଶରେ ସର୍ବାଧିକ ୧୬,୦୦୦ ଅଧିକ କୋଭିଡ-19 ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪.୭୩ ଲକ୍ଷରେ ପହଞ୍ଚିଛି । ଏହା ବ୍ୟତୀତ ଗତ ୨୪ ଘଣ୍ଟାରେ ଦେଶରେ କୋରୋନା ସଂକ୍ରମଣ ଯୋଗୁଁ ୪୨୮ ଜଣଙ୍କ ମୃତ୍ୟୁ ଘଟିଛି । ଯାହା ପରେ ଦେଶରେ ମୋଟ କୋରୋନା ଯୋଗୁଁ ମୃତକଙ୍କ ସଂଖ୍ୟା ୧୪,୮୯୪କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ଏହା କ୍ରମାଗତ ଷଷ୍ଠ ଦିନ ଯେତେବେଳେ ୧୪ ହଜାରରୁ ଅଧିକ କୋରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

Add Zee News as a Preferred Source
About the Author