ଖାଇବା ତେଲକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ, ପାଞ୍ଚ ମାସ ପର୍ଯ୍ୟନ୍ତ ଲାଗୁ ନିର୍ଦ୍ଦେଶ
Advertisement

ଖାଇବା ତେଲକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ, ପାଞ୍ଚ ମାସ ପର୍ଯ୍ୟନ୍ତ ଲାଗୁ ନିର୍ଦ୍ଦେଶ

ଖାଇବା ତେଲ ମୂଲ୍ୟକୁ ହ୍ରାସ କରିବା ଉଦ୍ଦେଶ୍ୟରେ ତେଲ ଏବଂ ତୈଳବୀଜ ଉପରେ ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଛି। ଏହା ଆସନ୍ତା ଜୁନ୍ ୩୦ ପର୍ଯ୍ୟନ୍ତ ଲାଗୁ ରହିବ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଖାଇବା ତେଲକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ। ପାଞ୍ଚ ମାସ ପର୍ଯ୍ୟନ୍ତ ହେବ ନାହିଁ ପରିବର୍ତ୍ତନ। ଦେଶର ବର୍ଦ୍ଧିତ ଖାଇବା ତେଲର ଦରଦାମ ନିୟନ୍ତ୍ରଣ କରିବାକୁ ସରକାର ଗତ ତିନି ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେଲ ଓ ତୈଳବୀଜ ଷ୍ଟକ୍ ନିର୍ଦ୍ଧାରଣ କରାଯାଇଛି।

ଖାଇବା ତେଲ ମୂଲ୍ୟକୁ ହ୍ରାସ କରିବା ଉଦ୍ଦେଶ୍ୟରେ ତେଲ ଏବଂ ତୈଳବୀଜ ଉପରେ ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଛି। ଏହା ଆସନ୍ତା ଜୁନ୍ ୩୦ ପର୍ଯ୍ୟନ୍ତ ଲାଗୁ ରହିବ। ଅଧିକାଂଶ ରାଜ୍ୟ ସରକାର ତେଲ ଏବଂ ତୈଳବୀଜ ଉପରେ ଷ୍ଟକ୍ ସୀମା ନିର୍ଦ୍ଧାରଣ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲେ। ଗତ ଅକ୍ଟୋବରରେ ଜାରି ହୋଇଥିବା ସମାନ ନିର୍ଦ୍ଦେଶନାମାକୁ ଦେଶର କେବଳ ୬ଟି ରାଜ୍ୟ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ।

Also Read: 5G spectrum ଦୌଡ଼ରେ ଭାରତର ଏହି ଚାରି କମ୍ପାନୀ, ଜାଣନ୍ତୁ କିଏ ପ୍ରଥମେ କରିଥିଲା ପରୀକ୍ଷଣ

 

ଫେବୃଆରୀ ୩ରେ କେନ୍ଦ୍ର ଦ୍ୱାରା ସୂଚିତ କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଖୁଚୁରା ବ୍ୟବସାୟୀ ତଥା ବଡ ଚେନର ଆଉଟଲେଟ୍ ପାଇଁ ୩୦ କ୍ୱିଣ୍ଟାଲ୍, ହୋଲସେଲରଙ୍କ ପାଇଁ ୫୦୦ କ୍ୱିଣ୍ଟାଲ୍ ଏବଂ ବଡ ଚେନ୍ ରିଟେଲରଙ୍କ ଡିପୋ ପାଇଁ ୧୦୦୦ କ୍ୱିଣ୍ଟାଲ୍ ଖାଇବା ତେଲ ଉପରେ ଷ୍ଟକ୍ ସୀମା ସ୍ଥିର କରାଯାଇଛି। ତୈଳବୀଜ ପାଇଁ ଖୁଚୁରା ବ୍ୟବସାୟୀଙ୍କ ପାଇଁ ୧୦୦ କ୍ୱିଣ୍ଟାଲ ଏବଂ ହୋଲସେଲରଙ୍କ ପାଇଁ ୨୦୦୦ କ୍ୱିଣ୍ଟାଲରେ ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ, ସୋମବାର ଜାରି ହୋଇଥିବା ଅର୍ଥନୈତିକ ସର୍ଭେ ଅନୁସାରେ ୨୦୩୦ ପର୍ଯ୍ୟନ୍ତ ଭାରତର ଖାଇବା ତେଲ ଆମଦାନୀ ବାର୍ଷିକ ୩.୪% ଅଭିବୃଦ୍ଧି ହାରରେ ବୃଦ୍ଧି ପାଇବ। ସହରୀକରଣ ବୃଦ୍ଧି ହେତୁ ଖାଦ୍ୟପେୟ ଅଭ୍ୟାସରେ ପରିବର୍ତ୍ତନ ହୋଇ ଅଧିକ ତୈଳଯୁକ୍ତ ପଦାର୍ଥ ସହିତ ଅଧିକ ପ୍ରକ୍ରିୟାକୃତ ଖାଦ୍ୟକୁ ପରିବର୍ତ୍ତନ ହେବ ବୋଲି ସର୍ଭେରେ କୁହାଯାଇଛି। ଦେଶରେ ଯେତିକି ଖାଇବା ତେଲ ଆବଶ୍ୟକ ଅଛି, ତାହାର ୬୦% ବିଦେଶରୁ ଆମଦାନୀ ହୋଇଥାଏ।