ଜରୁରୀକାଳୀନ ପରିସ୍ଥିତିରେ କିପରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ସେନେଇ ରାଜ୍ୟଗୁଡ଼ିକୁ ସେମାନଙ୍କର ସ୍ଥାନାନ୍ତର ଯୋଜନାକୁ ଅପଡେଟ୍ ଏବଂ ଅଭ୍ୟାସ କରିବାକୁ କୁହାଯାଇଛି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଲକ୍ଷ୍ୟରେ ଏହି ଅଭ୍ୟାସ କରାଯାଉଛି।
Trending Photos
)
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ମେ ୭ (ବୁଧବାର) ଦିନ ମକ୍ ଡ୍ରିଲ୍ କରିବାକୁ ଅନେକ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସୂତ୍ର ଅନୁଯାୟୀ, ଏହି ଅଭ୍ୟାସ ସମୟରେ, ବିମାନ ଆକ୍ରମଣ ଚେତାବନୀ ସାଇରନ ବାଜିବ । ସାଧାରଣ ନାଗରିକ ଏବଂ ଛାତ୍ରମାନଙ୍କୁ ଶତ୍ରୁ ଆକ୍ରମଣ ସମୟରେ ନିଜକୁ କିପରି ସୁରକ୍ଷା ଦେବେ ସେ ବିଷୟରେ ଉପଯୁକ୍ତ ତାଲିମ ଦିଆଯିବ।
ସୂଚନା ଅନୁଯାୟୀ, ମକ୍ ଡ୍ରିଲ୍ ସମୟରେ, ଗୁରୁତ୍ୱପୂର୍ଣ୍ଣ ପ୍ଲାଣ୍ଟ ଏବଂ ପ୍ରତିଷ୍ଠାନଗୁଡ଼ିକର କ୍ରାସ୍ ବ୍ଲାକ୍ ଆଉଟ୍ ବ୍ୟବସ୍ଥା ପରଖିବାକୁ ପରାମର୍ଶ। ଜରୁରୀକାଳୀନ ପରିସ୍ଥିତିରେ କିପରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ସେନେଇ ରାଜ୍ୟଗୁଡ଼ିକୁ ସେମାନଙ୍କର ସ୍ଥାନାନ୍ତର ଯୋଜନାକୁ ଅପଡେଟ୍ ଏବଂ ଅଭ୍ୟାସ କରିବାକୁ କୁହାଯାଇଛି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଲକ୍ଷ୍ୟରେ ଏହି ଅଭ୍ୟାସ କରାଯାଉଛି।
ରାଜ୍ୟଗୁଡ଼ିକୁ ଏପରି ସମୟରେ ମକ୍ ଡ୍ରିଲ୍ କରିବାକୁ ପରାମର୍ଶ ଦିଆଯାଇଛି ଯେତେବେଳେ ପାକିସ୍ତାନ ପକ୍ଷରୁ ସୀମା ସେପଟୁ ବାରମ୍ବାର ଗୁଳିଚାଳନା କରାଯାଉଛି। ଗତ ୧୧ ରାତି ଧରି ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା (LoC) ରେ ବିନା ପ୍ରରୋଚନାରେ ଗୁଳିଚାଳନା କରିଛି । ଏହାର କଡ଼ା ଜବାବ ଦେଇଛି ଭାରତୀୟ ସେନା। ଏପ୍ରିଲ ୨୨ ତାରିଖରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ । ଫଳରେ ଜଣେ ନେପାଳୀ ନାଗରିକଙ୍କ ସମେତ ମୋଟ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏହା କାଶ୍ମୀରରେ ଘଟିଥିବା ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କୁହାଯାଉଛି । ଭାରତଠାରୁ ସମ୍ଭାବ୍ୟ ପ୍ରତିଶୋଧ ନେବା ଭୟରେ, ପାକିସ୍ତାନ ମଧ୍ୟ ତାର ପ୍ରତିରକ୍ଷା ପ୍ରସ୍ତୁତିକୁ ଜୋରଦାର କରିଥିବା ଖବର ଆସୁଛି ।
Also Read- LIC Money Back Plan: ପିଲାଙ୍କ ପାଠପଢା ଖର୍ଚ୍ଚ ଚିନ୍ତା ହେବ ଦୂର, ମିଳିବ ୧୯ ଲକ୍ଷ, ଜାଣନ୍ତୁ କେମିତି
Also Read- High Blood Pressure: ଉଚ୍ଚ ରକ୍ତଚାପ ରହୁଛି କି ? ଆଜିଠୁ ଖାଆନ୍ତୁ ଏହି ୩ଟି ଜିନିଷ, ଚିନ୍ତା ହେବ ଦୂର