)
Champai Soren: ଝାଡଖଣ୍ତ ବିଧାନସଭାରେ (Jharkhand) ସୋମବାର ବହୁମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ୍ (ex cm Hemant Soren) ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଚମ୍ପେଇ ସୋରେନ୍ (Champai Soren) ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସରକାର ଗଠନ ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିବା ବେଳେ ରାଜ୍ୟପାଳ ୧୦ ଦିନ ଭିତରେ ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
୮୦ ସଦସ୍ୟ ବିଶିଷ୍ଟ ଝାଡଖଣ୍ତ ବିଧାନସଭାରେ ବହୁମତ ଲାଗି ୪୧ ସଭ୍ୟଙ୍କ ସମର୍ଥନର ଆବଶ୍ୟକତା ଥିବା ବେଳେ ଶାସକ ମେଣ୍ଟରେ ୪୬ ଏବଂ ବିଜେପି ନେତୃତ୍ବାଧିନ ଏମଡିଏର ୨୯ ଜଣ ସଦସ୍ୟ ଅଟନ୍ତି। ତେଣୁ ଯଦି କିଛି ଅଘଟଣ ନ ହୁଏ, ତେବେ, ଅସ୍ଥା ଭୋଟରେ ଚମ୍ପେଇ ବିଜୟୀ ହେବେ। ଶାସକ ମେଣ୍ଟରେ ଜେଏମଏମର୨୮,କଂଗ୍ରେସର ୧୬, ଆରଜେଡି ଓ ସିପିଆଇ(ଏମଏଲ)ର ଜଣେ ଲେଖାଁଏ ସଦସ୍ୟ ଅଛନ୍ତି।
ସୋମବାର ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍ ବିଧାନସଭାରେ ଆସ୍ଥା ଭୋଟ୍ ଲୋଡୁଥିବା ବେଳେ ରବିବାର ସଂନ୍ଧ୍ୟାରେ ହାଇଦ୍ରାବାଦରୁ ଶାସକ ମେଣ୍ଟର ୪୦ ଜଣ ବିଧାୟକ ରାଂଚି ଫେରିଆସିଛନ୍ତି। ବିଜେପି ପକ୍ଷରୁ ଘୋଡାବେପାର ଉଦ୍ୟମ ହେଉଥିବା ସନ୍ଦେହ କରି ଏହି ବିଧାୟକ ମାନଙ୍କୁ ହାଇଦ୍ରାବାଦ ପଠାଇ ଦିଆଯାଇଥିଲା। କଂଗ୍ରେସ୍ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଜେପି ପ୍ରଲୋଭନ ମାଧ୍ୟମରେ ଶାସକ ମେଣ୍ଟର ବିଧାୟକ ମାନଙ୍କୁ କିଣିବାକୁ ପ୍ରୟାସ କରୁଛି। କିନ୍ତୁ ମେଣ୍ଟ ସମ୍ପୁର୍ଣ୍ଣ ସୁଦୃଢ ଏବଂ ସୁରକ୍ଷିତ ରହିଛି।