Advertisement
Article Detail0/zeeodisha/odisha2680816
Zee OdishaOdisha National-Internationalହୋଲିରେ ଆତଙ୍କ, ୭ ଯୁବତୀଙ୍କୁ କେମିକାଲ ଫିଙ୍ଗିଲେ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ହୋଲିରେ ଆତଙ୍କ, ୭ ଯୁବତୀଙ୍କୁ କେମିକାଲ ଫିଙ୍ଗିଲେ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Chemical Atack News: ହୋଲି ପାଳନ ସମୟରେ କିଛି ଦୁର୍ବୃତ୍ତ ରାସାୟନିକ ରଙ୍ଗ ଫିଙ୍ଗିବା କାରଣରୁ ପ୍ରାୟ ସାତ ଜଣ ସ୍କୁଲ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଛି। ପ୍ରାଥମିକ ସୂଚନା ଅନୁଯାୟୀ, ସାତ ଜଣ ଛାତ୍ରୀଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ଅଭିଯୋଗ କରିଛନ୍ତି। 

ହୋଲିରେ ଆତଙ୍କ, ୭ ଯୁବତୀଙ୍କୁ କେମିକାଲ ଫିଙ୍ଗିଲେ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Chemical Atack News: ଆଜି ସମଗ୍ର ଦେଶ ହୋଲି ଉତ୍ସବରେ ମସଗୁଲ ଥିବା ସମୟରେ କର୍ଣ୍ଣାଟକର ଗଡଗ ଜିଲ୍ଲାର ଲକ୍ଷେଶ୍ୱର ସହରରୁ ଏକ ଆତଙ୍କିତ କରିବା ପରି ଖବର ସାମ୍ନାକୁ ଆସିଛି । ହୋଲି ପାଳନ ସମୟରେ କିଛି ଦୁର୍ବୃତ୍ତ ରାସାୟନିକ ରଙ୍ଗ ଫିଙ୍ଗିବା କାରଣରୁ ପ୍ରାୟ ସାତ ଜଣ ସ୍କୁଲ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଛି। ପ୍ରାଥମିକ ସୂଚନା ଅନୁଯାୟୀ, ସାତ ଜଣ ଛାତ୍ରୀଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ଅଭିଯୋଗ କରିଛନ୍ତି। ତାଙ୍କୁ ଗଡଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (GIMS)ରେ ଭର୍ତ୍ତି କରାଯାଇଛି । ଅନ୍ୟମାନେ ଲକ୍ଷ୍ମେଶ୍ୱରର ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୀଡିତାଙ୍କ ପିତାମାତା ଡାକ୍ତରଖାନାରେ ପହଞ୍ଚିଥିଲେ । ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି। ପୋଲିସର ସୂଚନା ଅନୁଯାୟୀ, ଲକ୍ଷ୍ମେଶ୍ୱର ସହରର ସୁବର୍ଣ୍ଣଗିରି ତାଣ୍ଡା ନିକଟସ୍ଥ ବସ୍ ଷ୍ଟାଣ୍ଡରେ ସ୍କୁଲ ଝିଅମାନେ ପରୀକ୍ଷା ଦେବା ପାଇଁ ଯାଉଥିଲେ । ସ୍କୁଲ ଯିବା ପାଇଁ ବସ୍ ଅପେକ୍ଷାରେ ଥିଲେ ଛାତ୍ରୀମାନେ ।

ସୂତ୍ର ଅନୁସାରେ, ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ବସ୍‌ଷ୍ଟାଣ୍ଡ ନିକଟରେ ଅଟକିଥିଲେ ଏବଂ ସେଠାରେ ଛାତ୍ରୀମାନଙ୍କ ଉପରେ ରଙ୍ଗ ଫିଙ୍ଗିଥିଲେ । ଏହି ସମୟରେ ସ୍କୁଲ ବସ୍ ଆସିଥିଲା ଏବଂ ଛାତ୍ରୀମାନେ ସେଥିରେ ଚଢ଼ିଥିଲେ । ଦୁର୍ବୃତ୍ତମାନେ ବାଇକ୍ ଚଳାଇ ବସ୍‌କୁ ପିଛା କରିବା ସହ ବସ୍‌ ଭିତରେ ପ୍ରବେଶ କରି ବିଶେଷ ଭାବରେ ସାତ ଜଣ ସ୍କୁଲ୍ ଝିଅଙ୍କୁ ଟାର୍ଗେଟ କରିଥିଲେ । ସେମାନଙ୍କ ଉପରେ ରାସାୟନିକ ରଙ୍ଗ ଢାଳି ଦେଇଥିଲେ।

Add Zee News as a Preferred Source

ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଫିଙ୍ଗିଥିବା ରାସାୟନିକ ରଙ୍ଗରେ ଗୋବର, ଅଣ୍ଡା, ଫିନାଇଲ୍ ଏବଂ ରଙ୍ଗ ଥିଲା। ଝିଅମାନେ ଅଜାଣତରେ କିଛି ମିଶ୍ରଣ ଗିଳି ଦେଇଥିଲେ । ଯାହା ଫଳରେ ସେମାନଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯିବା ସହ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଇଥିଲା। ଛାତ୍ରୀମାନେ ଅସୁସ୍ଥ ହେବା କାରଣରୁ ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା।

ବରିଷ୍ଠ ପୋଲିସ ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଭିଭାବକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଅଭିଯୁକ୍ତମାନେ ବାଇକରେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ସ୍ଥାନୀୟ ଲୋକ ଏବଂ ସ୍କୁଲ ବସ୍‌ରେ ଥିବା ଅନ୍ୟ ଯାତ୍ରୀମାନଙ୍କଠାରୁ ସୂଚନା ସଂଗ୍ରହ କରୁଛି।

Also Read- ସିନେଜଗତରୁ ପୁଣି ଦୁଃଖଦ ଖବର, ଆଉ ନାହାନ୍ତି ଏହି ଅଭିନେତା

Also Read- Shani Dev Gochar: ସତର୍କ ରୁହନ୍ତୁ ୪ ରାଶି, ଶନିଙ୍କ ପ୍ରଭାବରୁ ରକ୍ଷା ପାଇବାକୁ କରନ୍ତୁ ଏହି କାମ

About the Author