• ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା
  • ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ
  • କଳାହାଣ୍ଡିରେ ମେଡିକାଲ କଲେଜ ତିଆରିରେ ହେବ ବିଳମ୍ୱ
  • ବେଦାନ୍ତ ସହ ଚୁକ୍ତି ରଦ୍ଦ କଲେ ରାଜ୍ୟ ସରକାର
  • କେରଳ ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ 'ମେଟ୍ରୋ ମ୍ୟାନ୍' ଇଂ. ଶ୍ରୀଧରନ
  • ଏ ନେଇ କେରଳ ବିଜେପି ମୁଖ୍ୟ କେ. ସୁରେନ୍ଦ୍ରନଙ୍କ ସୂଚନା
  • ପୋଲାର୍ଡ ଶ୍ରୀଲଙ୍କା ବିପକ୍ଷରେ ମାରିଲେ ୬ ଟି ଛକା
  • ତୃତୀୟ ଅନ୍ତର୍ଜାତୀୟ କ୍ରିକେଟର ଭାବେ ତିଆରି କଲେ ନୂଆ ପରିଚୟ
  • ରାଜ୍ୟପାଳ ନେଲେ କୋରୋନା ଟିକା
  • କୋରୋନା ଟିକା ନେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

ବିଚାରପତିଙ୍କ ପତ୍ନୀ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ପୂର୍ବତନ ଜଷ୍ଟିସ ଗିରଫ

ସେ ବିଚାରପତିଙ୍କ ଯୌନ ହିଂସା ପ୍ରସଙ୍ଗରେ ଏକ ଭିଡିଓ ତିଆରି କରି ଅନଲାଇନରେ ଅପଲୋଡ୍ କରିଛନ୍ତି। ଯାହାକୁ ନେଇ କର୍ଣ୍ଣନଙ୍କ ବିରୁଦ୍ଧରେ ମାଦ୍ରାସ ହାଇକୋର୍ଟର ଜଣେ ଆଇନଜୀବୀ ଏତଲା ହେଇଥିଲେ।

ବିଚାରପତିଙ୍କ ପତ୍ନୀ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ପୂର୍ବତନ ଜଷ୍ଟିସ ଗିରଫ
ଫାଇଲ ଫଟୋ

ନୂଆଦିଲ୍ଲୀ: ପୁଣି ଅଡୁଆରେ ପୂର୍ବତନ ଜଷ୍ଟିସ୍ ସିଏସ୍ କର୍ଣ୍ଣନ। ମହିଳା ବିଚାରପତି ଏବଂ ବିଚାରପତିଙ୍କ ପତ୍ନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ବୁଧବାର ତାଙ୍କୁ ଗିରଫ କରାଯାଇଛି। ମାଦ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୂର୍ବତନ ଜଷ୍ଟିସ୍ ସିଏସ୍ କର୍ଣ୍ଣନଙ୍କୁ ଚେନ୍ନାଇ ପୋଲିସ ଗିରଫ କରିଛି।

ପୂର୍ବତନ ଜଷ୍ଟିସ୍ ସିଏସ୍ କର୍ଣ୍ଣନ (CS Karnan) ସୁପ୍ରିମକୋର୍ଟ ଓ ହାଇକୋର୍ଟର ମହିଳା ବିଚାରପତି, ବିଚାରପତିଙ୍କ ପତ୍ନୀଙ୍କ ବିରୋଧରେ ଅପମାନଜନକ ତଥା ଆପତ୍ତିଜନକ ମନ୍ତବ୍ୟ (Offensive Remark) ଦେଇ ଥିବା ଅଭିଯୋଗ ହୋଇଛି। ସେ ବିଚାରପତିଙ୍କ ଯୌନ ହିଂସା ପ୍ରସଙ୍ଗରେ ଏକ ଭିଡିଓ ତିଆରି କରି ଅନଲାଇନରେ ଅପଲୋଡ୍ କରିଛନ୍ତି। ଯାହାକୁ ନେଇ କର୍ଣ୍ଣନଙ୍କ ବିରୁଦ୍ଧରେ ମାଦ୍ରାସ ହାଇକୋର୍ଟର ଜଣେ ଆଇନଜୀବୀ ଏତଲା ହେଇଥିଲେ।

Also Read: ବଦଳି ନେଇ ସ୍ପଷ୍ଟୀକରଣ ରଖିଲେ ଜଷ୍ଟିସ ଏସ୍. ମୁରଲୀଧର

ଅକ୍ଟୋବର ୨୭ରେ ଚେନ୍ନାଇ ସାଇବର ପୋଲିସ (Chennai Police) ର ସାଇବର ସେଲ କର୍ଣ୍ଣନଙ୍କୁ ବିରୋଧରେ ମାମଲା ରୁଜୁ କରିଥିଲା। କିନ୍ତୁ ତାଙ୍କୁ ପୋଲିସ ସଂରକ୍ଷଣ ଦେଉଥିବା ନେଇ ଆଇନଜୀବୀ ଅଭିଯୋଗ ଆଣିଥିଲେ। ତେବେ ବୁଧବାର ପୋଲିସର କାର୍ଯ୍ୟକୁ ମାଦ୍ରାସ ହାଇକୋର୍ଟ (Madras High Court) କଡା ସମାଲୋଚନା କଲା ପରେ କର୍ଣ୍ଣନଙ୍କୁ ଗିରଫ କରାଯାଇଛି। 

ପୂର୍ବତନ ଜଷ୍ଟିସ୍ କର୍ଣ୍ଣନ ପ୍ରଥମ ହାଇକୋର୍ଟର ସିଟିଂ ବିଚାରପତି ଯାହାକୁ ୨୦୧୭ରେ ଜେଲଦଣ୍ଡା ଦେଶ ମିଳିଛି। କଲିକତା ହାଇକୋର୍ଟ (Culcutta High Court) ର ବିଚାରପତି ଥିବା ସମୟରେ ତାଙ୍କୁ କୋର୍ଟ ଅବମାନନା କରିଥିବାରୁ ତାଙ୍କୁ ୬ ମାସ ଦଣ୍ଡିତ କରାଯାଇଥିଲା। ସେହି ସମୟରେ ପ୍ରଧାନ ବିଚାରପତି ଜେଏସ ଖେରଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ସାତଜଣିଆ ଖଣ୍ଡପୀଠ କର୍ଣ୍ଣନଙ୍କ ମାମଲାର ବିଚାର କରିଥିଲେ। ତେବେ ଖଣ୍ଡପୀଠରେ ଦୋଷୀ ସାବ୍ୟସ୍ତ ହେଲା ପରେ ପଶ୍ଚିମବଙ୍ଗ ପୋଲିସ ମୁଖ୍ୟଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। 

Also Read: କୋରୋନା ଯାଞ୍ଚ ସମ୍ପୂର୍ଣ୍ଣ ମାଗଣା: ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ (Supreme Court) ରେ ହାଜର ହୋଇଥିବା ପ୍ରଥମ ହାଇକୋର୍ଟର ବିଚାରପତି ମଧ୍ୟ ଥିଲେ କର୍ଣ୍ଣନ। ସେ ପ୍ରଥମେ ୨୦୦୯ରେ ମାଦ୍ରାସ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କୁ ୨୦୧୬ରେ କଲିକତା ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ସେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଚିଠି ଲେଖିଥିଲେ।