Advertisement
Article Detail0/zeeodisha/odisha662840
Zee OdishaOdisha National-Internationalଯିଏ ମହାମାରୀକୁ ମହୋତ୍ସବରେ ପରିଣତ କରେ...ସିଏ ହେଉଛନ୍ତି ନରେନ୍ଦ୍ର ଦାମୋଦର ଦାସ

'ଯିଏ ମହାମାରୀକୁ ମହୋତ୍ସବରେ ପରିଣତ କରେ...ସିଏ ହେଉଛନ୍ତି ନରେନ୍ଦ୍ର ଦାମୋଦର ଦାସ'

ଛତିଶଗଡ କଂଗ୍ରେସ ତରଫରୁ ଲେଖା ଯାଇଛି ଯେ, "ଜଲି କୋ ଆଗ୍ କହତେ ହେଁ, ବୁଝି କୋ ରାଖ୍ କହତେ ହେଁ, ଜୋ ମହାମାରୀ କୋ ଭି ମହୋତ୍ସବ୍ ବନା ଦେ, ଉସେ ନରେନ୍ଦ୍ର ଦାମୋଦରଦାସ କହତେ ହେଁ ।" 

'ଯିଏ ମହାମାରୀକୁ ମହୋତ୍ସବରେ ପରିଣତ କରେ...ସିଏ ହେଉଛନ୍ତି ନରେନ୍ଦ୍ର ଦାମୋଦର ଦାସ'

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ୱୋଧନ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର  ରାତିରେ ଦୀପ ଜାଳିବା ପାଇଁ ଅପିଲ କରିଛନ୍ତି । ଏହାପୂର୍ବରୁ ଜନତା କର୍ଫ୍ୟୁ ଅବସରରେ ପିଏମ ମୋଦି ଥାଳି-ତାଳି ବଜାଇକୁ କହିଥିଲେ । ବର୍ତ୍ତମାନ ପିଏମ ମୋଦିଙ୍କ ଘୋଷଣା ପରେ ଛତିଶଗଡ଼ କଂଗ୍ରେସ ତରଫରୁ ଏକ ଟ୍ୱିଟ କରି ଏହାର କଟାକ୍ଷ କରାଯାଇଛି । ଟ୍ୱିଟରେ କୁହାଯାଇଛି ଯେ, ଯିଏ ମହାମାରୀକୁ ମହୋତ୍ସବରେ ପରିଣତ କରେ...ସିଏ ହେଉଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି ।

ଛତିଶଗଡ କଂଗ୍ରେସ ତରଫରୁ ଲେଖା ଯାଇଛି ଯେ, "ଜଲି କୋ ଆଗ୍ କହତେ ହେଁ, ବୁଝି କୋ ରାଖ୍ କହତେ ହେଁ, ଜୋ ମହାମାରୀ କୋ ଭି ମହୋତ୍ସବ୍ ବନା ଦେ, ଉସେ ନରେନ୍ଦ୍ର ଦାମୋଦରଦାସ କହତେ ହେଁ ।" 

ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ ଯେ ଏହା ପ୍ରସିଦ୍ଧ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଫିଲ୍ମ ବିଶ୍ୱନାଥର ଡାୟଲୋଗ, ଯାହାକୁ ଛତିଶଗଡ଼ କଂଗ୍ରେସ ବର୍ତ୍ତମାନର ସ୍ଥିତି ଅନୁସାରେ ବଦଳି ଦେଇଛି । କଂଗ୍ରେସ କ୍ରମାଗତ ପିଏମ ମୋଦିଙ୍କୁ କୋରୋନା ମୁକାବିଲାକୁ ନେଇ ଟାର୍ଗେଟ କରି ଆସୁଛନ୍ତି । ଆରଜେଡି ନେତା ତେଜପ୍ରତାପ ଯାଦବ ମଧ୍ୟ ଦୀପ ଜାଳିବା ଉପରେ ଏକ ଟ୍ୱିଟ କରିଛନ୍ତି । ସେ ଲୋକଙ୍କୁ କହିଛନ୍ତି ଯେ ଲଣ୍ଠନ ମଧ୍ୟ ଜାଳି ପାରିବେ । ଲଣ୍ଠନ ହେଉଛି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ନିର୍ବାଚିନୀ ଚିହ୍ନ । 

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥାତ ଶୁକ୍ରବାର ସକାଳ ୯ଟାରେ ଦେଶର ନାଁରେ ଏକ ଭିଡିଓ ସନ୍ଦେଶ ଜାରି କରିଥିଲେ । ଏଥିରି ସେ ଅପିଲ କରିଛନ୍ତି ଯେ ରବିବାର ରାତି ୯ଟାରେ ନିଜ ଘର ଗେଟ ଓ ବାଲକୋନିରେ ଆସି ୯ ମିନିଟ ପାଇଁ ଦୀପ, ମହମବତୀ ଓ ମୋବାଇଲ ଲାଇଟ ଜଳାନ୍ତୁ । ପିଏମ ମୋଦି ଦେଶକୁ ଏକଜୁଟ କରିବାର ମନ୍ତ୍ର ଦେଇଛନ୍ତି । 

About the Author