ଖୁସି ଖବର! ଏଣିକି ସପ୍ତାହରେ ୫ ଦିନ କାମ କରିବେ ଏହି ରାଜ୍ୟର ସରକାରୀ କର୍ମଚାରୀ
Advertisement

ଖୁସି ଖବର! ଏଣିକି ସପ୍ତାହରେ ୫ ଦିନ କାମ କରିବେ ଏହି ରାଜ୍ୟର ସରକାରୀ କର୍ମଚାରୀ

ରାଜ୍ୟରେ ତୀରନ୍ଦାଜକୁ ଉତ୍ସାହିତ କରିବା ପାଇଁ ସହିଦ ଗୁଣ୍ଡାଥୁର ରାଜ୍ୟ ସ୍ତରୀୟ ତୀରନ୍ଦାଜ ଏକାଡେମୀ ମଧ୍ୟ ଆରମ୍ଭ କରାଯିବ । ଏହା ବ୍ୟତୀତ ଅନ୍ୟ ପଛୁଆ ଶ୍ରେଣୀର ଉଦ୍ୟୋଗ ବିକାଶ ପାଇଁ ୧୦ ପ୍ରତିଶତ ଭୂଖଣ୍ଡ ମଧ୍ୟ ସଂରକ୍ଷିତ ରହିବ ।

ଖୁସି ଖବର! ଏଣିକି ସପ୍ତାହରେ ୫ ଦିନ କାମ କରିବେ ଏହି ରାଜ୍ୟର ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: Chhattisgarh CM Bhupesh Baghel On Republic Day Announcements: ଛତିଶଗଡର ସରକାରୀ କର୍ମଚାରୀ (Chhattisgarh Government Employees) ଙ୍କୁ ଜାନୁଆରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ (Republic Day) ରେ ବଡ଼ ଉପହାର ମିଳିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ (Chhattisgarh CM Bhupesh Baghel) ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଅନେକ ଘୋଷଣା କରିଛନ୍ତି । 

ବଘେଲ କହିଛନ୍ତି ଯେ, ରାଜ୍ୟର ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ ସପ୍ତାହରେ ମାତ୍ର ପାଞ୍ଚ ଦିନ କାମ କରିବାକୁ ପଡିବ । ଏହାସହ ପେନସନ ପାଇଁ ଅଂଶଦାୟୀ ପେନସନର ଅଂଶ ଭାବେ ରାଜ୍ୟର ଯୋଗଦାନ ବୃଦ୍ଧି କରି ୧୦ ପ୍ରତିଶତରୁ ୧୪ ପ୍ରତିଶତ କରାଯାଇଛି । ଏଥି ସହିତ ଦୁର୍ଗମ ଅଞ୍ଚଳରେ ଚାଲିଥିବା ବ୍ୟବସାୟିକ କାର୍ଯ୍ୟକଳାପର ନିୟମିତକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।  ଏହା ବ୍ୟତୀତ ମହିଳା ସୁରକ୍ଷା ପାଇଁ ପ୍ରତ୍ୟେକ ଜିଲ୍ଲାରେ ମହିଳା ସୁରକ୍ଷା ସେଲ୍ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହା ବି ପଢ଼ନ୍ତୁ:-ଗିଜର ଓ ହିଟର ଚଲାଇବା ପରେ ମଧ୍ୟ କମ୍ ଆସିବ ବିଜୁଳି ବିଲ୍, କେବଳ କରିବାକୁ ହେବ ଏହି ୨ଟି କାମ

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ସଂକ୍ରମଣ ଦର ଛୁଇଁଲା ୧୯.୫ ପ୍ରତିଶତ

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆରୁ ବିଦା ହେଲେ ଏହି ୫ ଖେଳାଳି, ଦକ୍ଷିଣ ଆଫ୍ରିକାରେ ଖରାପ ପ୍ରଦର୍ଶନ ପାଇଁ ମିଳିଲା 'ଦଣ୍ଡ'

ରାଜ୍ୟରେ ତୀରନ୍ଦାଜକୁ ଉତ୍ସାହିତ କରିବା ପାଇଁ ସହିଦ ଗୁଣ୍ଡାଥୁର ରାଜ୍ୟ ସ୍ତରୀୟ ତୀରନ୍ଦାଜ ଏକାଡେମୀ ମଧ୍ୟ ଆରମ୍ଭ କରାଯିବ । ଏହା ବ୍ୟତୀତ ଅନ୍ୟ ପଛୁଆ ଶ୍ରେଣୀର ଉଦ୍ୟୋଗ ବିକାଶ ପାଇଁ ୧୦ ପ୍ରତିଶତ ଭୂଖଣ୍ଡ ମଧ୍ୟ ସଂରକ୍ଷିତ ରହିବ ।

ଚାଷୀଙ୍କ ପାଇଁ ଏକ ଘୋଷଣା କରି ସିଏମ୍ ବଘେଲ କହିଛନ୍ତି ଯେ, ଖରିଫ ବର୍ଷ ୨୦୨୨-୨୩ରୁ ରାଜ୍ୟରେ ଏମଏସପିରେ ଡାଲି ଫସଲ ମଧ୍ୟ କିଣାଯିବ । ଏଥି ସହିତ ଶ୍ରମ ପରିବାରର ଝିଅମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସଶକ୍ତିକରଣ ସହାୟତା ଯୋଜନା ଆରମ୍ଭ ହେବ । ଏହା ଅଧୀନରେ ଦୁଇ ଝିଅଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକାଥରେ ୨୦-୨୦ ହଜାର ଟଙ୍କା ଦିଆଯିବ ।