ଭାରତରେ ପିଲାମାନଙ୍କୁ ଶୀଘ୍ର ମିଳିବ କୋରୋନା ଟିକା, ଏହି କମ୍ପାନୀ ଟ୍ରାୟଲ ପାଇଁ ମାଗିଲା ଅନୁମତି
Advertisement

ଭାରତରେ ପିଲାମାନଙ୍କୁ ଶୀଘ୍ର ମିଳିବ କୋରୋନା ଟିକା, ଏହି କମ୍ପାନୀ ଟ୍ରାୟଲ ପାଇଁ ମାଗିଲା ଅନୁମତି

ଜନସନ ଆଣ୍ଡ ଜନସନ ଦ୍ୱାରା ଜାରି କରାଯାଇଥିବା ଏକ ସଂକ୍ଷିପ୍ତ ବୟାନରେ କୁହାଯାଇଛି ଯେ କମ୍ପାନୀ ମଙ୍ଗଳବାର ଦିନ ଆବେଦନ ଦାଖଲ କରିଛି ଓ କୋରୋନା ଟିକା ସୁବିଧାକୁ ବିଶ୍ୱକୁ ସମାନ ଭାବରେ ଉପଲବ୍ଧ କରାଇବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସର (Coronavirus) ସଂକ୍ରମଣ ଓ ତୃତୀୟ ଲହରର ସମ୍ଭାବନା ମଧ୍ୟରେ ଏକ ଖୁସି ଖବର ଅଛି । ଏହା ହେଉଛି ଖୁବ୍ ଶୀଘ୍ର ଦେଶରେ ପିଲାମାନଙ୍କ ପାଇଁ ଏକ ଟିକା (Corona Vaccine for Children) ଆସିପାରେ । ଆମେରିକୀୟ ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ (Johnson & Johnson) ଭାରତରେ ୧୨ ରୁ୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭିଡ ଟିକା ଟ୍ରାୟଲ କରିବାକୁ ଅନୁମତି ମାଗିଛି ।

୧୨ ରୁ ୧୭ ବର୍ଷୀୟ ପିଲାଙ୍କ ଉପରେ ଟ୍ରାୟଲ ହେବ ଟିକା
ଜନସନ ଆଣ୍ଡ ଜନସନ (Johnson & Johnson) ଦ୍ୱାରା ଜାରି କରାଯାଇଥିବା ଏକ ସଂକ୍ଷିପ୍ତ ବୟାନରେ କୁହାଯାଇଛି ଯେ କମ୍ପାନୀ ମଙ୍ଗଳବାର ଦିନ ଆବେଦନ ଦାଖଲ କରିଛି ଓ କୋରୋନା ଟିକା (Corona Vaccine) ସୁବିଧାକୁ ବିଶ୍ୱକୁ ସମାନ ଭାବରେ ଉପଲବ୍ଧ କରାଇବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ । ଆମେରିକୀୟ ଫାର୍ମା କମ୍ପାନୀ କହିଛି ଯେ ପିଲାମାନଙ୍କ ପାଇଁ ଟିକାର (Vaccine) ଆବଶ୍ୟକତାକୁ ଧ୍ୟାନରେ ରଖି ୧୭ ଅଗଷ୍ଟରେ ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନକୁ (ସିଡିଏସକୋ) ଏକ ଆବେଦନ ପଠାଇ ୧୨ ରୁ୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ ଏହି ଟିକା ଟ୍ରାୟଲ ପାଇଁ ଅନୁମତି ଲୋଡ଼ିଛି ।

ଅଧିକ ପଢ଼ନ୍ତୁ: ଚୋରି ଅଭିଯୋଗରେ ଫସିଛନ୍ତି ଏହି ଭାରତୀୟ କ୍ରିକେଟର, ହୋଇପାରେ ଜେଲ୍!

ସିଙ୍ଗଲ-ଡୋଜ ଟିକାକୁ ଅନୁମତି
ଏହି ମାସ ଆରମ୍ଭରେ, ଆମେରିକାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ୍ କୋରୋନା ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା । ଏହା ହେଉଛି ପଞ୍ଚମ ଟିକା ଯାହା ଭାରତରେ ଅନୁମୋଦିତ ହୋଇଛି ଓ ପ୍ରଥମ ସିଙ୍ଗଲ୍ ଡୋଜ୍ ଟିକା । ଜନସନ ଆଣ୍ଡ ଜନସନଙ୍କ ବ୍ୟତୀତ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିବା ପାଞ୍ଚଟି ଟିକା ମଧ୍ୟରେ ସେରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ, ଭାରତ ବାୟୋଟେକ୍ କୋଭାକ୍ସିନ୍, ଋଷର ସ୍ପୁଟ୍ନିକ୍ ଭି ଓ ମଡର୍ନା ଟିକା ସାମିଲ ଅଛି । କୋଭାକ୍ସିନ୍, କୋଭିଶିଲ୍ଡ, ମୋଡର୍ନା ଓ ସ୍ପୁଟ୍ନିକ୍-ଭି ସମସ୍ତ ଚାରିଟି ଡବଲ୍-ଡୋଜ୍ ଟିକା ହୋଇଥିବାବେଳେ ଜନସନ୍ ଆଣ୍ଡ ଜନସନଙ୍କ ଟିକା ହେଉଛି ସିଙ୍ଗଲ-ଡୋଜ ଟିକା ।