Advertisement
Article Detail0/zeeodisha/odisha681145

କୋରୋନା କବଳରେ ଶିଶୁକଢି

କୋରୋନା ସଂକ୍ରମଣ ହେତୁ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଛି। ଲକଡାଉନ ଯୋଗୁ ସାଧାରଣ ଜୀବନ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅଧିକାଂଶ ସ୍ଥାନରେ ଲୋକମାନଙ୍କୁ ସଠିକ ଭାବେ ପୁଷ୍ଟିକର ଖାଦ୍ୟ ମଧ୍ୟ ମିଳିପାରୁନାହିଁ।  ଏହି କାରଣରୁ ମା ଏବଂ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି। ଆମେରିକାର ଜ

କୋରୋନା କବଳରେ ଶିଶୁକଢି

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ହେତୁ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଛି। ଲକଡାଉନ ଯୋଗୁ ସାଧାରଣ ଜୀବନ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅଧିକାଂଶ ସ୍ଥାନରେ ଲୋକମାନଙ୍କୁ ସଠିକ ଭାବେ ପୁଷ୍ଟିକର ଖାଦ୍ୟ ମଧ୍ୟ ମିଳିପାରୁନାହିଁ।  ଏହି କାରଣରୁ ମା ଏବଂ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି। ଆମେରିକାର ଜନ୍ ହାପକିନ୍ସ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ କୁହାଯାଇଛି ଯେ ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟ ୨.୫୩ ଲକ୍ଷ ପିଲା ଆସନ୍ତା କିଛି  ମାସ ମଧ୍ୟରେ ଅତିରିକ୍ତ ମୃତ୍ୟୁ ମୁଖରେ ପଡ଼ିପାରନ୍ତି। 

ଜନ ହାପକିନସ ବିଶ୍ୱବିଦ୍ୟାଳୟର ଗବେଷଣା ଲାସେଣ୍ଟ ଜର୍ଣ୍ଣାଲର ନିକଟରେ ଏକ ସଂସ୍କରଣ ପ୍ରକାଶ ପାଇଥିଲା। ସେଥିରେ କୁହାଯାଇଛି ଯେ, ୧୧୮ଟି ନିମ୍ନ ଓ ମଧ୍ୟ ଆୟ ଅନ୍ତର୍ଗତ ରାଷ୍ଟ୍ରରେ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ମାତୃ ଓ ଶିଶୁ ବିଭାଗର ଚିକିତ୍ସା ଏକ ପ୍ରକାର ଭୁଶୁଡି ପଡ଼ିଛି। ଦ୍ୱିତୀୟ କାରଣ ହେଉଛି ଛୋଟ ଶିଶୁମାନଙ୍କର ଅସୁସ୍ଥତା। ରୋଗାଗ୍ରସ୍ତ ତଥା ଲକଡାଉନ। ଏହି ଲକଡାଉନ ସମୟରେ ଲୋକମାନେ ସଠିକ ଢଙ୍ଗରେ ସ୍ୱାସ୍ଥ୍ୟସେବା ପାଇ ପାରୁନାହାନ୍ତି।  

ଏହି ଦୁଇଟି କାରଣ ବ୍ୟତୀତ ସମଗ୍ର ବିଶ୍ୱରେ ଏହି ବୈଶ୍ୱିକ ମହାମାରୀ ସମୟରେ ଲୋକମାନଙ୍କୁ ସଠିକ ଢଙ୍ଗରେ ପୁଷ୍ଟିକର ଖାଇବା ମଧ୍ୟ ମିଳୁନଥିବା ଉକ୍ତ ଜର୍ଣ୍ଣାଲ ପ୍ରକାଶ ପାଇଛି। ଗରୀବ ତଥା ଶ୍ରମିକ ଶ୍ରେଣୀର ଲୋକମାନେ ଏହି ସମସ୍ୟାକୁ ଗୁରୁତର ଭାବେ ସମ୍ମୁଖିନ ହେଉଛନ୍ତି। ଫଳରେ ଶିଶୁ ଓ ମାତୃ ମୃତ୍ୟୁ ହାର ଗୁରୁତର ଭାବେ ବଢିବାରେ ଲାଗିଛି। 

Add Zee News as a Preferred Source

ମୃତ୍ୟୁ ହାରରେ ୧୮.୫ ପ୍ରତିଶତ ବୃଦ୍ଧି ହେବାର ଭୟ: 

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଯଦି ଆମେ ଏହି ଅବସ୍ଥାର ସର୍ବନିମ୍ନ ପ୍ରଭାବ ସହିତ ଆକଳନ କରୁ, ତେବେ ମୃତ୍ୟୁହାର ୯।୮ ପ୍ରତିଶତରୁ ୧୮।୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଏହା ପାଞ୍ଚ ମାସରୁ ପାଞ୍ଚ ବର୍ଷ ମଧ୍ୟରେ ଅତିରିକ୍ତ ୨,୫୩,୫୦୦ ଶିଶୁଙ୍କର ମୃତ୍ୟୁ ଘଟିବ। ଏହି ଅବଧିରେ ୧୨,୨୦୦ ମାତୃ ମୃତ୍ୟୁହାର ବୃଦ୍ଧି ପାଇବ। ଯଦି ଆମେ ସବୁଠାରୁ ଖରାପ ପରିସ୍ଥିତିକୁ ବିଚାର କରିବା, ମୃତ୍ୟୁ ୩୯।୩ ରୁ ୫୧।୯ ପ୍ରତିଶତକୁ ମାତୃମୃତ୍ୟୁ ହାର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାଦ୍ୱାରା ୧୧୫୭୦୦୦ ଶିଶୁ ଏବଂ ୫୬୭୦୦ ମା’ଙ୍କ ଅତିରିକ୍ତ ମୃତ୍ୟୁ ହେବାର ସମ୍ଭାବନା ରହିଛି। 

ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ପୁନମ୍ ମୁତ୍ରେଜା କହିଛନ୍ତି ଯେ ଏହି ଅଧ୍ୟୟନ ବାସ୍ତବତାକୁ ପ୍ରତିଫଳିତ କରୁଛି। କୋଭିଡ ସହିତ ଲଢିବା ଆବଶ୍ୟକ। କିନ୍ତୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା କୌଣସି ପରିସ୍ଥିତିରେ ପ୍ରଭାବିତ ହେବା ଉଚିତ ନୁହେଁ। କିନ୍ତୁ ସତ୍ୟ ଏହା ହେଉଛି ଯେ ସେମାନେ ପ୍ରଭାବିତ ହୋଇଛନ୍ତି। ଏଥିପାଇଁ ସରକାର ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବା ଉଚିତ୍। 

About the Author