କୋରୋନାର ତୃତୀୟ ଲହରରେ ବେଶୀ ପ୍ରଭାବିତ ହେବେ ନାହିଁ ଶିଶୁ!

କୋରୋନା ମହାମାରୀର ତୃତୀୟ ଲହର ପ୍ରକୋପକୁ ନେଇ ଆଗୁଆ ସତର୍କ ହୋଇଉଠିଛନ୍ତି ଉଭୟ ରାଜ୍ୟ-କେନ୍ଦ୍ର ସରକାର।

କୋରୋନାର ତୃତୀୟ ଲହରରେ ବେଶୀ ପ୍ରଭାବିତ ହେବେ ନାହିଁ ଶିଶୁ!

ନୂଆଦିଲ୍ଲୀ: ଦେଶରୁ କୋରୋନା ମହାମରୀକୁ ସମୂଳେ ନାଶ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରଖିଛନ୍ତି ଭାରତ ସରକାର। ଏହିକ୍ରମରେ ବ୍ୟାପୀ ଟିକାକରଣକୁ କାର୍ଯ୍ୟକ୍ରମକୁ ଜୋରଦାର କରାଯିବା ସହ ଆଗକୁ ଆସିବାକୁ ଥିବା ଏହି ବିଶ୍ୱ ମହାମାରୀର ତୃତୀୟ ଲହର କବଳରୁ ଲୋକଙ୍କୁ ବଞ୍ଚାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଯାଇଛି। 

ଦ୍ୱିତୀୟ ଲହର (Corona Second Wave) ଯିବା ପରେ ଦେଶକୁ ଆସିବ କୋରୋନା ମହମାରୀର (Corona Pandemic) ତୃତୀୟ ଲହର (Corona Third Wave)। ଏହା ଦ୍ୱାରା ଶିଶୁ (Child) ଅଧିକ ଆକ୍ରାନ୍ତ ହେବେ ବୋଲି  ବିଭିନ୍ନ ଗଣମାଧ୍ୟମରେ ଅନେକ ପ୍ରକାରର ଖବର ପ୍ରସାରିତ ହେଉଛି। ଏପରିକି ଏହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ଜାରି ରହିଛି।   

Also Read: Corona Third Wave: ମୁକାବିଲା ପାଇଁ ଅଣ୍ଟାଭିଡିଲା Ganjam Dist Admin

ହେଲେ ଏ ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଲୁଏଚଓ (World Health Organization-WHO) ଏବଂ ଦିଲ୍ଲୀ ଏମ୍ସ ମେଡିକାଲ (Delhi AIIMS Medical) ପକ୍ଷରୁ କରାଯାଇଥିବା ଗବେଷଣାରୁ ଏକ ଆଶ୍ୱସ୍ତି ପ୍ରଦାନ କରିବା ଭଳି ଖବର ଆସିଛି। ଏହି ଗବେଷଣାରୁ ଜଣାପଡି଼ଛି କୋରୋନା ମହମାରୀର ସାମ୍ଭାବ୍ୟ ତୃତୀୟ ଲହର ପ୍ରଭାବରେ ଶିଶୁ ଅଧିକ ସଂକ୍ରମିତ ହେବାର ସମ୍ଭାବନା ନାହିଁ।  

ଉଭୟ ଡବ୍ଲୁଏଚଓ-ଏମ୍ସ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ବୟସ୍କ ବ୍ୟକ୍ତିଙ୍କ ତୁଳନାରେ ଶିଶୁଙ୍କ କ୍ଷେତ୍ରରେ ସାର୍ସ-ସିଓଭି-୨ (SARS-CoV-2 ) ସେରୋ ପଜିଟିଭିଟି ରେଟ (Sero Positivity Rate) ଅଧିକ ରହିଛି। ଏହି ସର୍ବେକ୍ଷଣ ୫ ରାଜ୍ୟରେ କରାଯାଇଥିଲା। ଯେଉଁଥିରେ ୧୦ ହଜାର ନମୁନା ବ୍ୟବହାର ହୋଇଥିଲା। 

ହେଲେ ତଥାପି କୋରୋନା ମହାମାରୀର ତୃତୀୟ ଲହର ପ୍ରକୋପକୁ ନେଇ ଆଗୁଆ ସତର୍କ ହୋଇଉଠିଛନ୍ତି ଉଭୟ ରାଜ୍ୟ-କେନ୍ଦ୍ର ସରକାର। ଏନେଇ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି ପ୍ରାପ୍ତ ବୟସ୍କ କୋରୋନା ଆକ୍ରାନ୍ତ ଲୋକଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ଆଇଭରମେକ୍ଟିନ (Ivermectin), ହାଇଡ୍ରୋକ୍ସି କ୍ଲୋରୋକୁଇନ୍ (Hydroxy Chloroquine), ଫାଭିପିରାଭିର (Favipiravir) ଏବଂ ଡକ୍ସିସାଇକ୍ଲିନ (Doxycycline), ଆଜିଥ୍ରୋମାଇସିନ (Azithromycin) ଭଳି ଆଣ୍ଟିବାଇଓଟିକ୍ (Antibiotics) ଶିଶୁଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ନୁହେଁ। ଜାତୀୟ ସ୍ତରରେ କୋରୋନା ଆକ୍ରାନ୍ତ ଶିଶୁଙ୍କ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Also Read: Corona Second Wave: ନବଜାତକଙ୍କ ପାଇଁ ବଢିଲା ସମସ୍ୟା

ସରକାରଙ୍କ କହିବା ଅନୁସାରେ ଶିଶୁଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ। ଡାକ୍ତରଖାନାରେ କୋରୋନା ସଂକ୍ରମିତ ଶିଶୁଙ୍କ ପାଇଁ ପୃଥକ ଶଯ୍ୟା ବ୍ୟବସ୍ଥା କରାଯିବା ଆବଶ୍ୟକ। କୋଭିଡ୧୯ ପାଇଁ ଜାରି କରାଯାଇଥିବା ଗାଇଡ୍ ଲାଇନରେ ଏହା ମଧ୍ୟ କୁହାଯାଇଛି କୋଭିଡ ଡାକ୍ତରଖାନା (Covid Hospital) ଠାରେ ପିଲାର ଯତ୍ନ ନେବା ପାଇଁ ଏକ ପୃଥକ କ୍ଷେତ୍ର ସୃଷ୍ଟି କରାଯିବା ଉଚିତ ଯେଉଁଠାରେ ଶିଶୁଙ୍କ ସହ ସେମାନଙ୍କ ପିତାମାତାଙ୍କୁ ଯିବା ଆସିବା କରିବାକୁ ଅନୁମତି ମିଳିପାରିବ।