Trending Photos
)
ଇସଲାମାବାଦ: ସମଗ୍ର ଦୁନିଆ କୋରୋନା ମହାମାରୀ ସହ ଯୁଦ୍ଧ ଲଢୁଛି । ଏହି ସମୟରେ ଚୀନ ନିଜ ବ୍ୟବସାୟୀକ ଲକ୍ଷ୍ୟକୁ ପୁରା କରିବାରେ ଲାଗିଛି । ଖବର ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଛି । ସେଠାକାର ନ୍ୟୁଜ ଚ୍ୟାନେଲ ମୁତାବକ ପାକିସ୍ତାନକୁ ଚୂନା ଲଗାଇଛି ଚୀନ ।
ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଅନୁସାରେ, ପାକିସ୍ତାନରେ ବର୍ତ୍ତମାନ କୋରୋନା ଭୂତାଣୁ ଯୋଗୁଁ ମାସ୍କର ଆବଶ୍ୟକତା ରହିଛି । କିନ୍ତୁ ଚୀନ ନିଜ ବନ୍ଧୁ ପାକିସ୍ତାନକୁ ଏନ-95 ମାସ୍କ ପରିବର୍ତ୍ତେ ଚଡିରେ ତିଆରି ମାସ୍କ ପଠାଇଛି । ଏହି ମାସ୍କ କୋରୋନା ସଂକ୍ରମଣକୁ ରୋକିବାର ସକ୍ଷମ ନୁହେଁ ।
China promised to send top quality N-95 masks to Pakistan. When the consignment landed, Pakistanis found that China had sent masks made of underwear.
Pakistani anchor says “China ne Choona laga diya”. #ChineseVirusCorona pic.twitter.com/3H4Uo151ZJ
— Major Gaurav Arya (Retd) (@majorgauravarya) April 4, 2020
ଅନ୍ୟପକ୍ଷେ ପାକିସ୍ତାନର ହସ୍ପିଟାଲର ଡାକ୍ତର ଓ ମେଡିକାଲ ଷ୍ଟାଫମାନେ ଏହି ମାସ୍କ ପିନ୍ଧିବାକୁ ମନା କରିଦେଇଛନ୍ତି । ଚୀନ ନିଜ ବନ୍ଧୁ ପାକିସ୍ତାନକୁ ହିଁ ମହାମାରୀ ନାଁରେ ଧୋକା ଦେଇଛି । ଏହି ଖବର ପ୍ରସାରଣ ହେବା ପରେ ପାକିସ୍ତାନର ଲୋକମାନେ ଚୀନ ବିରୋଧରେ ମନ୍ତବ୍ୟ ସବୁ ଦେଉଛନ୍ତି ।
ଏହା ପ୍ରଥମ ଥର ନୁହଁ ଯେ ଚୀନ ଏପରି କରୁଛି । ୟୁରୋପର ବହୁ ଦେଶରେ ଚୀନର ମାସ୍କକୁ ନେଇ ବହୁତ ଅଭିଯୋଗ ଆସିଛି । ଏପରି ପରିସ୍ଥିତିରେ ଦୁନିଆରେ ବହୁ ଦେଶ କୋରୋନା ସହ ଲଢୁଛନ୍ତି । ଅନ୍ୟପକ୍ଷେ ଚୀନ ମାସ୍କ ତିଆରି କରି ଏହାକୁ ଦୁନିଆ ସାରା ବିକ୍ରି ରପ୍ତାନି କରିବାର ଯୋଜନା କରୁଛି ।