ୟୁଏନଏସସିରେ କାଶ୍ମୀର ମାମଲା ପାକିସ୍ତାନ ସମର୍ଥନରେ ଆସିଲା ଚୀନ, ମୁହଁତୋଡ ଜବାବ ଦେଲା ଭାରତ
Advertisement

ୟୁଏନଏସସିରେ କାଶ୍ମୀର ମାମଲା ପାକିସ୍ତାନ ସମର୍ଥନରେ ଆସିଲା ଚୀନ, ମୁହଁତୋଡ ଜବାବ ଦେଲା ଭାରତ

କାଶ୍ମୀର ମାମଲାରେ ପାକିସ୍ତାନ ସମର୍ଥନରେ ଆସିଥିବା ଚୀନକୁ ମୁହଁତୋଡ ଜବାବ ଦେଇଛି ଭାରତ।

ୟୁଏନଏସସିରେ କାଶ୍ମୀର ମାମଲା ପାକିସ୍ତାନ ସମର୍ଥନରେ ଆସିଲା ଚୀନ,  ମୁହଁତୋଡ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଚୀନ୍ ପାକିସ୍ତାନକୁ ସମର୍ଥନ ଦେବା ମାଲାରେ ଜବାବ ଦେଇଛି ଭାରତ। ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ଭାରତ ଚୀନ୍‌କୁ ଚେତାବନୀ ଦେଇଛି। ଆମର ଆଭ୍ୟନ୍ତରୀଣ ବ୍ୟାପାରରେ ଚୀନ୍‌ର ହସ୍ତକ୍ଷେପକୁ ଆମେ ଦୃଢ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ। 

ଏ ମାମଲାରେ ଭାରତ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଚୀନ୍‌ର କାର୍ଯ୍ୟକଳାପ ବାବଦରେ ଆମେ ଅବଗତ ଅଛୁ। କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ୟୁଏନଏସସିରେ ଆଲୋଚନା ହୋଇଥିଲା। ଏହା ପ୍ରଥମ ଘଟଣା ନୁହେଁ ଚୀନ୍ ଏହି ପ୍ରସଙ୍ଗ ଉଠାଇଛି, ଯାହା ସମ୍ପୂର୍ଣ୍ଣ ଭାରତର ଆଭ୍ୟନ୍ତରୀଣ ବ୍ୟାପର। ସବୁ ଥର ଏଥର ମଧ୍ୟ ଜମ୍ମୁ କାଶ୍ମୀର ମାମଲାରେ ଚୀନ୍ ଅନ୍ତର୍ଜାତୀୟ ସମର୍ଥନ ପାଇବା ନେଇ ଚଳାଇଥିବା ଉଦ୍ୟମକୁ ପୁନର୍ବାର ବିଫ କରିଛି ଭାରତ।

ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଚୀନ୍ ମାଧ୍ୟମରେ ଏକ ଆନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଚେଷ୍ଟା କରିଥିଲା, ହେଲେ ଜାତିସଂଘର ସୁରକ୍ଷା ପରିଷଦରେ  କିନ୍ତୁ ଜାମ୍ମୁ କାଶ୍ମୀର ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ଏନେଇ କୌଣସି ବଡ ଧରଣର ଚର୍ଚ୍ଚା ହୋଇନଥିଲା ନାଁ ଏ ସମ୍ପର୍କିତ କୌଣସି ନିଷ୍ପତ୍ତି ନିଆଯାଇଥିଲା।

ଏହାପୂର୍ବରୁ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ତିରୁମୂର୍ତ୍ତି ଏକ ଟ୍ୱିଟ କରି କହିଥିଲ, ' ପାକିସ୍ତାନର ଆଉ ଏକ ଉଦ୍ୟମ ବିଫଳ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଏନେଇ ହୋଇଥିବା ଚର୍ଚ୍ଚା ଏକ ଅନୌପଚାରିକ ଆଲୋଚନା ଥିଲା। ହେଲେ ଏହାର କୌଣସି ରେକର୍ଡ ରଖାଯାଇ ନଥିଲା ପ୍ରାୟ ସମସ୍ତ ଦେଶ ଏହା  ସ୍ୱୀକାର କରିଛନ୍ତି ଜାମ୍ମୁ କଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଯେଉଁଥିରେ ଜାତିସଂଘ ସୁରକ୍ଷା ପରିଷଦ ହସ୍ତକ୍ଷେପ କରିବାର କୌଣସି  ଆବଶ୍ୟକତା ନାହିଁ ।

ଜମ୍ମୁ କାଶ୍ମୀରରୁ ୩୭୦  ଧାରା ହଟାଯିବାର ପ୍ରଥମ ବାର୍ଷିକୀରେ ପାକିସ୍ତାନ ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉଠାଇଥିଲା। ବୁଧବାର ସୁରକ୍ଷା ପରିଷଦର ଏକ ଅନୌପଚାରିକ ବୈଠକ ଏହି ମାମଲା ସ୍ଥାନ ପାଇଥିଲା। ଏହି ବୈଠକରେ ଅନେକ ପାଶ୍ଚାତ୍ୟ ଦେଶ  ପାକିସ୍ତାନ ସମର୍ଥନରେ ଚୀନ୍‌ର ପ୍ରସ୍ତାବକୁ ବିରୋଧ କରି ସ୍ପଷ୍ଟ କରିଛନ୍ତି ଜାମ୍ମୁ କାଶ୍ମୀର ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ। ଯାହା ଏପରି ଏକ ଆନ୍ତର୍ଜାତୀୟ ଫୋରମରେ ଉଠାଯିବା ଭଳି ପ୍ରସଙ୍ଗ ନୁହେଁ ।