• IAS ସ୍ତରରେ ଅଦଳବଦଳ କଲେ ରାଜ୍ୟସରକାର
  • OFDCର ଅଧ୍ୟକ୍ଷ ହେଲେ ପ୍ରଦୀପ୍ତ ମହାପାତ୍ର
  • ବଦଳିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ
  • ପରାଗ ଗୁପ୍ତା ସାଧାରଣ ଉଦ୍ୟୋଗ ବିଭାଗ ACS
  • ବିଜୟ ଆରୋରା ହେଲେ ସାଧାରଣ ପ୍ରଶାସନ OSD
  • ସିଂଘୁ ସୀମାରେ ଯୁବକଙ୍କୁ ହତ୍ୟା ଘଟଣା: ୭ ଦିନ ରିମାଣ୍ଡରେ ସରବଜିତ
  • ୮ଦିନ ଭିତରେ ଅଟକିଗଲା ନନ୍ଦନକାନନର ଟୟ ଟ୍ରେନ୍
  • ଚାଲୁଥିବା ସମୟରେ ଲାଗିଯାଇଥିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପର୍ଯ୍ୟଟକ
  • ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ
  • ଚିଠା ବିଜ୍ଞପ୍ତିରେ ପଛୁଆ ବର୍ଗଙ୍କ ପାଇଁ ରହିଛି ୪ ଜିଲ୍ଲା

ଲଦାଖ ସୀମାରେ ଡ୍ରାଗନର ଫମ୍ଫାବାଣ, ଅଷ୍ଟ୍ରେଲିଆକୁ ବି ଦେଲା ପରମାଣୁ ଯୁଦ୍ଧ ଧମକ

ଲଦାଖ ସୀମାରେ ଚକଲେଟ ଆର୍ମୀ ସମରାଭ୍ୟାସ କରି ଭାରତକୁ ଡରାଇବାକୁ ପ୍ରୟାସ ଆରମ୍ଭ କରିଛି। ଜାପାନ ପରେ ଏବେ ଅଷ୍ଟ୍ରେଲିଆକୁ ଦେଉଛି ପରମାଣୁ ଯୁଦ୍ଧ ଧମକ।

ଲଦାଖ ସୀମାରେ ଡ୍ରାଗନର ଫମ୍ଫାବାଣ, ଅଷ୍ଟ୍ରେଲିଆକୁ ବି ଦେଲା ପରମାଣୁ ଯୁଦ୍ଧ ଧମକ
ଫାଇଲ ଫଟୋ

ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନର ସାମରିକ ଶକ୍ତି ପ୍ରଦର୍ଶନ। ଆମେରିକାରେ ଭାରତର ଜୟଧ୍ୱନୀ ଶୁଣି ନିଜ ଭୟ ଲୁଚାଇବାକୁ ପ୍ରୟାସ କରୁଛି ଡ୍ରାଗନ। ଲଦାଖ ସୀମାରେ ଚକଲେଟ ଆର୍ମୀ ସମରାଭ୍ୟାସ କରି ଭାରତକୁ ଡରାଇବାକୁ ପ୍ରୟାସ ଆରମ୍ଭ କରିଛି। ଜାପାନ ପରେ ଏବେ ଅଷ୍ଟ୍ରେଲିଆକୁ ଦେଉଛି ପରମାଣୁ ଯୁଦ୍ଧ ଧମକ।

ଗତ ସପ୍ତାହରେ ହ୍ୱାଇଟ ହାଉସ (White House) ରେ ଚୀନ (China) ର ବିସ୍ତାରବାଦୀ ନୀତି ଓ ଦାଦାଗିରୀକୁ ଜବାବ ଦେବା ପାଇଁ ପ୍ରସ୍ତୁତ ହୋଇଛି ପୂରା ସ୍କ୍ରିପ୍ଟ। ଜିନପିଙ୍ଗର ସବୁ ଚାଲ ଓଲଟପାଲଟ ହୋଇଯାଇଛି। ଚାରିପଟୁ ଘେରାବନ୍ଦୀ ହେବା ପରେ ନିଜକୁ ବଞ୍ଚାଇବା ଏବେ ଚୀନ ପାଇଁ ଚାଲେଞ୍ଜ ହୋଇଛି ।

Also Read: ଦୁର୍ଗା ପୂଜା ପୂର୍ବରୁ ମିଳିଲା ବଡ଼ ଖୁସି ଖବର! ଏସବୁ ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀଙ୍କ ବେତନରେ ହେବ ବୃଦ୍ଧି

ସମୁଦ୍ରରୁ ହିମାଳୟ (Himalaya) ଯାଏ ଜିନପିଙ୍ଗର ପଳାୟନ ରାସ୍ତା ବନ୍ଦ ହୋଇଛି। ଚୀନ ଏବେ ହଟସ୍ପ୍ରିଙ୍ଗ ଅଞ୍ଚଳରେ ୭ଟି ଲୋକେସନରେ କଣ୍ଟେନର ନିର୍ମାଣ ଜାରି ରଖିଛି।  LAC ନିକଟବର୍ତ୍ତୀ ସ୍ଥାନରେ ଯୁଦ୍ଧାଭ୍ୟାସ କରି ଭାରତୀୟ ସେନା (Indian Army) କୁ ଡରାଇବା ପାଇଁ ପ୍ରୟାସ କରୁଛି। LACରେ ୫୦ ହଜାର ସୈନିକଙ୍କୁ ମୁତୟନ କରି ସୀମାରେ ଉତ୍ତେଜନା ବଢ଼ାଇବା ପାଇଁ ଲଗାତାର ଉଦ୍ୟମ ଜାରି ରଖିଛି ଡ୍ରାଗନ।

ଏହାସହିତ ଭାରତର ଫରେନ ଡିପ୍ଲୋମେସୀକୁ ନେଇ ବଢ଼ିଛି ଚୀନର ଚିନ୍ତା। ତାଲିବାନ ସ୍ଥିତିକୁ ନେଇ ସାରା ଦୁନିଆକୁ ଏକାଠି କରିପାରିଥିବା ଭାରତର ରଣନୀତି ଏପରି ଥିଲା ଯେ ଆମେରିକା ବି ପାକିସ୍ତାନକୁ ଚେତାବନୀ ଦେଇଥିଲା। କ୍ୱାଡକୁ ନେଇ ଚୀନ ଏପରି ଭାବରେ ଅସ୍ଥିର ହୋଇପଡ଼ିଛି ଯେ ବିଶ୍ୱକୁ ପରମାଣୁ ଯୁଦ୍ଧ ଧମକ ଦେଉଛି। ପ୍ରଥମେ ଜାପାନକୁ ପରମାଣୁ ଯୁଦ୍ଧ ଧମକ ପରେ ଏବେ ଅଷ୍ଟ୍ରେଲିଆକୁ ମଧ୍ୟ ସମାନ ଧମକ ଦେଇଛି ଚୀନ। ଅଷ୍ଟ୍ରେଲିଆ ଓ ଜାପାନ ନିକଟରେ ପରମାଣୁ ଶକ୍ତି ଦୁର୍ବଳ ରହିଛି ଏଥିପାଇଁ ଚୀନ ଧମକ ଦୋହରାଇ ଚାଲିଛି। 

Also Read: କେରଳରେ ବଢ଼ୁଛି ତାଲିବାନ ସମର୍ଥକଙ୍କ ସଂଖ୍ୟା, ଶିକ୍ଷିତ ମହିଳାମାନଙ୍କୁ କରାଯାଉଛି ଟାର୍ଗେଟ; CPI(M) ର ଡକ୍ୟୁମେଣ୍ଟରୁ ହୋଇଛି ଖୁଲାସା

ଏପଟେ ଭାରତର ଶକ୍ତି ଅଛପା ନଥିବାରୁ ଚୀନ ଚକ୍ରାନ୍ତ କରି ଭାରତର ଜମିକୁ ହଡପ କରିବାକୁ ପ୍ରୟାସ କରୁଛି। ଆମେରିକା ଓ ଭାରତର ମିଳିତ ଶକ୍ତି ଆଗରେ ନତମସ୍ତକ ଚୀନ ଏବେ ଅର୍ଥ ଶକ୍ତି ବଳରେ ସାରା ଦୁନିଆରେ ରାଜ କରିବାକୁ ସ୍ୱପ୍ନ ଦେଖୁଛି। ଦୁନିଆର ୧୪୦ ଦେଶକୁ ଋଣ ଦେଇ ଗୋଲାମ୍ ବନାଇବାକୁ ରଣନୀତି ପ୍ରସ୍ତୁତ କରୁଛି କୁଚକ୍ରୀ ଡ୍ରାଗନ।