ଚୀନକୁ ଆଉ ଏକ ଝଟକା, ଆମେରିକାରେ ଟିକଟକ ବ୍ୟାନ

ଭାରତ ପରେ ଆମେରିକାରେ ବନ୍ଦ ହେଲା ଟିକଟକ। ଭାରତର ପଦାଙ୍କ ଅନୁସରଣ କରୁଛି ଆମେରିକା। ଫଳରେ ଚୀନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଏନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର କହିଛନ୍ତି କି, ସୁରକ୍ଷା ସମ୍ବନ୍ଧିତ ବିପଦକୁ ଦେଖି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। 

ଚୀନକୁ ଆଉ ଏକ ଝଟକା, ଆମେରିକାରେ ଟିକଟକ ବ୍ୟାନ

ନୂଆଦିଲ୍ଲୀ: ଭାରତ ପରେ ଆମେରିକାରେ ବନ୍ଦ ହେଲା ଟିକଟକ। ଭାରତର ପଦାଙ୍କ ଅନୁସରଣ କରୁଛି ଆମେରିକା। ଫଳରେ ଚୀନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଏନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର କହିଛନ୍ତି କି, ସୁରକ୍ଷା ସମ୍ବନ୍ଧିତ ବିପଦକୁ ଦେଖି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। 

ଏୟାରଫୋର୍ସ ଓ୍ୱାନର ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି, ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେ ବ୍ୟାନ କରୁଛୁ। ଯେତେଦୁର ଟିକଟକର କଥା ଉଠୁଛି, ତେବେ ଆମେରିକାରେ ସମ୍ପୂର୍ଣ୍ଣ ଭାବେ ଟିକଟକକୁ ବ୍ୟାନ କରିଦିଆଯାଇଛି। ଭାରତ ପରେ ଆମେରିକାରେ ଚାଇନିଜ ଆପକୁ ବ୍ୟାନ ଜୋର ଧରିଛି। ଆମେରିକାର କିଛି ସାଂସଦ ଓ କିଛି ସରକାରୀ ସଂସ୍ଥା ଟିକଟକ ବିରୋଧରେ ତଥ୍ୟ ଚୋରି ଅଭିଯୋଗ ଆଣିଥିଲେ। ଏହାପରେ ଆମେରିକାରେ ଟିକଟକ ବ୍ୟାନକୁ ନେଇ ଜୋର ଧରିଥିଲା। ତେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକଟକୁ ଆମେରିକାରେ ବ୍ୟାନ କରିଦେଇଥିଲେ। 

ତେବେ ଏହା ପୂର୍ବରୁ ଟ୍ରମ୍ପ କହିଥିଲେ କି, ଆମେମାନେ ଟିକଟକ ଉପରେ ବ୍ୟାନ ଲଗାଇବାକୁ ଯାଉଛି। ଟିକଟକର ବିକଳ୍ପ ଭାବେ ବିଚାର କରୁଛୁ। ତେବେ ସେ କେଉଁ ବିକଳ୍ପ ଉପରେ ଚିନ୍ତା କରୁଛନ୍ତି ବୋଲି ସ୍ପଷ୍ଟ କରିନାହାନ୍ତି। ଆମେରିକାର ଦୁଇ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଥିଲେ କି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେରିକାରେ ଟିକଟକର ପରିଚାଳନାକୁ ବନ୍ଦ କରିବା ପାଇଁ ଟିକଟକର ପ୍ୟାରେଣ୍ଟ କମ୍ପାନୀ ବାଇଟଡାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। 

ସେପଟେ ଟିକଟକକୁ ଆମେରିକା କିଣିବା ନେଇ ଯେଉଁ ଗୁଜବ ସୃଷ୍ଟି ହେଉଥିଲା ତାହାକୁ ଖଣ୍ଡନ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମ ସୃଷ୍ଟିକର୍ତ୍ତା ଏବଂ କଳାକାରମାନଙ୍କ ସମ୍ପ୍ରଦାୟ ସହିତ ମନୋରଞ୍ଜନ ଏବଂ ସଂଯୋଗ ପାଇଁ ଲକ୍ଷ ଲକ୍ଷ ଲୋକ ଟିକଟୋକ ପରିଦର୍ଶନ କରନ୍ତି |ତେବେ ତଥ୍ୟ ଚୋରି ଅଭିଯୋଗକୁ ଭୁଲ ପ୍ରମାଣ କରିବାକୁ ଟିକଟକ ପ୍ରୟାସ କରୁଛି ଏପରିକି ଟିକଟକ ଚୀନ୍ ଉପରେ ଗୁପ୍ତଚର କରୁନାହିଁ ବୋଲି ମଧ୍ୟ ସୂଚନା ପ୍ରଦାନ କରୁଛି। 

ନିକଟରେ ଟିକଟକ ସିଇଓ କେଭିନ ମେୟର କହିଛନ୍ତି ଯେ ଟିକଟକ ସ୍ୱଚ୍ଛତା ପାଇଁ ପ୍ରତିବଦ୍ଧ। ସେ କହିଥିଲେ, 'ଆମର କୌଣସି ରାଜନୈତିକ ସମ୍ପର୍କ ନାହିଁ। ଆମେ ରାଜନୈତିକ ବିଜ୍ଞାପନ ଗ୍ରହଣ କରୁନାହୁଁ ଏବଂ ଆମର କୌଣସି ଏଜେଣ୍ଡା ନାହିଁ। ସମସ୍ତଙ୍କର ଉପଭୋଗ ପାଇଁ ଏହା ଏକ ମାଧ୍ୟମ। ଗତିଶୀଳ ପ୍ଲାଟଫର୍ମ ଯୋଗାଇବା ଆମର ଏକମାତ୍ର ଲକ୍ଷ୍ୟ | ଆଜି ଟିକଟକ ହେଉଛି ସବୁଠାରୁ ବଡ ଲକ୍ଷ୍ୟ, କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଆମେ କାହାର ଶତ୍ରୁ ନୁହଁନ୍ତି।