କୋରୋନା ସଙ୍କଟରେ ସହାୟତାର ହାତ ବଢ଼ାଇଲା ଚୀନ, ଭାରତକୁ ପଠାଇଲା ୬ ଲକ୍ଷ ୫୦ ହଜାର ମେଡିକାଲ କିଟ୍
Advertisement
Article Detail0/zeeodisha/odisha668586

କୋରୋନା ସଙ୍କଟରେ ସହାୟତାର ହାତ ବଢ଼ାଇଲା ଚୀନ, ଭାରତକୁ ପଠାଇଲା ୬ ଲକ୍ଷ ୫୦ ହଜାର ମେଡିକାଲ କିଟ୍

ଚାଇନାରେ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶରୀ ସୂଚନା ଦେଇଛନ୍ତି ଯେ ରାପିଡ ଆଣ୍ଟିବଡି  କିଟ୍ ଓ ଆରଏନଏ ନିଷ୍କାସନ କିଟ୍ ସମେତ ମୋଟ ୬,୫୦,୦୦୦ କିଟ୍ ଆଜି ଗୁଆନଝୋଉ ବିମାନବନ୍ଦରରୁ ଭାରତକୁ ପଠାଯାଇଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା ଭାଇରସ୍ ସଂକ୍ରମଣ ଭାରତରେ ପ୍ରତିଦିନ ବ୍ୟାପିଥିବାର ଦେଖାଯାଉଛି । ସଂକ୍ରମଣକୁ ରୋକିବା ପାଇଁ ଭାରତ ୨୧ ଦିନର ଲକଡାଉନକୁ ମେ ୩ ଯାଏ ବୃଦ୍ଧି କରିଛି । ଦେଶରେ କୋରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା 12 ହଜାର ଅତିକ୍ରମ କରିଥିବାବେଳେ 400ରୁ ଅଧିକ ମୃତ୍ୟୁ ଘଟିଛି । ଡାକ୍ତରଖାନାଗୁଡ଼ିକରେ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ମଧ୍ୟରେ କୋରୋନା ସଂକ୍ରମଣ ବ୍ୟାପୁଛି । ତେବେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସତର୍କ ପଦକ୍ଷେପ ନେଉଛନ୍ତି । ଦେଶରେ ରାପିଡ୍ ଆଣ୍ଟିବଡି କିଟ୍, ପିପିଇ କିଟର ଅଭାବକୁ ଦୃଷ୍ଟିରେ ରଖି ଚୀନ୍ ସାହାଯ୍ୟର ହାତ ବଢ଼ାଇଛି । ପ୍ରାୟ ସାଢ଼େ ୬  ଲକ୍ଷ କିଟ୍ ଭାରତକୁ ପଠାଯାଉଛି ।

ଚାଇନାରେ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶରୀ ସୂଚନା ଦେଇଛନ୍ତି ଯେ ରାପିଡ ଆଣ୍ଟିବଡି  କିଟ୍ ଓ ଆରଏନଏ ନିଷ୍କାସନ କିଟ୍ ସମେତ ମୋଟ ୬,୫୦,୦୦୦ କିଟ୍ ଆଜି ଗୁଆନଝୋଉ ବିମାନବନ୍ଦରରୁ ଭାରତକୁ ପଠାଯାଇଛି ।

ଅନ୍ୟପକ୍ଷେ ସର୍ବଶେଷ ତଥ୍ୟ ଅନୁଯାୟୀ, ଭାରତରେ କୋରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୧୨,୩୮୦ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୪୧ଟି ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏବଂ ୩୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କୋରୋନା କାରଣରୁ ଏପର୍ଯ୍ୟନ୍ତ ୪୧୪ ଜଣଙ୍କର ମୃତ୍ୟୁ ଘଟିଛି, ଯଦିଓ ୧୪୮୯ କୋରୋନା ରୋଗୀ ମଧ୍ୟ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।

;