LACରେ ହେଲିକପ୍ଟରର ଗତିବିଧି ବଢ଼ାଇଲା ଚୀନ

ଏଠାରେ କହି ରଖୁଛୁ ଯେ, ଚୀନ୍‌ର ହୁଟାନ୍ ଓ ଗଲଗୁନ୍ସା ବେସ୍ ଉପରେ ମଧ୍ୟ ଭାରତ ନଜର ରଖିଛି । ଚୀନର ପ୍ରତ୍ୟେକ ଗତିବିଧି ଉପରେ ଧ୍ୟାନ ଦେଉଛି ।  

LACରେ ହେଲିକପ୍ଟରର ଗତିବିଧି ବଢ଼ାଇଲା ଚୀନ

ନୂଆଦିଲ୍ଲୀ: ଲଦାଖ ଅଞ୍ଚଳରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି । ଆଲୋଚନା ମାଧ୍ୟମରେ ଏହାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ଜୁନ୍ ୬ରେ ଅନୁଷ୍ଠିତ ହୋଇଥିବା ବୈଠକରେ କୌଣସି ଠୋସ୍ ଫଳାଫଳ ବାହାରି ନଥିଲା । କିନ୍ତୁ ଏହି ସମୟ ମଧ୍ୟରେ ଚୀନ୍ ପୁଣି ଥରେ ସୀମାରେ ନିଜର ଗତିବିଧି ବଢ଼ାଇ ଦେଇଛି । ମିଳିତ ସୂଚନା ମୁତାବକ, ପୂର୍ବ ଲଦାଖ ଚାରିପାଖରେ ଭାରତ ସୀମା ନିକଟରେ ଚୀନ୍ ହେଲିକପ୍ଟରର ଗତିବିଧିକୁ ତୀବ୍ର କରିଛି ।

ସୂଚନାନୁସାରେ, ଏହି ହେଲିକପ୍ଟରଗୁଡ଼ିକ ଲଦାଖ ନିକଟରେ ଏକତ୍ରିତ ହୋଇଥିବା ଚୀନ୍ ସୈନିକମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟବହୃତ ହେଉଛି । ଗତ ୮-୧୦ ଦିନ ଧରି ସୀମାର ଉଭୟ ପାର୍ଶ୍ୱ ଅଶାନ୍ତ ଥିବାର ଦେଖାଦେଇଛି । ଏଭଳି ପରିସ୍ଥିତିରେ ଚୀନ୍ କ୍ରମାଗତ ଭାବରେ ନିଜର ଶକ୍ତି ବଢ଼ାଉଥିବା ପରି ମନେ ହେଉଛି ।

ଆଜିକାଲି ଚୀନ ତରଫରୁ ହେଲିକପ୍ଟରର ବ୍ୟବହାର ପେଟ୍ରୋଲିଂ, ସାମଗ୍ରୀ ଯୋଗାଣ ପାଇଁ ବ୍ୟବହାର କରାଯାଉଛି । କିନ୍ତୁ ବର୍ତ୍ତମାନ ଏହି ହେଲିକପ୍ଟର ଭାରତ ସୀମାରେ ଉଡୁଛି । ଏହା ବ୍ୟତୀତ ଚୀନ୍ ଆର୍ମି ପିଏଲଏର ଯୁଦ୍ଧ ବିମାନ ମଧ୍ୟ ପୂର୍ବ ଲଦାଖ ନିକଟରେ LACରେ ଉଡୁଥିବା ଦେଖିବାକୁ ମିଳିଛି ।

ଏଠାରେ କହି ରଖୁଛୁ ଯେ, ଚୀନ୍‌ର ହୁଟାନ୍ ଓ ଗଲଗୁନ୍ସା ବେସ୍ ଉପରେ ମଧ୍ୟ ଭାରତ ନଜର ରଖିଛି । ଚୀନର ପ୍ରତ୍ୟେକ ଗତିବିଧି ଉପରେ ଧ୍ୟାନ ଦେଉଛି ।