କୋଇଲା ଅଭାବ ହେତୁ ଚୀନ୍ ମଧ୍ୟ ବର୍ତ୍ତମାନ ସମୟରେ ଏକ ଜବରଦସ୍ତ ଶକ୍ତି ସଙ୍କଟ ଦେଇ ଗତି କରୁଛି।
Trending Photos
ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇପାରେ ବିଜୁଳି ସଂକଟ। ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଆବଶ୍ୟକୀୟ ପରିମାଣର କୋଇଲା ମହଜୁଦ ନାହିଁ। ଯାହାର ଫଳ ସ୍ୱରୂପ ବିଜୁଳି ଉତ୍ପାଦନ ପ୍ରଭାବିତ ହୋଇଛି। ଗତ ୭ ତାରିଖରେ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ପକ୍ଷରୁ ଦେଶର ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ କେତେ ପରିମାଣର କୋଇଲା ଉପଲବ୍ଧ ରହିଛି ତାହାର ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ ଦେଶର ମୋଟ ୧୩୫ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ୧୧୦ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର କୋଇଲା ନାହିଁ।
କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ (Central Electricity Authority) ସିଇଏ (CEA) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର ମୋଟ ୧୩୫ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ (Power Plant) ଯେତିକି ପରିମାଣର କୋଇଲା (Coal) ମହଜୁଦ ରହିବା କଥା ତାହା ସେତିକି ପରିମାଣରେ ନାହିଁ। ଆବଶ୍ୟକ ପରିମାଣ ଅନୁସାରେ କେବଳ ୧୯ ପ୍ରତିଶତ ଉପଲବ୍ଧ ରହିଛି। ସେହିପରି ୧୬ ପାୱର ପ୍ଲାଣ୍ଟରେ ଦିନକ ପାଇଁ ଏବଂ ୩୦ଟି ଉତ୍ପାଦନ କେନ୍ଦ୍ରରେ ଗୋଟିଏ ଦିନର କୋଇଲା ମହଜୁଦ ରହିଛି।
Also Read: Delhi ଉପରେ ବିଦ୍ୟୁତ ସଙ୍କଟ ବିପଦ; କେନ୍ଦ୍ରର ସହାୟତା ଲୋଡିଲା ରାଜ୍ୟ
୧୮ ପାୱାର ପ୍ଲାଣ୍ଟରେ କେବଳ ୨, ୧୯ ପାୱାର ପ୍ଲାଣ୍ଟରେ ୩ ଏବଂ ୯ ପାୱାର ପ୍ଲାଣ୍ଟରେ ୪ ଦିନର କୋଇଲା ଉପଲବ୍ଧ ରହିଥିଲା। ଦେଶର ୬ଟି ପାୱାର ପ୍ଲାଣ୍ଟରେ ୫ ଏବଂ ୧୦ଟି ପ୍ଲାଣ୍ଟରେ ୬ ଦିନର କୋଇଲା ମହଜୁଦ ରହିଛି। କେବଳ ଦେଶର ଗୋଟିଏ ପାୱର ପ୍ଲାଣ୍ଟରେ ୭ ଦିନ ଏବଂ ଅନ୍ୟ ଏକ ପ୍ଲାଣ୍ଟରେ ୮ ଦିନର କୋଇଲା ଉପଲବ୍ଧ ରହିଥବା ଦେଖାଯାଇଥିଲା।
ରିପୋର୍ଟ ଅନୁଯାୟୀ ୧୧୦ ପାୱାର ପ୍ଲାଣ୍ଟ ମଧ୍ୟରୁ ଯେଉଁଠାରେ କୋଇଲା ଉପଲବ୍ଧତାର ପରିମାଣ ସ୍ୱାଭାବିକ ଠାରୁ କମ୍ ବୋଲି ଜଣାପଡିଛି। ଏପରି ୧୦ ପ୍ଲାଣ୍ଟ ରହିଛି ଯେଉଁମାନେ ପୁରୁଣା ବିଲ୍ ଦେଇନାହାଁନ୍ତି। ଏହି କାରଣରୁ ସେମାନଙ୍କ ପାଇଁ କୋଇଲା ଯୋଗାଣକୁ ବନ୍ଦ କରାଯାଇଛି। ଏହା ବ୍ୟତୀତ ଏପରି ୫୭ ପ୍ଲାଣ୍ଟ ରହିଛି ଯେଉଁମାନେ ଉପଯୁକ୍ତ ସମୟରେ ସେମାନଙ୍କ ପୂର୍ଣ୍ଣ ଦେୟ ପ୍ରଦାନ କରିଛନ୍ତି। ଏହା ସତ୍ତ୍ୱେ କୋଲ ଇଣ୍ଡିଆ (Coal India) ଭଳି ରାଷ୍ଟ୍ରୀୟ ଉଦ୍ୟୋଗର ସହଯୋଗୀ CCL, WCL, MCL, SECL, SSCL ଭଳି କମ୍ପାନୀ ଦେୟ ପରେ ମଧ୍ୟ ସ୍ୱଳ୍ପ ଯୋଗାଣ କରିଥିଲେ।
ରିପୋର୍ଟରେ ଏପରି ୧୨ ପ୍ଲାଣ୍ଟ ମିଳିଛି ଯେଉଁମାନେ କମ୍ ପରିମାଣରେ ଦେୟ ପ୍ରଦାନ କରିଥିଲେ। ସେମାନଙ୍କ କୋଇଲା ଯୋଗାଣ ମଧ୍ୟ ହ୍ରାସ କରାଯାଇଥିଲା। ବଳକା ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ବୈଷୟିକ କିମ୍ବା ପରିବହନରେ ସମସ୍ୟା ହେତୁ କୋଇଲା ଅଭାବ ରହୁଛି।
Also Read: ଚୀନ ଭଳି ଦେଶରେ ହୋଇପାରେ ବିଦ୍ୟୁତ ସଂକଟ; ମୁକାବିଲା ପାଇଁ ସଜାଗ କେନ୍ଦ୍ର ସରକାର
କୋଇଲା ଅଭାବ ହେତୁ ଚୀନ୍ (China) ମଧ୍ୟ ବର୍ତ୍ତମାନ ସମୟରେ ଏକ ଜବରଦସ୍ତ ଶକ୍ତି ସଙ୍କଟ ଦେଇ ଗତି କରୁଛି। ସେଠାରେ ଥିବା ଅଧିକାଂଶ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର (Chinese Power Plant) କୋଇଲା ଉପରେ ଚାଲିଥାଏ। ଯାହାର ଯୋଗାଣ ଅଷ୍ଟ୍ରେଲିଆ (Australia) କରୁଥିଲା। ବର୍ତ୍ତମାନ ବିଭିନ୍ନ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ମତଭେଦ ଦେଖାଦେଇଛି। ଏହା ପରେ ଚୀନ୍ ଅଷ୍ଟ୍ରେଲିଆରୁ କୋଇଲା କିଣିବା ବନ୍ଦ କରି ଦେଇଛି। ଏହି କାରଣରୁ ସେଠାରେ ବିଦ୍ୟୁତ୍ ସଙ୍କଟ ଦେଖାଦେଇଛି।