• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

India-China Skirmish: ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ଡ୍ରାଗନର ନୂଆ ପ୍ଲାନ

India-China Skirmish: ଏପରି କହିବାର କାରଣ ହେଉଛି ଯେ ଆଜିକାଲି ବ୍ରହ୍ମପୁତ୍ର(Brahmaputra) ନଦୀରେ ଗତିବିଧି ବୃଦ୍ଧି ପାଇଛି । ତାହା କେବଳ ପ୍ରକୃତିର ପ୍ରକୋପ ହୋଇ ନପାରେ । ଏହା ଚୀନ୍‌ର ଏକ ଷଡଯନ୍ତ୍ର । ଏହା ହେଉଛି ଚୀନର ଏକ ପ୍ରମୁଖ ଅସ୍ତ୍ର ।

India-China Skirmish: ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ଡ୍ରାଗନର ନୂଆ ପ୍ଲାନ

ତମାଲ ବାକଚି, ନୂଆଦିଲ୍ଲୀ: ଗୋଟିଏ ପଟେ ଚାଇନା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC)ରେ ଭାରତ ବିରୋଧରେ ଷଡଯନ୍ତ୍ର କରିବାରେ ଲାଗିଛି । ଅନ୍ୟପଟେ ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ନୂଆ ନୂଆ ପ୍ଲାନ ମଧ୍ୟ କରାଯାଉଛି । ବର୍ତ୍ତମାନ ଚୀନ(China) ବ୍ରହ୍ମପୁତ୍ର ନଦୀକୁ ନିଜର ଅସ୍ତ୍ର କରିଛି ଚୀନ । ଯାହା ମାଧ୍ୟମରେ ଭାରତକୁ ଆଘାତ କରିବାକୁ ଚାହୁଁଛି ଡ୍ରାଗନ୍ । ତେବେ ଏହି ସବୁ ଯୋଜନା ପ୍ରତି ଭାରତ ମଧ୍ୟ କଡ଼ା ନଜର ରଖିଛି ।

ଏପରି କହିବାର କାରଣ ହେଉଛି ଯେ ଆଜିକାଲି ବ୍ରହ୍ମପୁତ୍ର(Brahmaputra) ନଦୀରେ ଗତିବିଧି ବୃଦ୍ଧି ପାଇଛି । ତାହା କେବଳ ପ୍ରକୃତିର ପ୍ରକୋପ ହୋଇ ନପାରେ । ଏହା ଚୀନ୍‌ର ଏକ ଷଡଯନ୍ତ୍ର । ଏହା ହେଉଛି ଚୀନର ଏକ ପ୍ରମୁଖ ଅସ୍ତ୍ର । ଯେଉଁଥିରୁ ସେ ଯେତେ ଚାହିଁଲେ ଜଳ ଛାଡି ପଡୋଶୀମାନଙ୍କୁ ବିନାଶ ମୂଖରେ ଆଣି ଛିଡ଼ା କରିଦେଇପାରେ । 

ପ୍ରତିବର୍ଷ ବ୍ରହ୍ମପୁତ୍ର ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥାଏ । ଚୀନ ପ୍ରାୟୋଜିତ ଏହି ବନ୍ୟାରେ ହଜାର ହଜାର ଲୋକଙ୍କ ଘର ନଷ୍ଟ ହୋଇଯାଇଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନକୁ ଦାୟୀ କରାଯାଅ, କିନ୍ତୁ ପ୍ରକୃତ ଦୋଷୀ ହେଉଛି ଚୀନ୍ । ବ୍ରହ୍ମପୁତ୍ର ନଦୀ ଚୀନ୍ ଦ୍ୱାରା ନିୟନ୍ତ୍ରିତ ହୋଇଥିବାରୁ ଏହା ତିବ୍ଦତରୁ ପ୍ରବାହିତ ହୋଇ ଅରୁଣାଚଳ ପ୍ରଦେଶ ଏବଂ ଆସାମ ଦେଇ ଉତ୍ତର ପୂର୍ବରେ ପହଞ୍ଚିଛି । ଚୀନ୍ ବ୍ରହ୍ମପୁତ୍ର ଉପରେ ଅନେକ ବନ୍ଧ ନିର୍ମାଣ କରି ଭାରତକୁ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଚୀନର ଏହି ପଦକ୍ଷେପକୁ ଭାରତ ଭଲ ଭାବେ ବୁଝିଛି । ଏହି ମୋର୍ଚ୍ଚାରେ ମଧ୍ୟ ନିଜର ଶକ୍ତି ବୃଦ୍ଧି କରିବାକୁ ଭାରତ ଚେଷ୍ଟା କରୁଛି ।

ନିକଟ ଅତୀତରେ ଚୀନ ଦ୍ରୁତ ଗତିରେ ବନ୍ଧ ନିର୍ମାଣ କରିଛି । ଏକ ଆକଳନ ଅନୁଯାୟୀ ସେଠାରେ ୮୦ ହଜାରରୁ ଅଧିକ ଡ୍ୟାମ୍ ଅଛି । ସେ ନା କେବଳ ଡ୍ୟାମରୁ ଜଳ ଛାଡି ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି  ବରଂ ଆବଶ୍ୟକ ସମୟରେ ଜଳ ବନ୍ଦ କରି ମରୁଡ଼ି ପରି ପରିସ୍ଥିତି ସୃଷ୍ଟି କରୁଛି ।