ଆମେରିକା ଉପସ୍ଥିତିକୁ ବିରୋଧ,ପୂର୍ବ ଚୀନ ସାଗରରେ ଗର୍ଜିଲା ଚୀନ ଯୁଦ୍ଧ ଜାହଜ-ଆଣ୍ଟିସବମେରିନ ବିମାନ
Advertisement
Article Detail0/zeeodisha/odisha749692

ଆମେରିକା ଉପସ୍ଥିତିକୁ ବିରୋଧ,ପୂର୍ବ ଚୀନ ସାଗରରେ ଗର୍ଜିଲା ଚୀନ ଯୁଦ୍ଧ ଜାହଜ-ଆଣ୍ଟିସବମେରିନ ବିମାନ

ହିମାଳୟ ପାର୍ବତ୍ୟାଞ୍ଚଳରେ ଭାରତ ଠାରୁ ମାତ୍ ଖାଇବା ପରେ ଏବେ ପୂର୍ବ ଚୀନ ସାଗରରେ ଦବଦବା ଜାହିର କରିବାକୁ ପ୍ରୟାସ ଆରମ୍ଭ କରିଦେଇଛି ଚୀନ । ଏହି କ୍ରମରେ ତାଇୱାନ ଆସୁଥିବା ଆମେରିକା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ସମରାଭ୍ୟାସ ଆରମ୍ଭ କରିଦେଇଛି ।

ଆମେରିକା ଉପସ୍ଥିତିକୁ ବିରୋଧ,ପୂର୍ବ ଚୀନ ସାଗରରେ ଗର୍ଜିଲା ଚୀନ ଯୁଦ୍ଧ ଜାହଜ-ଆଣ୍ଟିସବମେରିନ ବିମାନ

ନୂଆଦିଲ୍ଲୀ: ହିମାଳୟ ପାର୍ବତ୍ୟାଞ୍ଚଳରେ (Himalayan Mountain Area) ଭାରତ (India) ଠାରୁ ମାତ୍ ଖାଇବା ପରେ ଏବେ ପୂର୍ବ ଚୀନ ସାଗରରେ (East China Sea) ଦବଦବା ଜାହିର କରିବାକୁ ପ୍ରୟାସ ଆରମ୍ଭ କରିଦେଇଛି ଚୀନ(China)। ଏହି କ୍ରମରେ ତାଇୱାନ (Taiwan) ଆସୁଥିବା ଆମେରିକା ମନ୍ତ୍ରୀଙ୍କ (American Minister) ଗସ୍ତକୁ ବିରୋଧ କରି ସମରାଭ୍ୟାସ ଆରମ୍ଭ କରିଦେଇଛି ଚୀନ ।

ତାଇୱାନରେ ଆମେରିକାର ଉପସ୍ଥିତିକୁ ବିରୋଧ କରି ଏବେ ବାକ୍ୟ ବଦଳରେ ଏବେ ହତିଆର ଉଠାଇଛି ଚୀନ । ପୂର୍ବରୁ ତାଇୱାନ ପ୍ରସଙ୍ଗକୁ କେନ୍ଦ୍ରକରି ଅନେକ ଥର ଆମେରିକା-ଚୀନ (America-China) ମଧ୍ୟରେ ବାକ୍ୟଯୁଦ୍ଧ (Talk War) ଜାରିରହିଛି । 

ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ତାଇୱାନ ଗସ୍ତରେ ଥିବା ଆମେରିକା ଉପବିଦେଶ ମନ୍ତ୍ରୀ କ୍ରିଥ କେଚଙ୍କ (US Deputy Secretary of State Chris Keith) କାର୍ଯ୍ୟକ୍ରମକୁ ନେଇ ଚିନ୍ତିତ ହୋଇପଡିଥିବା ଚୀନ, ଦେଶର ପୂର୍ବ ଉପକୂଳରେ (East Coast) ସମରାଭ୍ୟାସ (Military Drill) କରିବାକୁ ନିଷ୍ପତ୍ତି ନେଇଥିଲା । ଯାହା ସକାଳ ୮ଟାରୁ ଆରମ୍ଭ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବାର ଥିଲା।  

fallback

ତାଇୱାନ-ଆମେରିକା(Taiwan-America) ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦିନକୁ ଦିନ ମଜବୁତ ହେବାରେ ଲାଗିଥିବା ଦେଖି ଚୀନର ସମସ୍ୟା ବଢିବାରେ ଲାଗିଛି । ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ (Pacific Ocean Region) ଉତ୍ତର କୋରିଆକୁ (North Korea) ଛାଡି ଦେଲେ ଚୀନର କୌଣସି ସହଯୋଗୀ ନାହାଁନ୍ତି । ଅନ୍ୟପଟେ ଆମେରିକା ତାଇୱାନ ସମେତ ଜାପାନ (Japan), ଦକ୍ଷିଣ କୋରିଆ(South Korea) ଆଦି ଦେଶ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରି ଏହି ଭୌଗୋଳିକ କ୍ଷେତ୍ରରେ ସାମରିକ ଉପସ୍ଥିତିକୁ ବଢାଇବାରେ ଲାଗିଛି।

ଚୀନ ପଟୁ ସୁରକ୍ଷା ଜନିତ ବିପଦ ଆଶଙ୍କାରେ ଆମେରିକା ସହ ସାମରିକ ସହଯୋଗକୁ ବଢାଇବାରେ ଲାଗିଛି ଆମେରିକା । ଏହି କ୍ରମରେ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଦ୍ୱୀପ ରାଷ୍ଟ୍ର ତାଇୱାନର (Island Nation Taiwan) ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଲାଗି କ୍ଷେପଣାସ୍ତ୍ର(Missile) ସହ ଡ୍ରୋନ (Drone) ପ୍ରଦାନ କରିବ ଆମେରିକା ।  

ଜୁଲାଇ ଶେଷରୁ ଏପର୍ଯ୍ୟନ୍ତ ଦେଶର ସୀମାକୁ ଲାଗି ୪ଟି ସାମୁଦ୍ରିକ କ୍ଷେତ୍ରରେ ୩୦ରୁ ଅଧିକ ନୌସମରାଭ୍ୟାସ (Naval Exercise) କରିସାରିଲାଣି ଚୀନ। ତାଇୱାନରେ ଆମେରିକା ଉପସ୍ଥିତିକୁ ବିରୋଧ କରିବା ସହ ଚୀନ ପକ୍ଷରୁ କୁହାଯାଇଛି ଦେଶର ସୁରକ୍ଷା, ତାଇୱାନରେ ବିଚ୍ଛିନତାବାଦୀ ଶକ୍ତିକୁ ଜବାବ ଦେବା ଲାଗି ଆବଶ୍ୟକ ପଡିଲେ ସାମରିକ ହସ୍ତକ୍ଷେପ (Military intervention) କରାଯିବ।  

ବିଗତ ୨ ମାସ ମଧ୍ୟରେ ଚୀନର ପିପୁଲ୍ସ ଲିବରେସନ ଆର୍ମୀ-ପିଏଲଏ(PLA-Peoples Liberation Army) ଦେଶର ସୀମାକୁ ଲାଗିଥିବା ୪ଟି ସାମୁଦ୍ରିକ କ୍ଷେତ୍ର ଯଥା ବୋହାଇ ସାଗର(Bohai Sea), ୟେଲୋ ସି(Yellow Sea), ପୂର୍ବ-ଦକ୍ଷିଣ ଚୀନ ସାଗର(East-South China Sea) କ୍ଷେତ୍ରରେ ଉପସ୍ଥିତିକୁ ମଜବୁତ କରିଛି।

କେବଳ ଜଳଭାଗ ନୁହେଁ ଆକାଶ ମାର୍ଗ ମଧ୍ୟରେ ମଧ୍ୟ ନିଜର ଉପସ୍ଥିତି ଜାହିର କରିବାକୁ ପଛଘୁଞ୍ଚା ଦେଇନାହିଁ ଚୀନ। ଏପରିକି ତାଇୱାନ ବାୟୁ ସୀମା (Taiwan Air Space) ମଧ୍ୟରେ ଆଣ୍ଟି ସବମେରିନ (Anti Submarine) ବିମାନ ଉଡାଇଛି ଚୀନ । ଏ ଘଟଣା ବାବଦରେ ଅବଗତ ହେବା ପରେ ତାଇୱାନ ବାୟୁସେନା (Taiwan Air Force) ପକ୍ଷରୁ ରେଡିଓ ୱାର୍ଣ୍ଣିଂ (Radio Warning) ଚେତାବନୀ ଦିଆଯିବା ପର୍ଯ୍ୟନ୍ତ ଉଡାଣ ଜାରି ରଖିଥିଲା ଚୀନ ବିମାନ। 

fallback

ଏନେଇ ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପିଏଲଏ ପକ୍ଷରୁ ଶାନକ୍ସି ୱାଇ-୮ ଆଣ୍ଟି ସବମେରିନ(Shaanxi Y-8 Anti Submarine) ବିମାନ ତାଇୱାନର ଦକ୍ଷିଣ-ପଶ୍ଚିମ ଭାଗରେ ଉଡାଣ ଭରିଥିଲା ।  ହେଲେ ଏହି ବିମାନ ତାଇୱାନ ବାୟୁସେନା ନଜର ରଖିଥିବା ଚୀନ ପକ୍ଷରୁ କୁହାଯାଇଛି।  

ୱାନ ଚାଇନ ପଲିସି (One China Policy) ଆଧାରରେ ଚୀନ ତାଇୱାନ ଛାଡି ତିବ୍ଦତ (Tibet), ଇନର ମଙ୍ଗୋଲିଆ (Inner Mongolia) ଆଦି କ୍ଷେତ୍ରକୁ ବଳ ପୂର୍ବକ ଦଖଲ କରି କରିଛି । ଚୀନର ଏହି ସାମ୍ରାଜ୍ୟବାଦୀ ନୀତିକୁ ଜବାବ ଦେବା ଲାଗି ଆମେରିକା ବିଭିନ୍ନ କ୍ଷେତ୍ରରେ ପ୍ରୟାସ ଜାରି ରଖିଛି ।