ଏକାସାଙ୍ଗରେ ଚୀନ ଓ ପାକିସ୍ଥାନ ପାଇଁ ଆସିଲା ଖରାପ ଖବର, ଉଭୟ ଦେଶ ଉପରେ ମାଡ଼ି ଆସୁଛି ବଡ଼ ସଙ୍କଟ
X

ଏକାସାଙ୍ଗରେ ଚୀନ ଓ ପାକିସ୍ଥାନ ପାଇଁ ଆସିଲା ଖରାପ ଖବର, ଉଭୟ ଦେଶ ଉପରେ ମାଡ଼ି ଆସୁଛି ବଡ଼ ସଙ୍କଟ

SAFE ର ଡେପୁଟି ଡାଇରେକ୍ଟର ତଥା ମୁଖପାତ୍ର ୱାଙ୍ଗ ଚୁନିଙ୍ଗ (SAFE Deputy Director and Spokesperson Wang Chunying) କହିଛନ୍ତି ଯେ ସେପ୍ଟେମ୍ବରରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ଯେଉଁ କମି ଆସିଛି, ତାହା ମୁଦ୍ରା ଟ୍ରାନ୍ସଲେଶନ ଓ ସମ୍ପତ୍ତି ମୂଲ୍ୟରେ ପରିବର୍ତ୍ତନର ମିଶ୍ରିତ ପ୍ରଭାବ ଯୋଗୁଁ ହୋଇଛି । 

ଏକାସାଙ୍ଗରେ ଚୀନ ଓ ପାକିସ୍ଥାନ ପାଇଁ ଆସିଲା ଖରାପ ଖବର, ଉଭୟ ଦେଶ ଉପରେ ମାଡ଼ି ଆସୁଛି ବଡ଼ ସଙ୍କଟ

ବେଜିଂ / ନୂଆଦିଲ୍ଲୀ: ଚାଇନାର ବୈଦେଶିକ ମୁଦ୍ରା ଭଣ୍ଡାର (Chinese foreign exchange reserves) ହେଉଛି ବିଶ୍ୱର ବୃହତ୍ତମ ମୁଦ୍ରା ଭଣ୍ଡାର, ଯାହା ଚଳିତ ବର୍ଷ ସେପ୍ଟେମ୍ବରରେ ୩.୨୦୦୬ ଲକ୍ଷ କୋଟି ଡଲାରକୁ ଖସି ଆସିଛି । ଏକ ମାସ ପୂର୍ବେ ତୁଳନାରେ ଚାଇନାର ବୈଦେଶିକ ମୁଦ୍ରା ଭଣ୍ଡାରରେ ୩୧.୫ ବିଲିୟନ ଡ଼ଲାରର ହ୍ରାସ ରେକର୍ଡ କରାଯାଇଛି । ଷ୍ଟେଟ୍ ଅଡମିନିଷ୍ଟ୍ରେନ ଅଫ୍ ଫୋରେନ୍ ଏକ୍ସଚେଞ୍ଜ (SAFE) କହିଛି ଯେ ବୈଦେଶିକ ମୁଦ୍ରା ଭଣ୍ଡାରରେ ୦.୯୭ ପ୍ରତିଶତ ହ୍ରାସ ପାଇଛି ।

SAFE ର ଡେପୁଟି ଡାଇରେକ୍ଟର ତଥା ମୁଖପାତ୍ର ୱାଙ୍ଗ ଚୁନିଙ୍ଗ (SAFE Deputy Director and Spokesperson Wang Chunying) କହିଛନ୍ତି ଯେ ସେପ୍ଟେମ୍ବରରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ଯେଉଁ କମି ଆସିଛି, ତାହା ମୁଦ୍ରା ଟ୍ରାନ୍ସଲେଶନ ଓ ସମ୍ପତ୍ତି ମୂଲ୍ୟରେ ପରିବର୍ତ୍ତନର ମିଶ୍ରିତ ପ୍ରଭାବ ଯୋଗୁଁ ହୋଇଛି । ୱାଙ୍ଗ କହିଛନ୍ତି ଯେ କୋଭିଡ-19 ମହାମାରୀର ପୁନଃ ବିସ୍ତାର ଓ ପ୍ରମୁଖ ଦେଶର ମୁଦ୍ରା ନୀତି, ଡଲାର ସୂଚକାରେ ବୃଦ୍ଧି ପରି ଅନେକ କାରଣ ଯୋଗୁଁ ବୈଦେଶିକ ମୁଦ୍ରା ପ୍ରଭାବିତ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁର୍ବଳ ଅଣ ଡଲାର ମୁଦ୍ରା ଓ ସମ୍ପତ୍ତି ମୂଲ୍ୟରେ ପରିବର୍ତ୍ତନ ମଧ୍ୟ ଚୀନ (China) ର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ କରିବାରେ ସହାୟକ ହୋଇଛି ।

LNG ମୂଲ୍ୟ ବୃଦ୍ଧି ହେତୁ ପାକିସ୍ତାନ ସଙ୍କଟ ଦେଇ ଗତି କରୁଛି
 
ତରଳ ପ୍ରାକୃତିକ ଗ୍ୟାସ (LNG) ର ମୂଲ୍ୟ ବହୁଗୁଣିତ ହୋଇଥିବାରୁ  ପାକିସ୍ତାନରେ ଏକ ଗ୍ୟାସ ସଙ୍କଟ ପରିସ୍ଥିତି ସୃଷ୍ଟି ହେଉଛି । ଦେଶରେ LNG ମୂଲ୍ୟ ଶୀତ ଋତୁ ପୂର୍ବରୁ ଏସିଆ ବଜାରରେ ୫୬.୩ ଡଲାର ପ୍ରତି ମିଲିୟନ ବ୍ରିଟିଶ୍ ଥର୍ମାଲ୍ ୟୁନିଟ୍ (mmBtu) ର ସର୍ବକାଳିନ ରେକର୍ଡ ସ୍ତରରେ ପହଞ୍ଚିଛି । ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେପ୍ଟେମ୍ବରରେ ସ୍ପଟ୍ ମାର୍କେଟରୁ LNG ର ଦୁଇଟି କାର୍ଗୋ ଆମଦାନୀ କରିସାରିଛି, ଯାହା ସେହି ସମୟରେ ରେକର୍ଡ ଉଚ୍ଚ ଦର ୨୦ ଡଲାର ପ୍ରତି mmBtu ଥିଲା ।

ରିପୋର୍ଟରେ କୁହାଯାଇଛି ଯେ ଏସିଆ ଓ ବିଶ୍ୱ ସ୍ପଟ୍ ବଜାରରେ LNG ମୂଲ୍ୟ ଉପରେ ପାକିସ୍ତାନର କୌଣସି ନିୟନ୍ତ୍ରଣ ନାହିଁ । ତଥାପି, ଅଧିକ ମୂଲ୍ୟକୁ ଏଡ଼ାଇବା ପାଇଁ ଓ ଶୀତ ଋତୁରେ ବିକଳ୍ପ ସମାଧାନ ଗ୍ରହଣ କରିବା ପାଇଁ ଏହା ଆଗାମୀ କିଛି ମାସ ପାଇଁ ଇନ୍ଧନ ଆମଦାନି ହ୍ରାସ କରିପାରେ । ସ୍ୱତନ୍ତ୍ର ମାକ୍ରୋ-ଅର୍ଥନୀତିଜ୍ଞ ଅମର ଏଚ୍ ଖାନ୍ କହିଛନ୍ତି ଯେ, ଶୀତ ଋତୁ ହେତୁ ଡିସେମ୍ବର-ଜାନୁଆରୀ ସୁଦ୍ଧା ବୈଶ୍ୱିକ ସ୍ତରରେ LNG ମୂଲ୍ୟ ବୃଦ୍ଧି ହୋଇପାରେ ।

ଅଧିକ ପଢ଼ନ୍ତୁ:-ଏକାସାଙ୍ଗରେ ୩ଟି ଗୁରୁତର ସଙ୍କଟର ସାମ୍ନା କରୁଛି ଚୀନ, ବୁଡ଼ି ଯାଇପାରେ ଅର୍ଥ ବ୍ୟବସ୍ଥା

ଏହି ରିପୋର୍ଟରେ କୁହାଯାଇଛି ଯେ ଲଗାତାର ତିନି ବର୍ଷ ଧରି ପାକିସ୍ତାନ ଶୀତ ଋତୁରେ ଏକ ଗ୍ୟାସ ସଙ୍କଟର ସମ୍ମୁଖୀନ ହେଇଛି ଓ ବୈଶ୍ୱିକ ବଜାରରେ LNG ମୂଲ୍ୟରେ ବୃଦ୍ଧି ଦର୍ଶାଉଛି ଯେ ପାକିସ୍ତାନ ତେହେରିକ-ଇ-ଇନସାଫ (PTI) ସରକାର ଅଧୀନରେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ମଧ୍ୟ ସଙ୍କଟ ଦେଖାଦେଇଛି ।

ଅଧିକ ପଢ଼ନ୍ତୁ:-ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ବର୍ବାଦ କରିଦେବେ ପିଏମ ମୋଦି!

ଅଧିକ ପଢ଼ନ୍ତୁ:-ବେତନ ପ୍ରାପ୍ତ କର୍ମଚାରୀମାନେ ଧ୍ୟାନ ଦିଅନ୍ତୁ; ଏହି ଡକ୍ୟୁମେଣ୍ଟକୁ PF ଆକାଉଣ୍ଟରେ ଯୋଡିବା ବାଧ୍ୟତାମୂଳକ, ନଚେତ ମିଳିବନି ଲାଭ

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୨୭୧ ସଂକ୍ରମିତ

ଶୀତ ଋତୁରେ ଦେଶର ଅଧିକାଂଶ ସ୍ଥାନରେ ଗ୍ୟାସ ବ୍ୟବହାର ବୃଦ୍ଧି ପାଇଥାଏ, ଯେତେବେଳେ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ ତଳକୁ ଖସିଯାଏ, ଘରେ ଉତ୍ତାପକାରୀ ଓ ଗିଜରର ବ୍ୟବହାର ଚାଲୁ ହୋଇଯାଏ । ସ୍ଥାନୀୟ ଅଞ୍ଚଳରୁ ତୈଳ ଓ ଗ୍ୟାସର କମ୍ ଉତ୍ପାଦନ ହେତୁ ଆମଦାନୀ ହେଉଥିବା ଶକ୍ତି ଉପରେ ପାକିସ୍ତାନର ନିର୍ଭରଶୀଳତା ବୃଦ୍ଧି ପାଉଛି । ଖାନ କହିଛନ୍ତି ଯେ ଶୀତଳ ଅଞ୍ଚଳରେ ରହୁଥିବା ଲୋକମାନେ ଚଳିତ ଶୀତରେ ଇଲେକ୍ଟ୍ରିକ୍ ହିଟର ଏବଂ ଜେନେରେଟର ବ୍ୟବହାର କରିପାରିବେ କାରଣ ସରକାର ଗତ ବର୍ଷ ସମାନ ସମୟ ତୁଳନାରେ ଅତିରିକ୍ତ ବିଦ୍ୟୁତ୍ ବ୍ୟବହାର ଉପରେ ୟୁନିଟ୍ ପିଛା ୫-୭ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଥିଲେ ।

ଅଧିକ ପଢ଼ନ୍ତୁ:-ବର୍ତ୍ତମାନ LPG ସିଲିଣ୍ଡର ବୁକିଂ କଲେ ମିଳିବ ସୁନା! ଜାଣନ୍ତୁ ନବରାତ୍ରୀ ଗୋଲ୍ଡ ଅଫର ବିଷୟରେ...

ଅଧିକ ପଢ଼ନ୍ତୁ:-ଏଣିକି ରାସନ କାର୍ଡ ବିନା ମାଗଣାରେ ମିଳିବ ଖାଦ୍ୟ ଶସ୍ୟ! ଜାଣନ୍ତୁ କେମିତି ଉଠାଇବେ ଏହି ଯୋଜନାର ଲାଭ

Trending news